• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହଜିଲା ପୁଅକୁ ଫେରିପାଇଲେ ପରିବାର ଲୋକ । କାବୁଲ୍‌ ଏୟାରପୋର୍ଟରେ ହଜିଯାଇଥିବା ସାହିଲର ପତ୍ତା ମିଳିଛି । ଗତ ବର୍ଷ ଅଗଷ୍ଟ ମାସରେ ତାଲିବାନ ହାତକୁ ଆଫଗାନିସ୍ତାନର ଶାସନ ଡୋର ଯିବା ମାତ୍ରେ ରାଜଧାନୀ କାବୁଲର ବିମାନବନ୍ଦରରେ ବିଶୃଙ୍ଖଳା ଦେଖାଦେଇଥିଲା । ଲୋକମାନେ ତାଲିବାନୀ ଶାସନ ଭୟରେ ଦେଶ ଛାଡ଼ିବାକୁ ବିକଳ ହେଉଥିଲେ । ପିଲାଛୁଆ ଧରି ବିମାନବନ୍ଦର ନିକଟରେ ଭିଡ଼ ଜମାଉଥିଲେ ।

ଆଉ ସେହି ସଂଘର୍ଷ ସମୟରେ ଦୁଇ ମାସର ଶିଶୁକୁ ଆମେରିକୀୟ ସେନା ହାତକୁ କଣ୍ଟା ତାର ବାଡ଼ ଉପରେ ହସ୍ତାନ୍ତର କରିବାର ଚିତ୍ର ବେଶ୍ ଭାଇରାଲ୍ ହୋଇଥିଲା । ହେଲେ ପିଲାଟିର ପରିବାର ପାଖରେ ପହଞ୍ଚି ନଥିଲା, ଭିଡ଼ ଭିତରେ ହଜି ଯାଇଥିଲା । ଖୁସିର ଖବର ହେଲା ଶନିବାର ଦିନ ସେହି ନିରୀହ କୁନି ପିଲାଟି କାବୁଲରେ ନିଜ ସମ୍ପର୍କୀୟଙ୍କ ନିକଟରେ ପହଞ୍ଚିଛି ।

ପିଲାଟି ପରିବାର ଲୋକଙ୍କ ଠାରୁ ଅଲଗା ହେବା ପରେ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ । ଅଗଷ୍ଟ ୧୯ରେ ହଜିଯାଇଥିବା ସୋହେଲ କାବୁଲରେ ୨୯ ବର୍ଷିୟ ଟ୍ୟାକ୍ସି ଡ୍ରାଇଭର ହମିଦ ସଫିଙ୍କୁ ପାଇଥିଲେ । ଅଟୋଚାଳକ ଜଣକ ବିମାନ ବନ୍ଦରରେ ପିଲାଟିକୁ ପାଇଥିଲେ ଏବଂ ଘରକୁ ଏହାକୁ ତାଙ୍କ ଘରକୁ ଆଣିଥିଲେ । ବହୁ ପରିଶ୍ରମ ପରେ ତାଲିବାନ ପୋଲିସର ସାହାଯ୍ୟରେ ଶିଶୁଟିକୁ କାବୁଲରେ ରହୁଥିବା ସମ୍ପର୍କୀୟମାନେ ଉଦ୍ଧାର କରିଛନ୍ତି ।

ସୋହେଲଙ୍କ ପିତା ମିର୍ଜା ଅଲି ଅହମ୍ମଦ ଆମେରିକାର ଦୂତାବାସରେ ସୁରକ୍ଷା କର୍ମୀ ଥିଲେ । ତାଲିବାନ ଶାସନ ଆରମ୍ଭ ପରେ ଦେଶ ଛାଡ଼ିବା ଉଦ୍ଦେଶ୍ୟରେ ସେ ପତ୍ନୀ ସୁରୟା ଏବଂ ସେମାନଙ୍କର ପାଞ୍ଚ ପିଲାଙ୍କୁ ନେଇ କୌଣସି ପ୍ରକାରେ ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ । ହେଲେ ବିମାନବନ୍ଦରରେ ହଠାତ ଦଳାଚକଟା ସ୍ଥିତି ସୃଷ୍ଟି ହେବାରୁ ସେଠାରେ ଉପସ୍ଥିତ ଥିବା ଆମେରିକୀୟ ସେନାଙ୍କ ହାତକୁ ସୋହେଲକୁ ଟେକି ଦେଇଥିଲେ ସୁରୟା । ଏହାର ଚିତ୍ର ମଧ୍ୟ ଭାଇରାଲ ହୋଇଥିଲା ।

ଅନ୍ୟପଟେ ପରିବାର ଲୋକେ ବିମାନ ବନ୍ଦର ଭିତରେ ପହଞ୍ଚିବା ପାଇଁ ଅଧ ଘଣ୍ଟା ସମୟ ଲାଗିଥିଲା ​​ଏବଂ ସେତେବେଳକୁ ପିଲାଟି ନିଖୋଜ ହୋଇଯାଇଥିଲା । ଅନେକ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜଖବର ମିଳିନଥିଲା । କିନ୍ତୁ ବର୍ତ୍ତମାନ କାବୁଲରେ ସୋହେଲଙ୍କ ସମ୍ପର୍କୀୟମାନେ ତାଙ୍କୁ ଉଦ୍ଧାର କରିବା ପରେ ଆମେରିକାରେ ରହୁଥିବା ତାଙ୍କ ବାପାମା’ଙ୍କ ନିକଟକୁ ପଠାଇବାକୁ ଚେଷ୍ଟା କରୁଛନ୍ତି ।