Advertisment

ବିପଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ ! ହତ୍ୟା ପାଇଁ ଯୋଜନା !

ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କ ହଟିବା ପ୍ରାୟ ନିଶ୍ଚିତ। ପାକିସ୍ତାନ ସଂସଦରେ ଇମ୍ରାନଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। ତେଣୁ ଯେକୌଣସି ମୁହୂର୍ତ୍ତରେ ସେ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Imran Khan Loses Majority

Imran Khan Loses Majority

ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନଙ୍କ ହଟିବା ପ୍ରାୟ ନିଶ୍ଚିତ। ପାକିସ୍ତାନ ସଂସଦରେ ଇମ୍ରାନଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। ତେଣୁ ଯେକୌଣସି ମୁହୂର୍ତ୍ତରେ ସେ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି।

Advertisment

ଇମ୍ରାନ ଖାନ ଦେଶକୁ ସମ୍ବୋଧନ କରି ନିଜ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା। ହେଲେ ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମର ବାଜଓ୍ୱା ଓ ଆଇଏସଆଇ ମୁଖ୍ୟ ନଦୀମ ଅଞ୍ଜୁମଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ଏହାପରେ ଇମ୍ରାନ ଖାନ ଦେଶକୁ ସମ୍ବୋଧନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।

ଅନାସ୍ଥା ପୂର୍ବରୁ ଇମ୍ରାନଙ୍କ ଘନିଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ MQM-P ଏବଂ ପରେ ପରେ ଇମ୍ରାନଙ୍କ ଦଳ ପିଟିଆଇକୁ ସମର୍ଥନ କରୁଥିବା ବାଲୋଚିସ୍ତାନ ଆଓ୍ୱାମୀ ପାର୍ଟି ମଧ୍ୟ ଇମ୍ରାନଙ୍କ ହାତ ଛାଡ଼ି ଦେଇଛି। ଫଳରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ପିଟିଆଇ ଦଳ ସଂଖ୍ୟା ଗରିଷ୍ଠତା ହରାଇଛି। ଇମ୍ରାନଙ୍କୁ ପଦରୁ ହଟାଇ ନିଜେ ପ୍ରଧାନମନ୍ତ୍ରୀ ହେବାକୁ ପାଗ ଭିଡ଼ୁଥିବା ବିରୋଧୀ ଦଳ ନେତା ଶେହବାଜ ସରିଫ୍ ଗତକାଲି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।

Advertisment

ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ କହିଛନ୍ତି, ଇମ୍ରାନ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବାରୁ ଏବେ ବିରୋଧୀ ଦଲ ନେତା ଶେହବାଜ ସରିଫ ହିଁ ପ୍ରଧାନମନ୍ତ୍ରୀ ହେବେ। ସେପଟେ ଇମ୍ରାନଙ୍କୁ ହତ୍ୟା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଭଳି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ପିଟିଆଇ ଦଳର ବରିଷ୍ଠ ନେତା ତଥା ଇମ୍ରାନଙ୍କ ବେଶ ନିକଟତର ଫୈଜଲ୍ ଭାୱଡା। ଇମ୍ରାନଙ୍କୁ ବୁଲେଟ୍‌ ପ୍ରୁଫ୍‌ ସୁରକ୍ଷାରେ ରଖାଯାଇଛି ଓ ବିଭିନ୍ନ ଜନସଭାକୁ ବାତିଲ କରାଯାଇଥିବା ସୂଚନା ମିଳିଛି। 

Imran Khan Pak PM Imran Khan
Advertisment
Advertisment