Advertisment

ବଡ଼ ଖବର: ଏଣିକି ଆଉ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବନି ଋଷିଆ !

ଆଜିକୁ ୩୫ ଦିନ ହେବ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଉପରେ ଆଜି ବି ଜୋରଦାର ଆକ୍ରମଣ କରିଛି ଋଷିଆ । ଆକ୍ରମଣ ଯୋଗୁଁ ୟୁକ୍ରେନରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଗଲାଣି ।

author-image
Satyendu Shekher Mishra
Russia-Ukraine War

Russia-Ukraine War

୩୪ ଦିନର ଯୁଦ୍ଧ ପରେ ରୁଷିଆ-ୟୁକ୍ରେନ ମଧ୍ୟରେ ଉତ୍ସାହଜନକ ଆଲୋଚନା । ଇସ୍ତାନବୁଲରେ ଦୁଇ ଦେଶ ମଧ୍ୟରେ ଆଲୋଚନାରୁ ଆସିଲା ବଡ଼ ସୂଚନା । ଯୁଦ୍ଧରେ ବ୍ରେକ୍ ଲଗାଇ ଶାନ୍ତି ଆଲୋଚନା ପାଇଁ ରାଜିଥିବା କହିଲା ରୁଷିଆ । କିଭ୍ ଓ ଚେର୍ଣ୍ଣିଗିଭ୍‌ରେ ଆକ୍ରମଣ ହ୍ରାସ ପାଇଁ ସହମତି ପ୍ରକାଶ କଲା ରୁଷିଆ ।

Advertisment

ତେବେ ଆଜିକୁ ୩୫ ଦିନ ହେବ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଉପରେ ଆଜି ବି ଜୋରଦାର ଆକ୍ରମଣ କରିଛି ଋଷିଆ । ଆକ୍ରମଣ ଯୋଗୁଁ ୟୁକ୍ରେନରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଗଲାଣି । ଋଷ୍‌ର ଆକ୍ରମଣ ଏତେ ପ୍ରଚଣ୍ଡ ରହୁଛି ଯେ, ୟୁକ୍ରେନରୁ ସାଧାରଣ ଲୋକଙ୍କୁ ବି ଉଦ୍ଧାର କରିବା ପ୍ରାୟତଃ ଅସମ୍ଭବ ହୋଇ ପଡ଼ୁଛି। ମସ୍କୋ କହିଛି, ଆମ ଦେଶ ଉପରେ ଯେତେବେଳେ ବିପଦର ଆଶଙ୍କା ଥିବା ନେଇ ଆମେ ସନ୍ଦେହ କରିବୁ ସେହି ସମୟରେ ଆମେ ସୁରକ୍ଷା ଦୃଷ୍ଟିରୁ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ ।

ମିଳିଥିବା ସୂଚନା ଅନୁସାରେ, ଋଷିଆ ଏବେ ୟୁକ୍ରେନର ମାନବୀୟ ପଥ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛି । ତେବେ ଋଷର ଆକ୍ରମଣରେ ମାରିଓପୋଲ୍‌ ସ୍ଥିତି ସଙ୍ଗୀନ ହେଲାଣି । ଋଷ ସୈନ୍ୟଙ୍କ ଆକ୍ରମଣରେ ୟୁକ୍ରେନର ଗୋଟିଏ ଗୋଟିଏ ସହରର ପ୍ରାୟ ୯୦ ପ୍ରତିଶତ ଘର ଧ୍ୱଂସ ସ୍ତୁପରେ ପରିଣତ ହୋଇଗଲାଣି ।

Advertisment

କେବଳ ମାରିଓପୋଲ୍‌ରେ ୬୦ ପ୍ରତିଶତ ଘର ଉପରେ ସିଧାସଳଖ ଆକ୍ରମଣ ହୋଇଛି । ସହରରେ ୭ଟି ହସ୍ପିଟାଲ୍‌ ନଷ୍ଟ ହେବା ସହ ଏଥି ମଧ୍ୟରୁ ୩ଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି । ୫ ରୁ ଅଧିକ ପ୍ରସୂତି ମେଡ଼ିକାଲ ସମେତ ୬୦ ରୁ ଅଧିକ ସ୍କୁଲକୁ ଧ୍ୱଂସ କଲାଣି ଋଷିଆ । ସ୍ଥିତି ଏମିତି ହେଲାଣି ଯେ, ମାରିଓପୋଲ୍‌ ମେୟର କହିଛନ୍ତି, ଏବେ ଆମ ହାତରେ ଆଉ କିଛି ନାହିଁ । ଆମେ ଏବେ ରୁଷ୍‌ ସୈନିକଙ୍କ କବ୍‌ଜାରେ । ମାରିଓପୋଲ୍‌ରୁ ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ପାଇଁ ସେ ଅନୁରୋଧ କରିଛନ୍ତି ।

ତେବେ ମୋଟ୍‌ ଉପରେ ଏବେ ଚାରିଆଡ଼େ ହାହାକାର ସ୍ଥିତି । ବାହାରେ ବୁଲୁଛନ୍ତି ମୃତ୍ୟୁର ଦୂତ । ଯୁଦ୍ଧ ପାଇଁ କାହାର ସିନ୍ଦୂର ପୋଛି ହୋଇଯାଇଛି ତ କିଏ ବାପାମା’ଙ୍କୁ ହରାଇଛି । ପୁଣି କିଏ ନିଜ ସନ୍ତାନକୁ ହରାଇ କାନ୍ଦୁଛି । ଶହ ଶହ ସାଧାରଣ ନାଗରିକଙ୍କ ସମତେ କୁନି କୁନି ପିଲା ବି ଯୁଦ୍ଧର ଶିକାର ହେଉଛନ୍ତି । 

Russia Ukraine Crisis Ukraine Crisis Ukraine Russia War
Advertisment
Advertisment