Advertisment

ସଙ୍କଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ରାତାରାତି ହେଲା ଏମିତି ଡିଲ୍‌, ଅଡ଼ୁଆରେ ଇମ୍ରାନ

ସରି ଆସୁଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟକାଳ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଚୌକି ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁଥିବା ବେଳେ ସହଯୋଗୀ ପାର୍ଟି ତାଙ୍କ ହାତ ଛାଡ଼ି ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pakistan PM Imran Khan

Pakistan PM Imran Khan

ସରି ଆସୁଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟକାଳ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଚୌକି ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁଥିବା ବେଳେ ସହଯୋଗୀ ପାର୍ଟି ତାଙ୍କ ହାତ ଛାଡ଼ି ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଏପ୍ରିଲ ୩ରେ ଇମ୍ରାନଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ। ହେଲେ ଏହା ପୂର୍ବରୁ ଇମ୍ରାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଇମ୍ରାନ ଖାନ ସରକାରଙ୍କ ସହଯୋଗୀ ପାର୍ଟି Muttahida Qaumi Movement Pakistan (MQM) ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂର ଠିକ୍‌ ପୂର୍ବରୁ ବିରୋଧୀ ଦଳଙ୍କ ସହ ହାତ ମିଳାଇଛି। ମଙ୍ଗଳବାର ରାତିରେ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ Pakistan Tehreek-e-Insaf(PTI) ପାର୍ଟିର ପ୍ରମୁଖ ସହଯୋଗୀ ପାର୍ଟି MQM ଓ ବିରୋଧୀ ଦଳ Pakistan Peoples Party (PPP) ମଧ୍ୟରେ ଏକ ଡିଲ୍‌ ହୋଇଛି। ଫଳରେ MQM ଇମ୍ରାନ ଖାନଙ୍କୁ ଜଣାଇଥିବା ସମର୍ଥନକୁ ଫେରାଇ ନେବ ବୋଲି ସୂଚନା ମିଳିଛି। କୁହାଯାଉଛି ଯେ, MQMର ଏହି ନିଷ୍ପତ୍ତି ପରେ ଏବେ ଇମ୍ରାନ ଖାନ ସରକାରଙ୍କୁ କମ୍‌ ମତ ମିଳିବ। 

PPP ଅଧ୍ୟକ୍ଷ ବିଲାୱଲ୍‌ ଭୁଟ୍ଟୋ ଜରଦାରୀ ଟ୍ୱିଟ୍‌ କରି କହିଛନ୍ତି, ‘ବିରୋଧୀ ଦଳ ଏବଂ MQM ମଧ୍ୟରେ ଏକ ବୁଝାମଣା ହୋଇଛି। ଉଭୟ MQM ଓ PPP ବୁଝାମଣା ନେଇ ସ୍ପଷ୍ଟ କରିବେ। ଏହାପରେ ପ୍ରେସ୍‌ମିଟ୍‌ କରାଯାଇ ଗଣମାଧ୍ୟମକୁ ସୂଚନା ଦିଆଯିବ।’

Advertisment

ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀ ଦଳ ଆନାସ୍ଥା ପ୍ରସ୍ତାବ ଆଣିଛନ୍ତି।  ମାର୍ଚ୍ଚ ୩୧ ତାରିଖରେ ଏହା ଉପରେ ବିତର୍କ ହେବ ଓ ଏପ୍ରିଲ ୩ରେ ଭୋଟିଂ ହେବ। ହେଲେ ଏହା ପୂର୍ବରୁ MQM ଓ PPP ମଧ୍ୟରେ ବୁଝମଣା ପରେ ଇମ୍ରାନ ଖାନଙ୍କ ସରକାର ବହୁମତ ହରାଇଛି। ଇମ୍ରାନଙ୍କ ପାଇଁ ବହୁମତ ସାବ୍ୟସ୍ତ କରିବା ଏକ ପ୍ରକାର କାଠିକର ପାଠ ହୋଇପଡ଼ିଛି। ସେପଟେ ବିରୋଧୀ ଦଳ ବହୁମତ ସାବ୍ୟସ୍ତ କରିବାରେ ଲାଗି ପଡ଼ିଛନ୍ତି। 

ସୂଚନାଯୋଗ୍ୟ, ପାକିସ୍ତାନ ସଂସଦର ମୋଟ ସଦସ୍ୟଙ୍କ ସଂଖ୍ୟା ୩୪୨। ଅନାସ୍ଥା ପ୍ରସ୍ତାବକୁ ମତ ଦେବାକୁ ହେଲେ ଇମ୍ରାନ ଖାନଙ୍କୁ ୧୭୨ ସଦସ୍ୟଙ୍କ ସମର୍ଥନ ଦରକାର। ଇମ୍ରାନଙ୍କ ପାର୍ଟି ପିଟିଆଇ ସପକ୍ଷରେ ରହିଛି ୧୬୪ ସଦସ୍ୟଙ୍କ ସମର୍ଥନ। ବିରୋଧୀ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି। ଇମ୍ରାନ ଖାନ ସରକାରଙ୍କୁ ଯେଉଁ ଛୋଟ ଛୋଟ ଦଳ ସମର୍ଥନ କରୁଥିଲେ, ବର୍ତ୍ତମାନ ସେହି ଦଳ ସବୁ ହାତ ଛାଡ଼ୁଥିବାରୁ ଇମ୍ରାନଙ୍କ ଗାଦି ଟଳମଳ ହେବା ଆରମ୍ଭ ହୋଇଛି।

Imran Khan Pak PM Imran Khan
Advertisment
Advertisment