ଲୋକାଲ୍ ଟ୍ରେନରେ ଗୋଟିଏ ଘୋଡା ଯାତ୍ରା କରୁଥିବାର ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି । କେବଳ ଏତିକି ନୁହେଁ ଟ୍ରେନର ନିୟମଉଲଙ୍ଘନ କରିବା ଅଭିଯୋଗରେ ଘୋଡାଟିର ମାଲିକକୁ ଆର୍.ପି.ଏଫ୍ ପୋଲିସ ଗିରଫ କରିଛନ୍ତି ।
ଗାଁରେ ଭୟଙ୍କର ଥିଲା ପାଣି ସମସ୍ୟା। ମାଇଲ ମାଇଲ ବାଟ ଯିବା ପରେ ବି ମିଳୁନଥିଲା ପାଣି..ଗାଁ ଲୋକଙ୍କ କଷ୍ଟ ନଦେଖି ପାରି ୩ ବର୍ଷ ଏକାକୀ ପରିଶ୍ରମ କରି ପୋଖରୀ ଖୋଳି ଦେଲେ କୃଷ୍ଣଚନ୍ଦ୍ର। ୩ ହଜାର ଟ୍ରଲିର ମାଟି ନିଜେ ବୋହି ସରକାରଙ୍କଠୁ ହେଲେ ପୁରସ୍କୃତ..
ତେବେ ବିବାହ ପୂର୍ବରୁ ରଣବୀରଙ୍କ ପୂର୍ବ ଆଫେୟାର୍ସକୁ ନେଇ ଚର୍ଚ୍ଚା ହେଉଛି । ହାତକୁ ଦିହାତ ହେବାକୁ ଯାଉଥିବା ରଣବୀରଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା ।
୭୦ ବର୍ଷୀୟ ଶାହବାଜ ଶରିଫ୍ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଏକ ପଞ୍ଜାବୀ ଭାଷାଭାଷି କାଶ୍ମୀରୀ ପରିବାରରେ ଜନ୍ମ ନେଇଥିଲେ । ସ୍ୱାଧୀନତା ପୂର୍ବରୁ ତାଙ୍କ ବାପା କାଶ୍ମୀର ଅନନ୍ତନାଗରୁ ପଞ୍ଜାବ ଅମୃତସର ଆସି ବ୍ୟବସାୟ କରୁଥିଲେ ଏବଂ ଦେଶ ବିଭାଜନ ପରେ ପୂରା ପରିବାର ଲାହୋର୍ ପଳାଇ ଯାଇଥିଲା
୪୨ ବର୍ଷିୟ ଅକ୍ଷତାଙ୍କ ପାଖରେ ଇନଫୋସିସରେ ପ୍ରାୟ ୧ ବିଲିୟନ ଡଲାରର ସେୟାର ରହିଛି । ଯେଉଁଥିଲାଗି ସେ ବ୍ରିଟେନ୍ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଠାରୁ ମଧ୍ୟ ଅଧିକ ଧନୀ ବୋଲି କୁହାଯାଉ
ଗତ ୯ ତାରିଖ ରାତି ପ୍ରାୟ ୧୦ଟା ବେଳେ ତାଙ୍କ ସରକାରୀ ବାସଭବନରେ ଓହ୍ଲାଇଥିଲା ଏକ ହେଲିକପ୍ଟର । ଏଥିରେ ଜେନେରାଲ ଫୟାଜ୍ ହମିଦ୍ ଆସିଥିବା ଇମ୍ରାନ ଅନୁମାନ କରୁଥିଲେ । ମାତ୍ର ଯେତେବେଳେ ଜେନେରାଲ ବାଜଓ୍ୱା ଓ ଆଇଏସଆଇ ଡିଜି ନଦୀମ୍ ଅଂଜୁମଙ୍କୁ ଦେଖି ଇମ୍ରାନଙ୍କ ହୋସ୍ ଉଡିଯାଇଥିଲା
ରୋପୱେ ଅଘଟଣ : ଏପର୍ଯ୍ୟନ୍ତ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୩ରୁ ଅଧିକ ପର୍ଯ୍ୟଟକ ଫସିରହିଥିବା ସୂଚନା ମିଳିଛି ।
ଆଜି ୨୦୨୨ ମସିହା ଅପ୍ରେଲ, ୧୨ ତାରିଖ, ମଙ୍ଗଳବାର, ମୀନ ୨୯ ଦିନ, ଚୈତ୍ର ମାସ ଶୁକ୍ଳପକ୍ଷ, ଏକାଦଶୀ ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
ଗୁଜୁରାଟ ଟାଇଟନ୍ସର ବିଜୟ ଧାରାକୁ ରୋକିଲା ସନରାଇଜର୍ସ ହାଇଦ୍ରାବାଦ୍ । ଗୁଜରାଟକୁ ୮ ୱିକେଟରେ ପରାସ୍ତ କରିଛି ସନ୍ ରାଇଜର୍ସ ହାଇଦ୍ରାବାଦ।
ପୁଣି ଚୀନରେ କାୟା ମେଲାଇଛି କରୋନା। ପରିସ୍ଥିତି ସାଙ୍ଘାତିକ ହେଉଥିବାରୁ ଲକଡାଇନର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏବେ ସାଙ୍ଘାଇ ସହରରେ ଜରୁରୀ ସାମଗ୍ରୀ ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଲୋକେ। ଦେଖନ୍ତୁ ଏହି ଦୁଇଟି ଭିଜୁଆଲ୍...
ଏ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବିରାଟକାୟ ଅହିରାଜ ମଥାରେ ଚୁମ୍ୱନ ଦେଉଛନ୍ତି ଏ ଯୁବତୀ ଜଣକ। ଆଉ ସାପଟି କିଛି ନ କରି ଚୁପ୍ ହୋଇ ରହିଛି।
ଭାରତ-ପାକିସ୍ତାନ ସଂପର୍କରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କାଶ୍ମୀର । କାଶ୍ମୀର ପ୍ରସଙ୍ଗକୁ ନେଇ ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଏହାର ଆଭିମୁଖ୍ୟ ପରିବର୍ତ୍ତନ ନ କରିଛି, ସେପର୍ଯ୍ୟନ୍ତ ଦୁଇ ଦେଶର ସଂପର୍କ ସ୍ୱାଭାବିକ ହେବାର ପ୍ରଶ୍ନ ହିଁ ଉଠୁନି
ସୁନା ଗହଣା ଥିଲେ କଣ ହେବ? ତାକୁ ଦେଖିଲେ କଣ ପେଟ ପୂରିବ? ଏମିତି କହି ନିଜର ପିନ୍ଧା ସୁନା ଗହଣା ବିକି ଦେଉଛନ୍ତି ଶ୍ରୀଲଙ୍କା ଲୋକେ। କାରଣ ଏଠି ବଂଚିବା କଷ୍ଟକର ହୋଇ ପଡିଛି। ପେଟ ପାଇଁ ସୁନା ବିକି ଦେଉଛନ୍ତି ଏଠାକାର ଲୋକେ...
ଉଭୟ ରାଷ୍ଟ୍ର ମୁଖ୍ୟ ସିଧାସଳଖ କଥାବାର୍ତ୍ତା ହେବାକୁ ମୋଦିଙ୍କ ପରାମର୍ଶ । ସିଧାସଳଖ କଥାବାର୍ତ୍ତା ହେଲେ ଶାନ୍ତିର ରାସ୍ତା ଫିଟିବ ବୋଲି ପରାମର୍ଶ ଦେଇଛନ୍ତି ମୋଦି ।
ରୋପ୍ ୱେ’ରେ ଝୁଲି ରହିଥିବା ତାର ଯୋଗୁଁ ସମସ୍ୟା ହେଉଥିଲେ ବି ରେସକ୍ୟୁ ଅପରେସନରେ ଲାଗି ପଡ଼ିଛନ୍ତି ବାୟୁସେନାର ଯବାନ । ଆଇଟିବିପି ଏବଂ ଏନଡିଆରଏଫ୍ର ଟିମ୍ ମଧ୍ୟ ସାମିଲ ହୋଇଛନ୍ତି ଉଦ୍ଧାର କାର୍ଯ୍ୟରେ ।
ସୋମବାର ସକାଳୁ ଉଗ୍ରତା ଥମିଥିଲେ ବି ଉତ୍ତେଜନା ଜାରି ରହିଛି । ଉଭୟ ପକ୍ଷରୁ ବସନ୍ତକୁଞ୍ଜ ଥାନାରେ ଏତଲା ହୋଇଛି । ତେଣେ ଛାତ୍ରଛାତ୍ରୀଙ୍କୁ ଏଭଳି ହିଂସାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି ଜେଏନ୍ୟୁ କର୍ତ୍ତୃପକ୍ଷ ।
ମୋବାଇଲକୁ ଫୋନ୍ କଲେ ଏଣିକି ଆଉ ଶୁଭିବନି କରୋନା କଲର ଟ୍ୟୁନ୍। ମହାମାରୀ କମିବା ପରେ କଲରଟ୍ୟୁନ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଲା କେନ୍ଦ୍ର।
ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ ଶାହାବାଜ ସରିଫ୍ ।
ସବୁଠାରୁ ମଜାଦାର କଥା ହେଲା, ବର-କନ୍ୟା ଉଭୟ ମଞ୍ଚ ଉପରେ ଛିଡ଼ା ହୋଇ ଅତିଥିଙ୍କ ଶୁଭେଚ୍ଛା ଗ୍ରହଣ କରୁଥିବା ବେଳେ ଅଚାନକ ଗୀତ ବାଜିଥିଲା ।
ବିଏମଡବ୍ଲ୍ୟୁ କିଣି ଖୁସିରେ ବୁଲୁଥିଲେ, ଏବେ ଯୁବ ବ୍ୟବସାୟୀଙ୍କ ବିଳାସପୂର୍ଣ୍ଣ ଗାଡ଼ିକୁ ଜବତ କରିଛି ଟ୍ରାଫିକ୍ ପୋଲିସ୍ ।
ଇଡି କବ୍ଜାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଲ୍ଲିକାର୍ଜୁନଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବରୁ ଇଡି ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇ ଆଜି ହାଜର ହେବାକୁ ଡକାଇଥିଲା। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।
କୋଭିଡର ନୂଆ ଭାରିଆଣ୍ଟ ମାରାତ୍ମକ ନୁହେଁ । କୋଭିଡ୍ XE ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି NTAGI ମୁଖ୍ୟ ଏନ୍. କେ. ଅରୋରା ।
ବିଶ୍ୱକୁ ଡରାଇବା ଆରମ୍ଭ କରି ଦେଲେଣି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ପାଖେ ପାଖେ ଲଖୁଛନ୍ତି ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍। ପୁଟିନ୍ ଯୁଆଡେ ଯାଉଛନ୍ତି, ତାଙ୍କ ପଛେ ପଛେ ଜଣେ ବ୍ୟକ୍ତି କଳା ରଙ୍ଗର ବ୍ରିଫକେସ୍ ଧରି ବୁଲୁଛନ୍ତି।
ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? IFFCO ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଇଫକୋରେ ଖାଲିପଡିଛି ଆକାଉଣ୍ଟସ ଟ୍ରେନି ଏବଂ ଏଗ୍ରିକଲଚର ଗ୍ରାଜୁଏଟସ ଟ୍ରେନି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।