• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Blast Near military hospital in Kabul
କାବୁଲର ଏକ ମିଲଟାରୀ ହସ୍ପିଟାଲ ବାହାରେ ଆତ୍ମଘାତୀ ବିସ୍ଫୋରଣ : ୧୯ ମୃତ, ୫୦ ଆହତ

ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମିଲଟାରୀ ହସ୍ପିଟାଲ ବାହାରେ ଆତ୍ମଘାତୀ ସିରିଏଲ ବୋମା ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣାଗଲା ।

Kim Jong Un
ଉତ୍ତର କୋରିଆରେ ଭୀଷଣ ଖାଦ୍ୟ ସଙ୍କଟ ! ରାଷ୍ଟ୍ରପତି କହିଲେ ଖାଇବା କମେଇ ଦିଅ

ଉତ୍ତର କୋରିଆରେ ଦେଖା ଦେଇଛି ଗୁରୁତର ଖାଦ୍ୟ ସଙ୍କଟ । ସରି ସରି ଯାଉଛି ଖାଦ୍ୟ ଭଣ୍ଡାର । ଆଉ ଏହାର ମୁକାବିଲା ପାଇଁ ଅଜବ ଆଦେଶ ଜାରି କରିଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ।

Smallest Country, Sealand
ଏମିତି ଏକ ଦେଶ, ଯେଉଁଠି ରୁହନ୍ତି ମାତ୍ର ୨୭ ଜଣ

ଆପଣ ଏଭଳି କୌଣସି ଦେଶ ସମ୍ପର୍କରେ ଜାଣିଛନ୍ତି କି, ଯେଉଁଠାରେ ଜନସଂଖ୍ୟା ମାତ୍ର ୨୭ । ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ନିଆରା ଦେଶର ବିଷୟରେ ଜଣେଇବୁ, ଯାହାର ନାଁ ସି-ଲ୍ୟାଣ୍ଡ । ଏହି ଦେଶଟି ଇଂଲଣ୍ଡ ନିକଟରେ ଅବସ୍ଥିତ । ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟେନ୍ ଦ୍ୱାରା ଏହି ଦେଶର ନିର୍ମାଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ସ୍ୱତନ୍ତ୍ର ଦେଶ ହୋଇଗଲା ,ଏପରିକି ଏହି ଦେଶର ଜାତୀୟ ସଂଗୀତ ବି ରହିଛି ଆଉ ଭିନ୍ନ ଜାତୀୟ ପତାକା ବି ରହିଛି ।

 Zabihullah Mujahid.
ବିଶ୍ୱ ସମୁଦାୟକୁ ଧମକ୍ ଦେଲା ତାଲିବାନ୍ : ସ୍ୱୀକୃତି ନଦେଲେ ପରିଣାମ ଭୋଗିବ

ଦେଶବାସୀ ଭୋକରେ ଆଉଟୁ ପାଉଟୁ ହେଉଥିବା ବେଳେ ବିଶ୍ୱ ସମୁଦାୟକୁ ଧମକ୍ ଦେଲା ତାଲିବାନ୍ । କିଛି ଦିନ ପୂର୍ବରୁ ସାହାଯ୍ୟ କରିବାକୁ ଗୁହାରୀ କରୁଥିଲା,ଆଜି ଧମକ ଦେଉଛି । ଆମେରିକା ଓ ଅନ୍ୟ ବିଶ୍ୱସ୍ତରୀୟ ଶକ୍ତିମାନଙ୍କୁ ଆଫଗାନିସ୍ତାନରେ ସେମାନଙ୍କର ସରକାରକୁ ସ୍ୱୀକୃତି ଦେବାରେ ସମୟ ନଷ୍ଟ ନକରିବାକୁ ଆହ୍ୱାନ ଦେଇଛି ତାଲିବା

Pakistan
ଋଣ ନେବାରେ ରେକର୍ଡ଼ କଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

ଲାଜ ସରମ ହରାଇ ବସିଲାଣି ପାକିସ୍ତାନ। ଦେଶ ଚଳାଇ ପାରୁନାହାନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଦିନକୁ ଦିନ କାଙ୍ଗାଳ ଅବସ୍ଥାକୁ ଯାଉଛି ପାକିସ୍ତାନ। ନା ଖାଇବାକୁ ଅଛି ନା ପାଖରେ ଟଙ୍କା ଅଛି? ଏମିତି ଅବସ୍ଥାରେ କେମିତି ଦେଶ ଚଳାଇବେ ସେ ଚିନ୍ତାରେ ଇମ୍ରାନ। କଥାରେ ଅଛି ଅଭାବ ନଷ୍ଟ କରେ ସ୍ୱଭାବ। ଠିକ୍‌ ସେହି ସ୍ଥିତି ପାକିସ୍ତାନର

taliban killed many people
ବିବାହ ଉତ୍ସବରେ ରକ୍ତର ହୋଲି ଖେଳିଲା ତାଲିବାନ୍ : ଗୀତ ବଜାଇବାରୁ ୧୩ ଜଣଙ୍କୁ ଗୁଳି ମାରି ହତ୍ୟା

କ୍ରୁରତାର ସୀମା ଟପିଲା ତାଲିବାନ୍ । ରକ୍ତରଞ୍ଜିତ ହେଲା ବିବାହ ଉତ୍ସବ । ହସଖୁସିର ମାହୋଲରେ କାନ୍ଦବୋବାଳି ପଡ଼ିଗଲା । ଆଫଗାନିସ୍ତାନରେ ତାଲିବାନ ପୁଣି ନିଜର ପୁରୁଣା ରୂପ ଦେଖାଇଛି

Detergents used in mcdonald burger king and pizza hut food
ସାବଧାନ୍ ! ପିଜା ବର୍ଗର ଖାଉଛନ୍ତି କି, ସେଥିରେ ମିଶୁଛି ଡିଟର୍ଜେଣ୍ଟ ପାଉଡର...

ପିଜା ବର୍ଗରରେ ମିଶୁଛି ସର୍ଫ ଗୁଣ୍ଡ । ଯଦି ଆପଣ ପିଜା-ବର୍ଗର୍ ଖାଇବାକୁ ପସନ୍ଦ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ।

Will produce 5 billion vaccine doses for India & world by end-2022: PM Modi at G20 meet
କୋଭିଡ ବିରୋଧରେ ମୋଦୀଙ୍କ ଆହ୍ୱାନ

G20 ବୈଠକରେ ଭାଗ ନେଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ଆହ୍ୱାନ । ଏକ ବିଶ୍ୱ ଏବଂ ଏକ ସ୍ୱାସ୍ଥ୍ୟନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ।

winter
ଶୀତ ପାଇଁ ଭୟରେ ତାଲିବାନ୍ ସରକାର : ସାହାଯ୍ୟ କରିବାକୁ ବିଶ୍ୱ ସମୁଦାୟ ନିକଟରେ ଗୁହାରୀ

ହାଡ଼ଭଙ୍ଗା ଶୀତର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଆର୍ଥିକ ସହାୟତା ଯୋଗାଇଦାବକୁ ନିବେଦନ କରିଛନ୍ତି ତାଲିବାନ ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ (ନିଯୁକ୍ତ) ସୁହେଲ ଶାହିନ୍

Sukarno's Daughter
ହିନ୍ଦୁ ଧର୍ମ ଆପଣେଇଲେ ସୁକର୍ଣ୍ଣୋପୁତ୍ରୀ

ହିନ୍ଦୁ ଧର୍ମ ଆପଣାଇଲେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ । ନିଜର ୭୦ ତମ ଜନ୍ମ ଦିବସରେ ବାଲି ସ୍ଥିତ ସୁକର୍ଣ୍ଣୋ ସେଣ୍ଟରରେ କଡ଼ା ସୁରକ୍ଷା ଭିତରେ ଧର୍ମାନ୍ତରୀକରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁସଲିମ୍ ବହୁଳ ଜାକର୍ତ୍ତା ଠାରୁ ହିନ୍ଦୁ ବହୁଳ ବାଲିକୁ ଅଧିକ ପସନ୍ଦ କରୁଛନ୍ତି ସୁକମାବତୀ ।

Thousands of sea creatures found dead at uk beach see images mystery viral news
ସମୁଦ୍ର କୂଳରେ କୁଢ଼ କୁଢ଼ ମଲା ମାଛ, କଙ୍କଡା, ଚିଙ୍ଗୁଡି....

ପ୍ରାୟ ସମସ୍ତେ ବେଳାଭୂମିକୁ ବୁଲିବା ପାଇଁ ଯାଇଥାନ୍ତି । ହେଲେ ସମୁଦ୍ର କୂଳର କିଛି ଦୃଶ୍ୟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ବ୍ରିଟେନ୍‌ର ଏକ ବେଳାଭୂମିରେ ହଜାର ହଜାର ସାମୁଦ୍ରିକ ପ୍ରାଣୀଙ୍କ ମୃତ ଦେହ ପଡିରହିଛି ବୋଲି ନ୍ୟୁଜ୍‌ ଏଜେନ୍ସିଡେଲି ଷ୍ଟାରରେ ଦର୍ଶାଯାଇଛି । ମୃତ ଜଳଜୀବଙ୍କ ମଧ୍ୟରେ କଙ୍କଡା, ଚିଙ୍ଗୁଡି ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବମାନେ ରହିଛନ୍ତି । ବ୍ରିଟେନ୍‌ର ଟିସାଇଡ୍‌ର ମାର୍ସକେରୁ ସଲ୍ଟବର୍ନ ଅଞ୍ଚଳ ପର୍ଯ୍ୟନ୍ତ ଜଳଚର ପ୍ରାଣୀଙ୍କ ମୃତ ଦେହ ପଡ଼ିରହିଛି ।

Unisex Condom
ତିଆରି ହେଲା ୟୁନିସେକ୍ସ କଣ୍ଡୋମ୍ ; ବ୍ୟବହାର କରିବେ ପୁରୁଷ-ମହିଳା

ଜନସଂଖ୍ୟା ବୃଦ୍ଧି ବିଶ୍ୱ ପାଇଁ ପ୍ରଧାନ ସମସ୍ୟାର କାରଣ ହୋଇଛି। ଏନେଇ ଅନେକ ଦେଶ ପିଲା ଜନ୍ମ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଚୀନରେ ଅନେକ ବର୍ଷ ଧରି ଗୋଟିଏ ସନ୍ତାନ ଜନ୍ମ ଆଇନ ରହିଥିଲା। ସେହିଭଳି ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନ୍ୟାନ୍ୟ ଦେଶରେ ବି ଅନେକ ନିୟମ ରହିଛି। ଏଥିରେ ଗର୍ଭନିରୋଧକ ଭଳି ନିୟମ ମଧ୍ୟ ସାମିଲ ରହିଛି। ସରକାର ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଏଥିରେ କଣ୍ଡୋମ ବ୍ୟବହାରକୁ ସବୁଠାରୁ ପ୍ରଭାବଶାଳୀ ଓ ସୁରକ୍ଷିତ ବୋଲି କୁହାଯାଉଛି।

facebook name changed to meta
ଏଣିକି ଫେସବୁକ୍‌ର ନୂଆ ନାଁ ମେଟା

ଫେସବୁକ୍ କଂପାନୀର ନାଁ ବଦଳିଲା । ଏଣିକି ଫେସବୁକ୍ କଂପାନୀର ନାଁ ରହିବ ମେଟା । ଗତକାଲି ଏନେଇ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । କଂପାନୀର ନାଁ ବଦଳୁଥିଲେ ମଧ୍ୟ ଫେସବୁକ ସହ ଜଡିତ ସୋସିଆଲ ମିଡିଆ ଗୁଡିକର ନାଁ ଅପରିବର୍ତ୍ତିତ ରହିବ । ଯେପରିକି ଫେସବୁକ, ଇନଷ୍ଟାଗ୍ରାମ୍ ଓ ହ୍ୱାଟସଆପର ନାଁ ବଦଳିବ ନାହିଁ ।

BLUE LAKE, NEW ZEALAND
ସବୁଠାରୁ ସଫା ପାଣି ଥିବା ହ୍ରଦ, କେବେ ହୁଏ ନାହିଁ ଅପରିଷ୍କାର

ପ୍ରକୃତିର ପୁଟୁଳିରେ ଆଜି ବି ଏଭଳି ଅନେକ ଆଶ୍ଚର୍ଯ୍ୟ ଭରପୁର ହୋଇ ରହିଛି ଯାହା ବିଷୟରେ ମଣିଷ ଜାଣିବାରେ ସକ୍ଷମ ହୋଇପାରିନାହିଁ । ଆଜି ବି ଦୁନିଆରେ ପ୍ରକୃତିର ଏଭଳି କାରାନାମା ସାମ୍ନାକୁ ଆସୁଥାଏ, ଯେ ଆଶ୍ଚର୍ଯ୍ୟ ହେବାକୁ ଆମେ ବାଧ୍ୟ ହେଉ । ସେହିଭଳି ଏକ ସ୍ଥାନ ହେଉଛି, ନ୍ୟୁଜିଲ୍ୟାଣ୍ଡର ବ୍ଲୁ-ଲେକ୍ ।

aeroplane
ଏଣିକି ଆପଣ ଚାହିଁଲେ କିଣିପାରିବେ ପ୍ଲେନ, ଏହି ବ୍ୟାଙ୍କ ଓ କମ୍ପାନୀ ଦେଉଛି ଲୋନ୍

ସହଜ ହେଲା ବିମାନ କିଣିବା। ଏଣିକି ଲୋନ୍‌ ନେଇ ଆପଣ ବି କିଣିପାରିବେ ନିଜସ୍ୱ ବିମାନ। ଏହି ବ୍ୟାଙ୍କ ଓ କମ୍ପାନୀ ଦେଉଛନ୍ତି ଦେଉଛନ୍ତି ଏମିତି ସୁବିଧା।

Asaduddin Owaisi
ପାଗଳ ହୋଇଗଲେଣି ବିଚରା ରସିଦ : ଇସଲାମ୍ ସହ କ୍ରିକେଟ୍‌ର ସମ୍ପର୍କ କ’ଣ ? ପାକ୍ ମନ୍ତ୍ରୀଙ୍କୁ ମୁହଁତୋଡ଼୍ ଜବାବ ଦେଲେ ଓୱେସି

ଟି -୨୦ ମ୍ୟାଚରେ ଟିମ ଇଣ୍ଡିଆ ବିପକ୍ଷ ପ୍ରଥମ ବିଜୟରେ ଇସଲାମର ବିଜୟ ଦର୍ଶାଇଥିବାରୁ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ କ୍ରିକେଟ୍ ମ୍ୟାଚ୍ ସହିତ ଇସଲାମର ସମ୍ପର୍କ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ଇମ୍ରାନ ସରକାରର ମନ୍ତ୍ରୀ ଶେଖ ରସିଦଙ୍କୁ ପାଗଳ କହିବା ସହ ପଡ଼ୋଶୀଙ୍କୁ ମୁଣ୍ଡରେ ମସଲା ନାହିଁ ବୋଲି ମଧ୍ୟ କହିଛନ୍ତି ।

lady eating wall
ଏମିତି ଭୋକ ଯେ ପଡୋଶୀଙ୍କ କାନ୍ଥକୁ ବି ଖାଇ ପକାଉଛନ୍ତି ମହିଳା

ଆମେରିକାର ମିଶିଗନରେ ରହୁଥିବା ନିକୋଲ ଚକ୍‌ ଖାଇବାର ଖରାପ ଅଭ୍ୟାସ ରହିଛି । ଏହି ଅଭ୍ୟାସ ଏବେ ଏପରି ଏକ ନିଶା ପାଲଟି ଯାଇଛି ଯେ ନିକୋଲ ଚକ୍ ଖାଇବା ସହ ଘରର କାନ୍ଥକୁ ବି ଖାଇବା ଆରମ୍ଭ କରିସାରିଲେଣି । ସେ ଦିନକୁ ୬ ଥର କାନ୍ଥରୁ ଚୂନ ଛଡାଇ ଖାଉଛନ୍ତି । ତାଙ୍କର ଏହି ଅଭ୍ୟାସ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।

Mother murders 16 month old daughter with lesbian partner
ମା’ ନା ପିଶାଚୀ : ରୋମାନ୍ସରେ ବାଧା ହେବାରୁ ମାରିଦେଲା ନିରୀହ ଶିଶୁକୁ

ମା ଓ ପିଲାର ସଂପର୍କ ଦୁନିଆର ସବୁଠାରୁ ମିଠା ସଂପର୍କ। ଏହା ଏତେ ଦୃଢ ହୋଇଥାଏ ଯେ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ସହଜରେ ଅଲଗା କରି ନ ଥାଏ। ନିଜ ପିଲାର ସୁରକ୍ଷା ପାଇଁ ମା’ଟିଏ ସବୁକିଛି କରିପାରେ। ସେଥିପାଇଁ କୁହାଯାଏ ‘ବିପଦ ବେଳେ ରକ୍ଷା କରିବା ନେଇ ଭଗବାନ ସବୁବେଳେ ଆସିପାରନ୍ତି ନାହିଁ, ସେଥିପାଇଁ ପାଖରେ ମା’ ଦେଇଥାନ୍ତି।’ ପୁଣି କୁହାଯାଏ ଯେ ପୁଅ ପଛେ କୁପୁତ୍ର ହୋଇପାରେ କିନ୍ତୁ ମା’ କୁମାତା ହୋଇପାରେ ନାହିଁ। କିନ୍ତୁ ଏମିତି ଜଣେ ମା’ ସେ ଏତେ ନିଚ୍ଚ କାମ କରିଛନ୍ତି ଯେ ଏ କଥା କହିବାକୁ ମଧ୍ୟ ସଂକୋଚ ଲାଗୁଛି।

Sukmawati
ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକ୍‌ମାବତୀ ଇସ୍‌ଲାମ୍‌ ଛାଡ଼ି ହିନ୍ଦୁ ହେଲେ

ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକ୍‌ମାବତୀ ସୁକର୍ଣ୍ଣୋପୁତ୍ରୀ ସମସ୍ତ ନୀତିକାନ୍ତି ସହ ହିନ୍ଦ ଧର୍ମ ଗ୍ରହଣ କରିଛନ୍ତି । ସେ ଇସ୍‌ଲାମ୍‌ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।

Loan
ଆପଣ ବି ଚାହିଁଲେ କିଣିପାରିବେ ବିମାନ, ଏହି ବ୍ୟାଙ୍କ ଦେଉଛି ଲୋନ୍‌

ଏଣିକି ଆକାଶରେ ଉଡ଼ିବା ସାଧାରଣ ଲୋକଙ୍କ ପାଇଁ ସହଜ ହେବ। କାରଣ ଏଣିକି ଲୋନ୍‌ରେ ମିଳିବ ଉଡ଼ାଜାହାଜ। ଆଉ ବ୍ୟାଙ୍କ୍ ଦେବ ଲୋନ୍‌। ହୁଏତ ଏହି ଖବର ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଏବଂ କହିବେ ଆଜିକା ଦିନରେ ବାଇକ୍‌ କିଣିବା କଷ୍ଟ ହେଉଛି ଆଉ ସେହି ସମୟରେ ଉଡ଼ାଜାହାଜ କିଣିବା କଥା ଭାବୁଛି କିଏ?

Dog Prediction
ଆପଣଙ୍କ ଭବିଷ୍ୟତ କହିବ ଏହି କୁକୁର!

ଭବିଷ୍ୟତରେ କ’ଣ ଘଟିବ ଜାଣିବାକୁ ଚାହୁଁଛନ୍ତି କି? ତେବେ ଏହି କୁକୁର ବତାଇବ ଆପଣଙ୍କର ଦିନଟି କିପରି କଟିବ। ଏହି କଥାଟି ଆପଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବ, ଆପଣ ଏହାକୁ ବିଶ୍ୱାସ କରିବେ କି? ଆଜିକାଲି ଏହି କୁକୁରଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି କାରଣ ଏହା ଲୋକଙ୍କ ଦିନ ବିଷୟରେ ଭବିଷ୍ୟବାଣୀ କରୁଛି ।

8 yr Girl test pistols
୮ ବର୍ଷର ଝିଅର ଖେଳ ଅସଲି ବନ୍ଧୁକରେ, ଶୁଣିଲେ ଉଡିଯିବ ହୋସ

ପିଲାମାନଙ୍କୁ ନକଲି ବନ୍ଧୁକ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ୮ ବର୍ଷର ଝିଅ ହାତରେ ବାପା ମା ଧରାଇ ଦେଇଛନ୍ତି ଅସଲି ବନ୍ଧୁକ । ଝିଅଟି ବନ୍ଧୁକ ସହ ଫଟୋ ଉଠାଇବା ସହ ଏହାକୁ ପରିଚାଳନା କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୮ ବର୍ଷୀୟ ଝିଅ ଅଟମ୍‌ ଫ୍ରାଇଙ୍କ ୟୁଟୁବ ଚ୍ୟାନେଲରେ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ରହିଛନ୍ତି ।

World's Smallest Gun
ବିଶ୍ୱର ସବୁଠାରୁ ଛୋଟ ବନ୍ଧୁକ, ଓଜନ ଓ ଦାମ୍ ଜାଣିଲେ ଉଡ଼ିଯିବ ହୋସ୍

ଆପଣ ଅନେକ ବନ୍ଧୁକ ଦେଖିଥିବେ। କେତେବେଳେ ପୋଲିସ ହାତରେ ଥାଏ ବନ୍ଧୁକ ତ ଆଉ କେତେବେଳେ ବନ୍ଧୁକ ଧରି ସୀମା ଜଗି ରହିଥାନ୍ତି ଜବାନ। ସାଧାରଣତଃ ରାଇଫଲଠାରୁ ଆରମ୍ଭ କରି ଏକେ-47 ପର୍ଯ୍ୟନ୍ତ ଆମେ ଦେଖୁଛୁ। ହେଲେ ଏମିତି ବନ୍ଧୁକ କେବେ ହେଲେ ଦେଖିନଥିବେ। ଏହାର ଓଜନ ଓ ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

Japan princess mako-has-married Kei Komuro, losing royal status
ଶେଷରେ ସାଧାରଣ ଯୁବକଙ୍କୁ ବିବାହ କଲେ ଜାପାନ ରାଜକୁମାରୀ

ଶେଷରେ ଜାପାନ ରାଜକୁମାରୀ ମାକୋ ସାଧାରଣ ଯୁବକଙ୍କୁ ବିବାହ କରିଛନ୍ତି। ମଙ୍ଗଳବାର ସେ ତାଙ୍କ ଦୀର୍ଘଦିନର ପ୍ରେମିକଙ୍କୁ ବିବାହ କରିଛନ୍ତି। ତାଙ୍କ ପ୍ରେମିକ କେଇ କୋମୁରୋ ଜାପାନୀ ରାଜବଂଶ ବାହାରୁ ଆସିଥିବା ଜଣେ ସାମାନ୍ୟ ଯୁବକ। ବିବାହ ପରେ ଜାପାନୀ ରାଜବଂଶ ପରମ୍ପରା ଅନୁସାରେ ରାଜକୁମାରୀ ମାକୋଙ୍କୁ ନିଜର ରାଜକୀୟ ମାନ୍ୟତା ହରେଇବାକୁ ପଡିଛି।

Special Story | Whatsapp To Seize Providing Support To These Smartphones - Check Out
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର, ୧ରୁ ଏହିସବୁ ମୋବାଇଲରେ ଚାଲି ନପାରେ ହ୍ୱାଟ୍ସଆପ୍ !

ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର। ନଭେମ୍ବର ୧ ତାରିଖରୁ ଏହି ସବୁ ମୋବାଇଲ୍‌ରେ କାମ କରିନପାରେ ହ୍ୱାଟ୍ସଆପ୍‌। ତେବେ କଣ ଏହାର କାରଣ? କାହିଁକି ଏମିତି ହୋଇପାରେ?