• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇମ୍ରାନଙ୍କ ଗାଦି ଟଳମଳ ହେଉଥିବା ବେଳେ ପାକିସ୍ତାନ ରାଜନୀତିରେ କିଛି ନିର୍ଦ୍ଦିଷ୍ଟ ଶବ୍ଦର ବାରମ୍ବାର ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ୩୦ ବର୍ଷ ଧରି ପାକିସ୍ତାନକୁ ଲୁଟୁଛନ୍ତି ୩ଟି ମୂଷା । ଏଭଳି ଅଭିଯୋଗ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ୩ ବିରୋଧୀ ନେତା JUI-Fର ଫଜଲ୍-ଉର୍-ରେହମାନ, PML-Nର ଶାହବାଜ ଶରିଫ୍ ଓ PPPର ଆସିଫ୍ ଅଲି ଜର୍ଦ୍ଦାରୀଙ୍କୁ ସେ ୩ଟି ମୂଷା ବୋଲି ଇଙ୍ଗିତ କରିଥିବା କୁହାଯାଉଛି । ଇମ୍ରାନ୍ ଅଭିଯୋଗ କରିଛନ୍ତି, ୩୦ ବର୍ଷ ଧରି ସେମାନେ ମିଳିତ ଭାବେ ଦେଶର ରକ୍ତ ଶୋଷି ଚାଲିଛନ୍ତି । ସେମାନେ ବିଦେଶରେ ଲକ୍ଷ ଲକ୍ଷ ଡଲାର୍ ଟଙ୍କାର ସଂପତ୍ତି ଠୁଳ କରିଛନ୍ତି । କେବଳ NRO ପାଇବାକୁ ସେମାନେ ଅନାସ୍ଥା ପ୍ରସ୍ତାବ ଭଳି ଡ୍ରାମା କରୁଥିବା ଆକ୍ଷେପ କରିଛନ୍ତି ଇମ୍ରାନ୍ । 

ତେବେ କଣ ଏହି NRO? ଯାହାକୁ କଦାପି ବି ବିରୋଧୀଙ୍କୁ ଦେବିନି ବୋଲି କହୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ନ୍ୟାସନାଲ ରିକନ୍ସିଲିଏସନ୍ ଅର୍ଡିନାନ୍ସ ବା NRO କଣ ଜାଣିବାକୁ ହେଲେ ଆମକୁ ଫେରିବାକୁ ପଡ଼ିବ ୧୫ ବର୍ଷ ତଳକୁ । ୨୦୦୭ ମସିହା ଅକ୍ଟୋବର ୫ ତାରିଖରେ ତତ୍କାଳୀନ ପାକିସ୍ତାନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ଜେନେରାଲ୍ ପର୍ଭେଜ ମୁଶରଫ ପ୍ରଥମ ଥର ପାଇଁ NRO ଲାଗୁ କରିଥିଲେ । ଯାହା ଫଳରେ ଦୁର୍ନୀତି, ଆର୍ଥିକ ଅନିୟମତିତା, ହତ୍ୟା ଓ ଆତଙ୍କବାଦ ଭଳି ସଂଗୀନ ଅପରାଧରେ ଅଭିଯୁକ୍ତ ଥିବା ରାଜନେତା, ରାଜନୈତିକ କର୍ମୀ, ପ୍ରଶାସନିକ ଅଧିକାରୀଙ୍କୁ ରାଜକ୍ଷମା ଦିଆଯାଇଥିଲା ।

ପାକିସ୍ତାନରେ ୨ଥର ଲାଗୁ ହୋଇଥିବା ମାର୍ଶଲ ଲ ମଧ୍ୟରେ ଅର୍ଥାତ୍ ୧୯୮୬ ଜାନୁଆରୀ ୧ରୁ ୧୯୯୯ ଅକ୍ଟୋବର ୧୨ ମଧ୍ୟରେ ହୋଇଥିବା ଏହିସବୁ ଅଭିଯୋଗର ଅଭିଯୁକ୍ତଙ୍କୁ ରାଜକ୍ଷମା ଦିଆଯାଇଥିଲା । ଏଥିରେ ୩୪ ଜଣ ରାଜନେତାଙ୍କ ସମେତ ୮ହଜାରରୁ ଅଧିକ ଲୋକ ଉପକୃତ ହୋଇଥିଲେ । ତେବେ ୨୦୦୯ ମସିହା ଡିସେମ୍ବର ୧୬ରେ ଘଜଙକୁ ଅସାମ୍ବିଧାନିକ ଘୋଷଣା କରିଥିଲେ ପାକିସ୍ତାନ ସୁପ୍ରିମକୋର୍ଟ । ସେତେବେଳେ କ୍ଷମତା ହରାଇବା ଡରରେ ବିରୋଧୀଙ୍କୁ ମୁଶରଫ ଯେଉଁଭଳି ବାଧ୍ୟ ହୋଇ NRO ପ୍ରଦାନ କରିଥିଲେ, ବର୍ତ୍ତମାନର ପାକ୍ ସରକାର ମଧ୍ୟ ସେହିଭଳି NRO ଦିଅନ୍ତୁ ବୋଲି ବିରୋଧୀ ଚାହୁଁଥିବା ଅଭିଯୋଗ କରିଛନ୍ତି ଇମ୍ରାନ୍ ।