• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ବୟସ ହେଲେ ସମସ୍ତେ ପରଫେକ୍ଟ ମ୍ୟାଚ୍ ଖୋଜନ୍ତି । ଏଥିପାଇଁ କିଏ ଖବରକାଗଜରେ ତ କିଏ ୱେବସାଇଟରେ ବିଜ୍ଞାପନ ଦିଏ ପୁଣି କିଏ ଝିଅ ଦେଖିଯାଏ । କିଛି ଲୋକଙ୍କର ବିବାହ ଶୀଘ୍ର ହୋଇଯାଏ ତ ଆଉ କିଛି ଲୋକଙ୍କୁ ପାତ୍ର ମିଳିବା କଷ୍ଟକର ହୋଇପଡ଼େ । ବର୍ମିହୋମ୍ ସହରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ବିବାହ ପାଇଁ ବ୍ୟଗ୍ର ହୋଇପଡ଼ିଛନ୍ତି । ଖୋଜି ଖୋଜି ଝିଅଟିଏ ପାଉନାହାନ୍ତି । ଶେଷରେ ଅନ୍ୟଉପାୟ ନପାଇ ସିଧାସଳଖ ବିଲବୋର୍ଡରେ ବିଜ୍ଞାପନ ଦେଇଛନ୍ତି । ବ୍ରିଟେନର ବର୍ମିଂହାମ ସହରର ବିଭିନ୍ନ ସ୍ଥାନରେ ବିବାହ ପାଇଁ ହୋର୍ଡିଂ ଲଗାଇଯାଇଥିବା ଦେଖିବାକୁ ମିଳୁଛି । ଏବେ ପୂରା ସହର ତାଙ୍କ ପାଇଁ ଝିଅ ଖୋଜିବ ବୋଲି କୁହାଯାଉଛି ।

ମହମ୍ମଦ ମଲିକ ନାମକ ବ୍ୟକ୍ତି ପେସାରେ ଜଣେ ଇନୋଭେସନ୍ କନସଲଟାଣ୍ଟ । ତାଙ୍କ ବୟସ ୨୯ ବର୍ଷ । ବିବାହ ବୟସ ଆସିଯାଇଥିବା ବେଳେ ତାଙ୍କର ଦରକାର ସୁନ୍ଦର, ସଂସ୍କାରୀ ଓ ସୁଶୀଳ ସ୍ତ୍ରୀ । ହେଲେ ଯୋଗ୍ୟ ପାତ୍ରୀଟିଏ ଏଯାଏ ଯୋଗାଡ଼ ହୋଇପାରିନି । ଅନେକ ଖୋଜାଖୋଜି କରି ନୟାନ୍ତ ହେବା ପରେ ସେ ଏବେ ବିବାହ ପାଇଁ ଏକପ୍ରକାର ବିକଳ ହୋଇଯାଇଛନ୍ତି । କୌଣସି ଆଡ଼ୁ ଝିଅ ନମିଳିବା ପରେ ସେ ଏକ ୱେବସାଇଟ୍ ମଧ୍ୟ ଖୋଲିଛନ୍ତି । ଯାହାର ନାମ ରଖିଛନ୍ତି Findmailkawife.com । ଏହି ୱେବସାଇଟ୍‌ ମାଧ୍ୟମରେ ସିଙ୍ଗିଲ୍‌ ଝିଅମାନଙ୍କ ସହ ବିବାହ ପାଇଁ ଯୋଗାଯୋଗ କରିପାରିବେ ।

କେବଳ ଏତିକି ନୁହେଁ ସେ ସହରରେ ବଡ ବଡ ହୋର୍ଡିଂ ଲଗାଇଛନ୍ତି । ହୋର୍ଡିଂରେ ନିଜ ଛବି ସହିତ ବିବାହ ଭଲ ଝିଅର ସନ୍ଧାନ ସମ୍ପର୍କିତ ଏକ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ଏହି ହୋର୍ଡିଂ ଗୁଡିକ ଦେଖିବା ପରେ ବର୍ତ୍ତମାନ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ମହମ୍ମଦ ମଲିକଙ୍କ ଘର ଲଣ୍ଡନରେ, କିନ୍ତୁ ସେ ବର୍ମିଂହାମକୁ ତାଙ୍କର ଦ୍ୱିତୀୟ ଘର ବୋଲି ଭାବନ୍ତି । ଏହି କାରଣରୁ ବିବାହ ପାଇଁ ସେ ବର୍ମିଂହାମ ରାସ୍ତାରେ ପୋଷ୍ଟର ଲଗାଇଛନ୍ତି । ଏହି ହୋର୍ଡିଂ ଗୁଡ଼ିକ ୨୦ ଫୁଟ ଉଚ୍ଚର । ହୋର୍ଡିଂ ଉପରେ ଲେଖା ଅଛି - ମୋତେ ଆରେଞ୍ଜ ମ୍ୟାରେଜରୁ ବଞ୍ଚାଇ ଦିଅନ୍ତୁ ।

୫ଫୁଟ ୮ ଇଞ୍ଚ ଉଚ୍ଚତାର ମହମ୍ମଦ ମଲ୍ଲିକ୍ ବିବାହ ପାଇଁ ୨୦ରୁ ୩୦ ବର୍ଷ ବୟସର ମୁସଲମାନ ଝିଅ ଖୋଜୁଛନ୍ତି । ତେବେ ନିଜ ସମ୍ପ୍ରଦାୟର ନହୋଇଥିଲେ ବି ଚଳିବ ବୋଲି ସେ ଲେଖିଛନ୍ତି । କିନ୍ତୁ ପାତ୍ରୀ ପଞ୍ଜାବୀ ପରିବାରର ହୋଇଥିଲେ ଅଗ୍ରାଧିକାର ମିଳିବ । ସେ ଘରର ଏକମାତ୍ର ପୁଅ, ତେଣୁ ବିବାହ ପରେ ଝିଅକୁ ବାପାମା’ଙ୍କ ସେବା କରିବାକୁ ପଡ଼ିବ, ତାଙ୍କ ଯତ୍ନ ନେବାକୁ ପଡ଼ିବ ।