• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

BLUE LAKE, NEW ZEALAND
ସବୁଠାରୁ ସଫା ପାଣି ଥିବା ହ୍ରଦ, କେବେ ହୁଏ ନାହିଁ ଅପରିଷ୍କାର

ପ୍ରକୃତିର ପୁଟୁଳିରେ ଆଜି ବି ଏଭଳି ଅନେକ ଆଶ୍ଚର୍ଯ୍ୟ ଭରପୁର ହୋଇ ରହିଛି ଯାହା ବିଷୟରେ ମଣିଷ ଜାଣିବାରେ ସକ୍ଷମ ହୋଇପାରିନାହିଁ । ଆଜି ବି ଦୁନିଆରେ ପ୍ରକୃତିର ଏଭଳି କାରାନାମା ସାମ୍ନାକୁ ଆସୁଥାଏ, ଯେ ଆଶ୍ଚର୍ଯ୍ୟ ହେବାକୁ ଆମେ ବାଧ୍ୟ ହେଉ । ସେହିଭଳି ଏକ ସ୍ଥାନ ହେଉଛି, ନ୍ୟୁଜିଲ୍ୟାଣ୍ଡର ବ୍ଲୁ-ଲେକ୍ ।

aeroplane
ଏଣିକି ଆପଣ ଚାହିଁଲେ କିଣିପାରିବେ ପ୍ଲେନ, ଏହି ବ୍ୟାଙ୍କ ଓ କମ୍ପାନୀ ଦେଉଛି ଲୋନ୍

ସହଜ ହେଲା ବିମାନ କିଣିବା। ଏଣିକି ଲୋନ୍‌ ନେଇ ଆପଣ ବି କିଣିପାରିବେ ନିଜସ୍ୱ ବିମାନ। ଏହି ବ୍ୟାଙ୍କ ଓ କମ୍ପାନୀ ଦେଉଛନ୍ତି ଦେଉଛନ୍ତି ଏମିତି ସୁବିଧା।

Asaduddin Owaisi
ପାଗଳ ହୋଇଗଲେଣି ବିଚରା ରସିଦ : ଇସଲାମ୍ ସହ କ୍ରିକେଟ୍‌ର ସମ୍ପର୍କ କ’ଣ ? ପାକ୍ ମନ୍ତ୍ରୀଙ୍କୁ ମୁହଁତୋଡ଼୍ ଜବାବ ଦେଲେ ଓୱେସି

ଟି -୨୦ ମ୍ୟାଚରେ ଟିମ ଇଣ୍ଡିଆ ବିପକ୍ଷ ପ୍ରଥମ ବିଜୟରେ ଇସଲାମର ବିଜୟ ଦର୍ଶାଇଥିବାରୁ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ କ୍ରିକେଟ୍ ମ୍ୟାଚ୍ ସହିତ ଇସଲାମର ସମ୍ପର୍କ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ଇମ୍ରାନ ସରକାରର ମନ୍ତ୍ରୀ ଶେଖ ରସିଦଙ୍କୁ ପାଗଳ କହିବା ସହ ପଡ଼ୋଶୀଙ୍କୁ ମୁଣ୍ଡରେ ମସଲା ନାହିଁ ବୋଲି ମଧ୍ୟ କହିଛନ୍ତି ।

lady eating wall
ଏମିତି ଭୋକ ଯେ ପଡୋଶୀଙ୍କ କାନ୍ଥକୁ ବି ଖାଇ ପକାଉଛନ୍ତି ମହିଳା

ଆମେରିକାର ମିଶିଗନରେ ରହୁଥିବା ନିକୋଲ ଚକ୍‌ ଖାଇବାର ଖରାପ ଅଭ୍ୟାସ ରହିଛି । ଏହି ଅଭ୍ୟାସ ଏବେ ଏପରି ଏକ ନିଶା ପାଲଟି ଯାଇଛି ଯେ ନିକୋଲ ଚକ୍ ଖାଇବା ସହ ଘରର କାନ୍ଥକୁ ବି ଖାଇବା ଆରମ୍ଭ କରିସାରିଲେଣି । ସେ ଦିନକୁ ୬ ଥର କାନ୍ଥରୁ ଚୂନ ଛଡାଇ ଖାଉଛନ୍ତି । ତାଙ୍କର ଏହି ଅଭ୍ୟାସ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।

Mother murders 16 month old daughter with lesbian partner
ମା’ ନା ପିଶାଚୀ : ରୋମାନ୍ସରେ ବାଧା ହେବାରୁ ମାରିଦେଲା ନିରୀହ ଶିଶୁକୁ

ମା ଓ ପିଲାର ସଂପର୍କ ଦୁନିଆର ସବୁଠାରୁ ମିଠା ସଂପର୍କ। ଏହା ଏତେ ଦୃଢ ହୋଇଥାଏ ଯେ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ସହଜରେ ଅଲଗା କରି ନ ଥାଏ। ନିଜ ପିଲାର ସୁରକ୍ଷା ପାଇଁ ମା’ଟିଏ ସବୁକିଛି କରିପାରେ। ସେଥିପାଇଁ କୁହାଯାଏ ‘ବିପଦ ବେଳେ ରକ୍ଷା କରିବା ନେଇ ଭଗବାନ ସବୁବେଳେ ଆସିପାରନ୍ତି ନାହିଁ, ସେଥିପାଇଁ ପାଖରେ ମା’ ଦେଇଥାନ୍ତି।’ ପୁଣି କୁହାଯାଏ ଯେ ପୁଅ ପଛେ କୁପୁତ୍ର ହୋଇପାରେ କିନ୍ତୁ ମା’ କୁମାତା ହୋଇପାରେ ନାହିଁ। କିନ୍ତୁ ଏମିତି ଜଣେ ମା’ ସେ ଏତେ ନିଚ୍ଚ କାମ କରିଛନ୍ତି ଯେ ଏ କଥା କହିବାକୁ ମଧ୍ୟ ସଂକୋଚ ଲାଗୁଛି।

Sukmawati
ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକ୍‌ମାବତୀ ଇସ୍‌ଲାମ୍‌ ଛାଡ଼ି ହିନ୍ଦୁ ହେଲେ

ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକ୍‌ମାବତୀ ସୁକର୍ଣ୍ଣୋପୁତ୍ରୀ ସମସ୍ତ ନୀତିକାନ୍ତି ସହ ହିନ୍ଦ ଧର୍ମ ଗ୍ରହଣ କରିଛନ୍ତି । ସେ ଇସ୍‌ଲାମ୍‌ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।

Loan
ଆପଣ ବି ଚାହିଁଲେ କିଣିପାରିବେ ବିମାନ, ଏହି ବ୍ୟାଙ୍କ ଦେଉଛି ଲୋନ୍‌

ଏଣିକି ଆକାଶରେ ଉଡ଼ିବା ସାଧାରଣ ଲୋକଙ୍କ ପାଇଁ ସହଜ ହେବ। କାରଣ ଏଣିକି ଲୋନ୍‌ରେ ମିଳିବ ଉଡ଼ାଜାହାଜ। ଆଉ ବ୍ୟାଙ୍କ୍ ଦେବ ଲୋନ୍‌। ହୁଏତ ଏହି ଖବର ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଏବଂ କହିବେ ଆଜିକା ଦିନରେ ବାଇକ୍‌ କିଣିବା କଷ୍ଟ ହେଉଛି ଆଉ ସେହି ସମୟରେ ଉଡ଼ାଜାହାଜ କିଣିବା କଥା ଭାବୁଛି କିଏ?

Dog Prediction
ଆପଣଙ୍କ ଭବିଷ୍ୟତ କହିବ ଏହି କୁକୁର!

ଭବିଷ୍ୟତରେ କ’ଣ ଘଟିବ ଜାଣିବାକୁ ଚାହୁଁଛନ୍ତି କି? ତେବେ ଏହି କୁକୁର ବତାଇବ ଆପଣଙ୍କର ଦିନଟି କିପରି କଟିବ। ଏହି କଥାଟି ଆପଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବ, ଆପଣ ଏହାକୁ ବିଶ୍ୱାସ କରିବେ କି? ଆଜିକାଲି ଏହି କୁକୁରଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି କାରଣ ଏହା ଲୋକଙ୍କ ଦିନ ବିଷୟରେ ଭବିଷ୍ୟବାଣୀ କରୁଛି ।

8 yr Girl test pistols
୮ ବର୍ଷର ଝିଅର ଖେଳ ଅସଲି ବନ୍ଧୁକରେ, ଶୁଣିଲେ ଉଡିଯିବ ହୋସ

ପିଲାମାନଙ୍କୁ ନକଲି ବନ୍ଧୁକ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ୮ ବର୍ଷର ଝିଅ ହାତରେ ବାପା ମା ଧରାଇ ଦେଇଛନ୍ତି ଅସଲି ବନ୍ଧୁକ । ଝିଅଟି ବନ୍ଧୁକ ସହ ଫଟୋ ଉଠାଇବା ସହ ଏହାକୁ ପରିଚାଳନା କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୮ ବର୍ଷୀୟ ଝିଅ ଅଟମ୍‌ ଫ୍ରାଇଙ୍କ ୟୁଟୁବ ଚ୍ୟାନେଲରେ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ରହିଛନ୍ତି ।

World's Smallest Gun
ବିଶ୍ୱର ସବୁଠାରୁ ଛୋଟ ବନ୍ଧୁକ, ଓଜନ ଓ ଦାମ୍ ଜାଣିଲେ ଉଡ଼ିଯିବ ହୋସ୍

ଆପଣ ଅନେକ ବନ୍ଧୁକ ଦେଖିଥିବେ। କେତେବେଳେ ପୋଲିସ ହାତରେ ଥାଏ ବନ୍ଧୁକ ତ ଆଉ କେତେବେଳେ ବନ୍ଧୁକ ଧରି ସୀମା ଜଗି ରହିଥାନ୍ତି ଜବାନ। ସାଧାରଣତଃ ରାଇଫଲଠାରୁ ଆରମ୍ଭ କରି ଏକେ-47 ପର୍ଯ୍ୟନ୍ତ ଆମେ ଦେଖୁଛୁ। ହେଲେ ଏମିତି ବନ୍ଧୁକ କେବେ ହେଲେ ଦେଖିନଥିବେ। ଏହାର ଓଜନ ଓ ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

Japan princess mako-has-married Kei Komuro, losing royal status
ଶେଷରେ ସାଧାରଣ ଯୁବକଙ୍କୁ ବିବାହ କଲେ ଜାପାନ ରାଜକୁମାରୀ

ଶେଷରେ ଜାପାନ ରାଜକୁମାରୀ ମାକୋ ସାଧାରଣ ଯୁବକଙ୍କୁ ବିବାହ କରିଛନ୍ତି। ମଙ୍ଗଳବାର ସେ ତାଙ୍କ ଦୀର୍ଘଦିନର ପ୍ରେମିକଙ୍କୁ ବିବାହ କରିଛନ୍ତି। ତାଙ୍କ ପ୍ରେମିକ କେଇ କୋମୁରୋ ଜାପାନୀ ରାଜବଂଶ ବାହାରୁ ଆସିଥିବା ଜଣେ ସାମାନ୍ୟ ଯୁବକ। ବିବାହ ପରେ ଜାପାନୀ ରାଜବଂଶ ପରମ୍ପରା ଅନୁସାରେ ରାଜକୁମାରୀ ମାକୋଙ୍କୁ ନିଜର ରାଜକୀୟ ମାନ୍ୟତା ହରେଇବାକୁ ପଡିଛି।

Special Story | Whatsapp To Seize Providing Support To These Smartphones - Check Out
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର, ୧ରୁ ଏହିସବୁ ମୋବାଇଲରେ ଚାଲି ନପାରେ ହ୍ୱାଟ୍ସଆପ୍ !

ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର। ନଭେମ୍ବର ୧ ତାରିଖରୁ ଏହି ସବୁ ମୋବାଇଲ୍‌ରେ କାମ କରିନପାରେ ହ୍ୱାଟ୍ସଆପ୍‌। ତେବେ କଣ ଏହାର କାରଣ? କାହିଁକି ଏମିତି ହୋଇପାରେ?

Syria war photo of the year award
ଦୁର୍ଘଟଣାରେ ପିତା ହରେଇଲେ ଗୋଡ, ଦିବ୍ୟାଙ୍ଗ ହୋଇ ଜନ୍ମ ହେଲେ ପୁଅ; ତଥାପି ଖୁସି କହିଲେ ନ ସରେ

ମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆଖି ଓଦା ହୋଇଯିବା ଥୟ। ଏହି ଫଟୋ ଯେ କେବଳ ଜଣକୁ ଭାବୁକ କରିଦେବ ତାହା ନୁହେଁ, ବରଂ ଜୀବନ ଯୁଦ୍ଧରେ ହାରିଯାଇଥିବା ଲୋକର ମନରେ ସାହସ ସଂଚାର କରିବା ଭଳି ଦମ ମଧ୍ୟ ଏହି ଫଟୋରେ ରହିଛି। ଏହି ଫଟୋରେ ଜଣେ ପିତା-ପୁତ୍ର ମଧ୍ୟରେ ଥିବା ପ୍ରେମକୁ ଦେଖାଯାଇଛି, ଯେଉଁମାନେ ସବୁ ଦୁଃଖ କଷ୍ଟଙ୍କୁ ସହି ବି ହସି ହସି ଜୀବନ ବିତାଉଛନ୍ତି। ତେବେ ଏହି ଫଟୋକୁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଫଟୋ ଭାବେ ବିବେଚନା କରାଯାଇଛି।

Social viral 24 years russian woman welcomed 21 surrogate babies with millionaire husband
୨୪ ବର୍ଷରେ ୨୧ ଛୁଆଙ୍କ ମା' ହେଲେ ମହିଳା, କେମିତି ସମ୍ଭାଳୁଛନ୍ତି ପରିବାର...

୨୪ ବର୍ଷରେ ୨୧ ଛୁଆଙ୍କ ମାଆ ହେଲେ ମହିଳା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜର୍ଜିଆରେ ରହୁଥିବା କ୍ରିଷ୍ଟିନା ଓଜଟୁର୍କ ୨୧ ଟି ସନ୍ତାନ ମାଆ ହୋଇ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

Special Story | Bed Ridden After Massive Accident, UK Couple Ties Knot In ICU
କଥା ରଖିଲେ ପ୍ରେମିକ, ICU ଭିତରେରେ ପ୍ରେମିକାକୁ ବାହାହେଲେ

ପ୍ରେମିକାକୁ କଥା ଦେଇଥିଲେ, ସେମାନଙ୍କ ପ୍ରେମ ଯୁଗ ଯୁଗକୁ ରହିବ। ଶେଷ ପର୍ଯ୍ଯନ୍ତ କେହି କାହାକୁ ଛାଡ଼ିବେ ନାହିଁ। କିନ୍ତୁ ଜୀବନର ଗତି ହଠାତ ବଦଳି ଗଲା। କଥା ଦେଇଥିବା ପ୍ରେମିକ, ICU ଭିତରେ ପ୍ରେମିକାକୁ ବାହାହେଲେ। ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର।

ICU MARRIAGE
କଥା ଦେଇ କଥା ରଖିଲେ ପ୍ରେମିକ। ଆଇସିୟୁରେ ପ୍ରେମିକାଙ୍କୁ କଲେ ବିବାହ

ପ୍ରେମ। ଲୋକେ କହନ୍ତି ଏହି ଶବ୍ଦ ଅଢେଇ ଅକ୍ଷର। ପ୍ରେମ ହେଉଛି ଚିରନ୍ତନ ସତ୍ୟ। ଆଉ ପ୍ରେମ ଯିଏ କରିଛି ସିଏ ତାହାର ପରିଭାଷାକୁ ହିଁ ବୁଝିପାରିଛି। ବ୍ରିଟେନ୍‌ର ଜଣେ ପ୍ରେମିକ ଜଣକ ଏମିତି କରିଛନ୍ତି ଯାହାକୁ ନେଇ ଚାଲିଛି ଚର୍ଚ୍ଚା। କାରଣ ପ୍ରେମିକ ଜଣକ ପ୍ରେମିକାଙ୍କୁ ଯେଉଁ କଥା ଦେଇଥିଲେ ତାହାକୁ ରକ୍ଷା କରିଛନ୍ତି

Taliban offers jobs in exchange for wheat to tackle hunger and unemployment
ଆଫ୍‌ଗାନୀ ଶ୍ରମିକଙ୍କୁ ପାରିଶ୍ରମିକଦେବ ତାଲିବାନ୍‌

ଆଫଗାନିସ୍ତାନରେ ମୂଲିଆଙ୍କୁ ବଣ୍ଟାହେବ ଗହମ । ତାଲିବାନ୍‌ ସରକାର ଦେଶରୁ ଅନାହାର ଦୂର କରିବା ପାଇଁ ‘ଫୁଡ୍ ଫର ୱାର୍କ ସ୍କିମ୍‌’ର ଶୁଭାରମ୍ଭ କରିଛନ୍ତି । ଏହି ସ୍କିମ୍‌ ମାଧ୍ୟମରେ ମୂଲିଆଙ୍କୁ ତାଙ୍କ ପାରିଶ୍ରମିକ ଦିଆଯିବ ନାହିଁ ବରଂ ତା ବଦଳରେ ସେମାନଙ୍କୁ ଗହମ ଦିଆଯିବ ।

lost island of gold been found sumatran fishermen find a huge treasure
ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳିଲା; ସମୁଦ୍ରରୁ ପାଇଲେ ୭୦୦ ବର୍ଷ ପୁରୁଣା ଖଜାନା !

ମତ୍ସ୍ୟଜୀବୀଙ୍କୁ ମିଳିଲା ୭୦୦ ବର୍ଷର ପୁରୁଣା ଖଜାନା । ଇଣ୍ଡୋନେସିଆର ସୁମାତ୍ର ଦ୍ୱୀପ ପାଖ ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଏହି ଖଜାନାକୁ ପାଇଛନ୍ତି । ଖଜାନାରେ ବହୁମୂଲ୍ୟ ପୁରାତନ ସୁନାଗହଣା ସହ ବିବିନ୍ନ ମୂର୍ତ୍ତି ତଥା ଅଳଙ୍କାରମାନ ରହିଛି ।

Us deal with Pakistan for secret operation in Afghanistan
ଆଫଗାନିସ୍ତାନ ବିରୋଧରେ ହାତ ମିଳାଇଲେ ଆମେରିକା ଓ ପାକିସ୍ଥାନ !

ଆଫଗାନ୍‌ ବିରୁଦ୍ଧରେ ହାତ ମିଳାଇଲେ ଆମେରିକା ଓ ପାକିସ୍ତାନ୍ । ଆଫଗାନିସ୍ତାନରେ ବଡ ଧରଣର ଗୁଇନ୍ଦା ବିଭାଗର ଅପରେସନ୍‌ କରିବା ପାଇଁ ଏକଜୁଟ୍‌ ହୋଇ ଏକ ଚୁକ୍ତିନାମା କରିଛନ୍ତି ଆମେରିକା ଓ ପାକିସ୍ତାନ ।

Salmonella Outbreak
ପିଆଜ ଖାଇଲେ ରୋଗ, ଆମେରିକାରେ ପେଟ ରୋଗରେ ଶତାଧିକ ଆକ୍ରାନ୍ତ

ଆମେରିକାରେ ପିଆଜ ଦେଖିଲେ ଡର। ପିଆଜ ଖାଇଲେ ବ୍ୟାପୁଛି ଭୟଙ୍କର ରୋଗ। ପେଟ ରୋଗରେ ପଡି ଛଟପଟ ହେଉଛନ୍ତି ଶତାଧିକ। ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଲେଣି।

china a new law in china will cut homework tutoring pressure on students
ପିଲାଙ୍କ ପାଇଁ ଚୀନ୍‌ର ନୂଆ ନିୟମ, ପାଠ କମ୍‌ ଖେଳ ବେଶି

ଚୀନ୍‌ର ପିଲାଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ହୋମ୍‌ୱାର୍କ ଓ ଟ୍ୟୁସନ୍‌ର ଚାପ କମାଇବା ପାଇଁ ଚୀନ୍‌ ସରକାରଙ୍କ ପକ୍ଷରୁ ଏକ ନୂଆ ଆଇନ୍‌ ଘୋଷଣା କରାଯାଇଛି । ଯାହା ଦ୍ୱାରା ଚୀନ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ହୋମୱାର୍କ ଏବଂ ଟ୍ୟୁସନର ପାଠପଢା ଚାପ ମାତ୍ରାଧିକ ହ୍ରାସ ହୋଇପାରିବ

IMRAN KHAN
ଅଡ଼ୁଆରେ ପାକିସ୍ତାନ୍ ! ଭାରତ-ପାକ୍‌ ମ୍ୟାଚ୍‌ ଦେଖିବାକୁ ୟୁଏଇ ଯାଇଥିଲେ ଗୃହମନ୍ତ୍ରୀ, ତୁରନ୍ତ ଫେରିବାକୁ କହିଲେ ଇମ୍ରାନ୍‌

ଅଡ଼ୁଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ । କାରଣ ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟପାର ଗତ କିଛି ଦିନ ହେବ ଠିକ୍‌ ନଥିବା ଦେଖାଯାଉଛି ।

Russia has indicated to remove Taliban from the list of terrorist organization
ଆତଙ୍କବାଦୀ ସଂଗଠନ ତାଲିକାରୁ ତାଲିବାନକୁ ହଟାଇବା ପାଇଁ ଋଷ୍‌ର ସଙ୍କେତ

ଆତଙ୍କବାଦୀ ସଂଗଠନ ତାଲିକାରୁ ହଟିପାରେ ତାଲିବାନ । ଋଷ୍ ରାଷ୍ଟ୍ରପତି ତାଲିବାନ୍‌କୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି ।

South asia Sikhs in Afghanistan under threat to either convert to islam or leave country
‘ମୁସଲମାନ ସମ୍ପ୍ରଦାୟକୁ ଗ୍ରହଣ କର ନଚେତ୍‌ ଦେଶ ଛାଡ’: ଶିଖ୍ ସମ୍ପ୍ରଦାୟଙ୍କୁ ତାଲିବାନ୍‌ର ଧମକ୍

ମୁସଲମାନ ସମ୍ପ୍ରଦାୟ ଗ୍ରହଣ ନ କଲେ ଦେଶ ଛାଡିବାକୁ ଧମକ୍‌ ଦେଇଛି ତାଲିବାନ୍‌ । ତାଲିବାନ୍‌ର ଆଫଗାନ୍‌ ଦଖଲ ପରେ ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ସଂମ୍ପ୍ରଦାୟର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଯଦି ସେମାନେ ମୁସଲମାନ ସମ୍ପ୍ରଦାୟ ନ ଆପଣାଇବେ ତେବେ ସେମାନଙ୍କୁ ଜୀବନକୁ ମାରିଦେବାକୁ ଧମକ୍‌ ଦିଆଯାଉଛି ।

Salim Abu-Ahmad killed in US strike
ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣ; ଅଲକାଏଦାର ବରିଷ୍ଠ ନେତା ଅବଦୁଲ୍‌ ହାମିଦ୍‌ ଅଲ୍‌ ମାତରଙ୍କ ମୃତ୍ୟୁ

ସିରିଆର ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ । ଏହି ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ସିରିଆର ବରିଷ୍ଟ ନେତା ଅବଦୁଲ୍‌ ହାମିଦ୍‌ ଅଲ୍‌ ମାତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଘଟଣାକୁ ନେଇ ସେଣ୍ଟ୍ରାଲ୍‌ କମାଣ୍ଡୋ ମୁଖପାତ୍ର ମେଜର ଜନ୍ ରିଗ୍ସବି କହିଛନ୍ତି, ଆମେରିକା କରିଥିବା ଏୟାର ଷ୍ଟ୍ରାଇକ୍‌ ଦ୍ୱାରା ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମତାରଙ୍କ ଦେହାନ୍ତ ହୋଇଛି ।