• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଖାଇବା ତେଲ ଉପରେ ଭୀଷଣ ପ୍ରଭାବ ପଡ଼ିଛି । ବଜାରରେ ଖାଇବା ତେଲର ଅଭାବ ହେତୁ ଦର ମଧ୍ୟ ବଢ଼ି ଚାଲିଛି । ସନ୍‌ଫ୍ଲାୱାର ତେଲର ଦର ଏବେ ଆକାଶ ଛୁଆଁ ହେଲାଣି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବଜାରରେ ଆଉ ରହିବନି ସୁର୍ଯ୍ୟମୁଖୀ ତେଲର ଅଭାବ । ଋଷିଆରୁ ସୂର୍ଯ୍ୟମୁଖୀ ତେଲ କିଣିବ ଭାରତ । ଆଉ ତାହା ପୁଣି ଗୋଟିଏ କି ଯୋଡ଼ିଏ ନୁହେଁ ଏକାଥରକେ ୪୫ ହଜାର ଟନ୍‌ ସୂର୍ଯ୍ୟମୁଖୀ ତେଲ କିଣିବ ଭାରତ । ଯାହାକି ଭାରତ ବଜାରରେ ଥିବା ଖାଇବା ତେଲର ଅଭାବକୁ ଦୂର କରିବାରେ ଢ଼େର ସାହାଯ୍ୟ କରିବ । ଏହି ଖାଇବା ତେଲ ଆସନ୍ତା ମାସ ଅର୍ଥାତ ଏପ୍ରିଲ୍‌ରେ ଭାରତ ପହଞ୍ଚିବ ।

ତେବେ ଏହି ଖବରଠାରୁ ଆଉ ଏକ ବଡ଼ ଖବର ହେଲା, ଭାରତ ଯେଉଁ ତେଲ କିଣିବ ତାହାର ଦର ଢ଼େର ଅଧିକ । ରେକର୍ଡ ସ୍ତରର ଦରରେ ଭାରତ କିଣୁଛି ଖାଇବା ତେଲ । ପୂର୍ବରୂ ଏହି ଦରରେ କେବେ ବି ଭାରତ ତେଲ କିଣି ନାହିଁ । ତେବେ ଏଥିରୁ ସ୍ପଷ୍ଟ ଯେ, ଆଗକୁ ଖାଇବା ତେଲ ଦର ଢ଼େର ଅଧିକ ବୃଦ୍ଧି ପାଇବ । ଋଷ-ୟୁକ୍ରେନ୍‌ ମଧ୍ୟରେ ଯେତେ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିବ ସେତେ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟମୁଖୀ ତେଲ ଦର ବୃଦ୍ଧି ପାଇବ ।

ଆମଦାନୀ ହ୍ରାସ ହେତୁ ବଢ଼ୁଛି ଦର

ଯୁଦ୍ଧ ହେତୁ ୟୁକ୍ରେନ ସୂର୍ଯ୍ୟମୁଖୀ ତେଲ ଯୋଗାଣ ବନ୍ଦ କରି ଦେଇଛି । ଏହା ବ୍ୟତୀତ ଇଣ୍ଡୋନେସିଆ ମଧ୍ୟ ପାମ୍‌ ତେଲ ଯୋଗାଣ ପରେ ଅଙ୍କୁଶ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଦକ୍ଷିଣ ଆମେରିକାରେ ସୋୟାବିନ ଫସଲର ଅମଳ ହ୍ରାସ ପାଇଛି । ଏହି ସବୁ କାରଣରୁ ଘରୋଇ ବଜାରରେ ଖାଇବା ତେଲର ଉପଲବ୍ଧତା ହ୍ରାସ ପାଇଛି । ଏହାସହ ଦର ବୃଦ୍ଧି ପାଇଛି । ଏହି କାରଣ ଯୋଗୁଁ ଭାରତ ଋଷିଆଠାରୁ ଅତ୍ୟଧିକ ଦରରେ ଏହି ତେଲ କିଣିବାକୁ ବାଧ୍ୟ ହେଉଛି । ଖାଇବା ତେଲର ଆମଦାନୀରେ ଭାରତ ବିଶ୍ୱରେ ସବୁଠୁ ଆଗରେ । ଋଷ-ୟୁକ୍ରେନ୍‌ ଯୁଦ୍ଧ ପୂର୍ବରୁ ଭାରତ ସବୁଠାରୁ ଅଧିକ ସୂର୍ଯ୍ୟମୁଖୀ ତେଲ ୟୁକ୍ରେନ୍‌ରୁ ଆମଦାନୀ କରୁଥିଲା ।