/odishatv-khabar/media/post_attachments/uploadimage/library/16_9/16_9_0/China_1648747249.jpg)
China
ଚିକ୍ ଚିକ୍ ସହର, ବଡ଼ ବଡ଼ କୋଠା, ଚିକିଣିଆ ରାସ୍ତା, ଆଉ ଧଳା ଚମଡାର ଗୋରା ଗୋରା ମଣିଷ। ସବୁ କିଛି ସୁନ୍ଦର ଭିତରେ ଲୁଚି ରହିଛି ଏକ ଅସୁନ୍ଦର ଭାବଧାରା। ଧୀରେ ଧୀରୋ ଖୋଲିବାରେ ଲାଗିଛି ଭାରତ ପଡ଼ୋଶୀ ଚୀନର ଭୟଙ୍କର ଗୁମର। ନିଜର ପ୍ରଭାବ ବିସ୍ତାର ପାଇଁ ନୂଆ ଷ୍ଟ୍ରାଟେଜି ଆପଣେଇଛି ଚୀନ୍।
ଛୋଟ ଛୋଟ ଦେଶକୁ ଆର୍ଥିକ ସହାୟତା ଦେବା ଆଳରେ ସେ ସବୁ ଦେଶରେ ନିଜର ପ୍ରଭାବ ବିସ୍ତାର କରୁଛି, ନିଜର ଉତ୍ପାଦିତ ଦ୍ରବ୍ୟକୁ ଜୋର ଜବରଦସ୍ତ ସେଠି ବିକ୍ରି କରି ନିଜର ଆର୍ଥିକ ସ୍ଥିତିକୁ ବଢ଼ାଉଛି। ଆଉ ଏମିତି କାରସାଦି କରୁଛି ଯେମିତି ସେ ବିଚରା ଛୋଟିଆ ଦେଶର ଅର୍ଥନୀତି ଦୁର୍ବଳ ହୋଇଯିବ। ଆଉ ଦେବାଳିଆ ହେଇଗଲେ ଚୀନ ଆରମ୍ଭ କରିଦେବ ପ୍ରଭାବ ବିସ୍ତାର। ଏହାର ସର୍ବଶେଷ ଉଦାହରଣ ହେଲା ଭାରତର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା।
ଚୀନର ଋଣ ଭାରରେ ବୁଡ଼ିଥିବା ଶ୍ରୀଲଙ୍କା ଏବେ ଦେବାଳିଆ। ଡ଼ ନଳିନୀ ମହାପାତ୍ର, ବୈଦେଶିକ ବ୍ୟାପାର ବିଶେଷଜ୍ଞ । କେବଳ ଶ୍ରୀଲଙ୍କା ନୁହେଁ, ଚୀନ୍ ଋଣଯନ୍ତାରେ ଏବେ ଅନେକ ଛୋଟ ଛୋଟ ଦୁର୍ବଳିଆ ଦେଶ। ଏଗୁଡ଼ିକ ଦୁର୍ବଳ ହେଇଗଲା ପରେ ଏଠାରେ ପ୍ରଭାବ ବିସ୍ତାର କରି ମିଲିଟାରି ବେସ୍ ପ୍ରତିଷ୍ଠା କରିବାକୁ ଚୀନର ଯୋଜନା ରହିଛି।
ବିଶେଷଜ୍ଞଙ୍କ ଆଶଙ୍କା ହେଲା, ଚୀନର ଉଦ୍ଦେଶ୍ୟ ରହିଛି ଭାରତ ଚାରିପଟେ ଛୋଟ ଛୋଟ ଦେଶକୁ ଋଣ ଦେଇ ସେ ସବୁ ସ୍ଥାନରେ ପ୍ରଭାବ ବିସ୍ତାର କରିବା ଓ ଆବଶ୍ୟକ ପଡ଼ିଲେ ସେହି ଦେଶକୁ ବ୍ୟବାହାର କରି ଭାରତ ବିରୋଧରେ କାମ କରିବା। ତେବେ ଚୀନକୁ ଦୁର୍ବଳ କରିବାର ସବୁଠାରୁ ବଡ଼ ଉପାୟ ହେଲା ଏହାର ଉତ୍ପାଦିତ ଦ୍ରବ୍ୟକୁ ନକିଣିବା। ଏହା ଦ୍ୱାରା ଏ ଦେଶର ଅର୍ଥନୀତି ଦୁର୍ବଳ ହେଇଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)