Advertisment

୩୫ ଦିନ ପରେ ବି ଥମୁନି ଯୁଦ୍ଧ; ରଷିଆ ଉପରେ ୟୁକ୍ରେନ୍‌ର ମିଶାଇଲ୍ ମାଡ଼

ରଷିଆ-ୟୁକ୍ରେନ୍ ଯୁଦ୍ଧକୁ ବିତିଲାଣି ୩୫ ଦିନ । ତଥାପି ଏବେ ଯାଏଁ ବାହାରି ପାରିନି କୌଣସି ନିଷ୍କର୍ସ । ଗୋଟେପଟେ ୟୁକ୍ରେନ୍‌ରୁ ରଷିଆ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ୟୁକ୍ରେନ୍-ରଷିଆ ଉପରେ ମିଶାଇଲ୍‌ରେ ହମଲା କରିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Ukrainian Missile Hits Military Camp In Russia, Vladimir Putin's Troops Withdrawing From Chernobyl

Ukrainian Missile Hits Military Camp In Russia, Vladimir Putin's Troops Withdrawing From Chernobyl

ରଷିଆ-ୟୁକ୍ରେନ୍ ଯୁଦ୍ଧକୁ ବିତିଲାଣି ୩୫ ଦିନ । ତଥାପି ଏବେ ଯାଏଁ ବାହାରି ପାରିନି କୌଣସି ନିଷ୍କର୍ସ । ଗୋଟେପଟେ ୟୁକ୍ରେନ୍‌ରୁ ରଷିଆ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ୟୁକ୍ରେନ୍-ରଷିଆ ଉପରେ ମିଶାଇଲ୍‌ରେ ହମଲା କରିଛି । ରଷିଆର ବେଲଗୋରୋଦ ଅସ୍ତ୍ରଭଣ୍ଡାରକୁ ୟୁକ୍ରେନ କ୍ଷେପଣାସ୍ତ୍ର ମାଡ଼ କରିଛି । ଫଳରେ ସେଠାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ରୁଷର ମାଟିରେ ୟୁକ୍ରେନ କ୍ଷେପଣାସ୍ତ୍ର ଆକ୍ରମଣର ଏହା ଦ୍ୱିତୀୟ ଘଟଣା ।

Advertisment

ଅନ୍ୟପକ୍ଷେ, ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଉଭୟ ପକ୍ଷର ଆଲୋଚନା ପରେ ରାଜଧାନୀ କିଭ୍ ଓ ଚେରନିହିଭ୍ ନିକଟରେ ସେନା ପ୍ରତ୍ୟାହାର ପାଇଁ ରଷିଆ ଘୋଷଣା କରିଛି । ହେଲେ ୟୁକ୍ରେନ ସ୍ପଷ୍ଟ କରିଛି, ଯେପର୍ଯ୍ୟନ୍ତ ରୁଷିଆର ସୈନ୍ୟ ନ ହଟନ୍ତି, ମସ୍କୋର ଘୋଷଣାକୁ ବିଶ୍ୱାସ କରିହେବନି ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିବା ମସ୍କୋ କହିଛି ।

ସେପଟେ ଯୁଦ୍ଧ ଯୋଗୁଁ ଉଦବେଗଜନକ ରୂପ ଧାରଣ କରିଛି ଶରଣାର୍ଥୀ ସମସ୍ୟା । ମିଳିତ ଜାତିସଂଘର ସୂଚନା ଅନୁସାରେ ଯୁଦ୍ଧ ଆରମ୍ଭ ହେବା ଦିନରୁ ୪୦ ଲକ୍ଷ ଲୋକ ୟୁକ୍ରେନ ଛାଡ଼ି ପଡ଼ୋଶୀ ୟୁରୋପୀୟ ଦେଶରେ ଶରଣ ନେଇଛନ୍ତି । କେବଳ ପୋଲାଣ୍ଡରେ ୨୦ଲକ୍ଷରୁ ଅଧିକ ଶରଣାର୍ଥୀ ରହିଛନ୍ତି ।

Advertisment
RussiaUkraineWar RussiaUkraineCrisis RussiaUkraineConflict UkraineCrisis
Advertisment
Advertisment