• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନର ପୋଲ୍‌ ଖୋଲିଲେ ପିଓକେ ନାଗରିକ । ମୋଦିଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲେ, ରକ୍ଷା କରିବାକୁ ଅନୁରୋଧ କଲେ । ଇମ୍ରାନ୍‌ ସରକାରଙ୍କ ନିର୍ଯାତନାର କାହାଣୀ ବଖାଣି ଭାରତ ସରକାରଙ୍କ ଠାରୁ ସାହାଯ୍ୟ ମାଗିଲେ ପିଓକେ ନାଗରିକ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି । ପାକିସ୍ତାନ ଅଧିକୃତ କାଶ୍ମୀରର ଜଣେ ବାସିନ୍ଦା ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଛନ୍ତି ।

ଯୁବକ ଜଣକ ମଲିକ ୱସିମ ବୋଲି ଜଣା ପଡିଛି । ପାକିସ୍ତାନୀ ସେନା ତଥା ପୋଲିସ୍‌ର ବର୍ବରତାରୁ ରକ୍ଷା କରିବା ତଥା ତାଙ୍କ ଓ ପରିବାରକୁ ବଞ୍ଚାଇବାକୁ ଭାରତ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ଭିଡିଓରେ ସେ କହୁଛନ୍ତି, ପିଓକରେ ଥିବା ସମସ୍ତ ସମ୍ପତ୍ତି ଭାରତ ଏବଂ ଶିଖଙ୍କର ଅଟେ । ହେଲେ ପାକିସ୍ତାନ ସରକାର ସେଠାରେ ଦମନଲୀଳା ଚଳାଇଛନ୍ତି । ତାଙ୍କ ପରିବାର ଏବଂ ପିଲାମାନଙ୍କୁ ରାସ୍ତାରେ ରହିବାକୁ ବାଧ୍ୟ କରି ପୋଲିସ ତାଙ୍କ ଘରକୁ ସିଲ୍ କରି ଦେଇଛନ୍ତି ।

ପୋଲିସ କର୍ମଚାରୀମାନେ ଘରକୁ ସିଲ୍ କରିବା ସହ ପରିବାର ଲୋକଙ୍କୁ ଦାଣ୍ଡରେ ରହିବାକୁ ବାଧ୍ୟ କରି ଦେଇଛନ୍ତି ବୋଲି ସେ ଭିଡିଓରେ କହିଛନ୍ତି । ଶୀତ କାକରରେ କୁନି କୁନି ପିଲାମାନେ ରାସ୍ତାରେ ରହୁଛନ୍ତି । ମୋର କିଛି ହେଲେ କିମ୍ବା ପରିବାରର କ୍ଷତି ହେଲେ କମିଶନର୍ ଏବଂ ପୋଲିସ୍ ଏଥିପାଇଁ ଦାୟୀ ରହିବେ ବୋଲି କହିଛନ୍ତି ।

ଅନ୍ୟପଟେ ପାକ୍ ଅଧିକୃତ କାଶ୍ମୀରରେ ରହୁଥିଲେ ସୁଦ୍ଧା ଆଦୌ ଭୟ ନକରି ପାକ୍ ପୋଲିସକୁ ସେ ଚ୍ୟାଲେଞ୍ଜ କରୁଛନ୍ତି । ତୁରନ୍ତ ଘର ନଖୋଲିଲେ,  ମୁଁ ଭାରତ ସରକାରଙ୍କ ସାହାଯ୍ୟ ନେବାକୁ ବାଧ୍ୟ ହେବି ବୋଲି ମଧ୍ୟ କହୁଛନ୍ତି । ଏମାନଙ୍କୁ ଶିକ୍ଷା ଦେବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରୁଛି । ସେ ଆସିବେ ଓ ବର୍ବର ଲୋକଙ୍କୁ ଉଚିତ୍‌ ଶାସ୍ତି ଦେବେ ବୋଲି ଭିଡିଓରେ କହୁଥିବା ଦେଖିବାକୁ ମିଳୁଛି ।