Advertisment

ଯୁଦ୍ଧର କରାଳ ରୂପ : ୩୫ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍‌ ଛାଡ଼ିଥିବା ବେଳେ ଦାନା ମୁଠାଏ ପାଉଁ ଡହକବିକଳ ହେଉଛନ୍ତି ସାଧାରଣ ଜନତା

ବନ୍ଦରନଗରୀ ମରିଉପୁଲରେ ସ୍ଥିତି ଅତି ଉଦବେଗଜନକ ରହିଛି। ୬୦ପ୍ରତିଶତ ଲୋକ ଦେଶ ଛାଡ଼ିଲେଣି । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପିଇବା ପାଣି ବି ନାହିଁ।

author-image
Prangyan Parimita
Ukraine Crisis

Ukraine Crisis

ୟୁକ୍ରେନ୍ ଉପରେ ଋଷୀୟ ଆକ୍ରମଣର ୩୫ ଦିନରେ ଦୁର୍ବିସହ ହୋଇ ପଡ଼ିଲାଣି ଜୀବନ । ମାସାଧିକ କାଳ ଯୁଦ୍ଧରେ ୫ ହଜାରରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍ ଛାଡ଼ି ବାହାର ଦେଶକୁ ପଳାଇଲେଣି ବୋଲି ସୂଚନା ମିଳିଛି ।  

Advertisment

ୟୁକ୍ରେନ ଉପରେ କ୍ରମାଗତ ଆକ୍ରମଣ ଜାରି ରଖିଛି ଋଷ । ଆକାଶମାର୍ଗରୁ ଅନବରତ ବୋମା ଓ କ୍ଷେପଣାସ୍ତ୍ର ମାଡ଼ ହେଉଛି । ୟୁକ୍ରେନ ପଶ୍ଚିମାଞ୍ଚଳରେ ଅବସ୍ଥିତ ରିଭ୍ନେରେ ଥିବା ଏକ ତୈଳ ଡିପୋ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଏହି ଅଞ୍ଚଳରେ ଏହା ଏ ଧରଣର ଦ୍ୱିତୀୟ ଆକ୍ରମଣ। ତେବେ ୟୁକ୍ରେନ ସେନା ଋଷ ସୈନ୍ଯଙ୍କ କଡ଼ା ମୁକାବିଲା କରୁଛନ୍ତି। କିଭ୍ ନିକଟବର୍ତ୍ତୀ ସାଟେଲାଇଟ୍ ସହର ଇର୍ପିନକୁ ୟୁକ୍ରେନ ଆର୍ମି ଋଷ ସେନା କବଳରୁ ମୁକ୍ତ କରିଥିବା ଦାବି କରିଛି । ମାତ୍ର ଋଷ ସୈନ୍ୟ କିଭ୍ ସହରର ୮୦ ହଜାରରୁ ଅଧିକ ଘରକୁ ବିଦ୍ୟୁତ୍ ସଂଯୋଗ କାଟି ଦେଇଛନ୍ତି ।

ବନ୍ଦରନଗରୀ ମରିଉପୁଲରେ ସ୍ଥିତି ଅତି ଉଦବେଗଜନକ ରହିଛି। ୬୦ପ୍ରତିଶତ ଲୋକ ଦେଶ ଛାଡ଼ିଲେଣି । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପିଇବା ପାଣି ବି ନାହିଁ। ପୁରା ସହର ଅନ୍ଧାରରେ ଡୁବି ଥିବା ବେଳେ ଲୋକେ ବରଫ ତରଳାଇ ପିଇବା ସହ ଯେକୌଣସି ମତେ ବଞ୍ଚି ରହିଛନ୍ତି । ଏଠାରେ ବାସିନ୍ଦାଙ୍କୁ ଉଦ୍ଧାର ଲାଗି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଋଷ ରାଷ୍ଟ୍ରପତି ପୁତିନଙ୍କ ଅନୁମତି ମାଗିଛନ୍ତି।

Advertisment

ଫେବ୍ରୁଆରୀ ୨୪ରୁ ପୁତିନ ୟୁକ୍ରେନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଦିନଠୁ ଏଯାଏଁ ୫ ହଜାରରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସେହିପରି ୩୫ ଲକ୍ଷରୁ ଅଧିକ ଲୋକ ପଡୋଶୀ ରାଷ୍ଟ୍ର ପୋଲାଣ୍ଡ, ରୋମାନିଆ ଓ ହଙ୍ଗେରୀ ସମେତ ଅନ୍ଯାନ୍ଯ ୟୁରୋପୀୟ ଦେଶରେ ଆଶ୍ରୟ ନେଇଛନ୍ତି।

ଏପଟେ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ, ଋଷ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରୋଭ ଚଳିତ ସପ୍ତାହରେ ଭାରତ ଆସିବେ। ଋଷିଆଠାରୁ ଭାରତ କିଣୁଥିବା ପେଟ୍ରୋଲିୟମ, ମିଲିଟାରୀ ସରଞ୍ଜାମ ବାବଦ ଅର୍ଥ ଭାରତ ଋଷିଆକୁ କେଉଁ ଆକାରରେ ଦେବ ସେନେଇ ଲାଭ୍ରୋଭ ଆଲୋଚନା କରିବେ। ପୁତିନଙ୍କ ୟୁକ୍ରେନ ଅଭିଯାନକୁ ବିରୋଧ କରି ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ଋଷ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି। ଏଥିରୁ ବର୍ତ୍ତିବା ଲାଗି ଋଷ ଭାରତ, ଚୀନ୍ ସମେତ ଏସିଆ ମହାଦେଶର ପୁରୁଣା ମିତ୍ରଙ୍କ ସହ କାରବାର ବୃଦ୍ଧି ଉପରେ ଫୋକସ କରୁଛି।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment