• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜଣେ ୨୦୨୧ରେ ଜନ୍ମ ଅନ୍ୟ ଜଣେ ୨୦୨୨ରେ, ତଥାପି ଏମାନେ ଯାଁଆଳା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସମ୍ପୂର୍ଣ୍ଣ ଭବେ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି କାଲିଫର୍ଣ୍ଣିଆରେ । ଜଣେ ମହିଳା ମାତ୍ର ୧୫ ମିନିଟ୍ ବ୍ୟବଧାନରେ ଦୁଇ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ପ୍ରଥମ ସନ୍ତାନ ଡିସେମ୍ବର ୩୧ ରାତି ୧୧ଟା ୪୫ରେ ଜନ୍ମ ଗ୍ରହଣ କରିଥିବା ବେଳେ ଦ୍ୱିତୀୟ ସନ୍ତାନ ୨୦୨୨ ମଧ୍ୟରାତ୍ରୀରେ ଜନ୍ମ ହୋଇଥିଲା । ଯାହା ଫଳରେ ଉଭୟ ଶିଶୁ ଯାଁଆଳା ହୋଇଥିଲେ ମଧ୍ୟ ସେମାନଙ୍କ ଜନ୍ମ ବର୍ଷ ଭିନ୍ନ ହୋଇଛି । ତେବେ ଏହି ଯାଆଁଳା ଛୁଆଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯାଁଆଳା ଶିଶୁଙ୍କୁ ମଧ୍ୟରେ ଜଣେ ପୁତ୍ର ସନ୍ତାନ ରହିଥିବା ବେଳେ ଅନ୍ୟ ଜଣକ କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ପୁତ୍ର ସନ୍ତାନର ନାଁ ଆଲଫ୍ରେଡୋ ଏବଂ କନ୍ୟାର ନାଁ ଆଲିନ୍ ଦିଆଯାଇଛି । ଗ୍ରୀନ୍‌ଫିଲ୍ଡ ସହରର ମାଦ୍ରିଗାଲ୍ ଏହି ଯାଁଆଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଶିଶୁ କନ୍ୟାଟି ୨୦୨୨ରେ ଜନ୍ମ ହୋଇଥିବା ବେଳେ ଏହାର ଠିକ୍ ୧୫ ମିନିଟ୍ ପୂର୍ବରୁ ୨୦୨୧ରେ ଜନ୍ମ ହୋଇଛି ।

ପୁତ୍ର ସନ୍ତାନ ସଂପୃକ୍ତ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ସୋସିଆଲ୍ ମିଡିଆରେ ଯାଁଆଳା ଶିଶୁଙ୍କର ଫଟୋ ଛାଡ଼ିଛନ୍ତି । ଉଭୟ ଶିଶୁ ସୁସ୍ଥ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଭିନ୍ନ ଭିନ୍ନ ବର୍ଷରେ ଦୁଇ ଯାଁଳା ଶିଶୁଙ୍କୁ ପାଇ ଶିଶୁର ବାପା ମାଆ ମଧ୍ୟ ଖୁସି ରହିଛନ୍ତି ।