• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାପୁଡ଼ା ଖାଇ ଗାଦିଚ୍ୟୁତ ହେଲେ କି ଇମ୍ରାନ୍ ? ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗତ ୯ ତାରିଖରେ ରାତିରେ ଚାପୁଡା ମାରିଥିଲେ କି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜଓ୍ୱା ? ସେଥିଲାଗି ଆସ୍ଥା ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନ ଖାଲି କରି ପଳେଇଲେ କି ଇମ୍ରାନ ? ପାକିସ୍ତାନ ସୋସିଆଲ ମିଡିଆରେ ଏନେଇ ଚାଲିଛି ଜୋରଦାର ଚର୍ଚ୍ଚା ।

କ୍ଷମତାରେ ତିଷ୍ଠି ରହିବା ଲାଗି ନିଜ ଶେଷ ପ୍ରୟାସ ଅନ୍ତର୍ଗତ ଜେନେରାଲ ବାଜଓ୍ୱାଙ୍କୁ ପାକିସ୍ତାନ ସେନାମୁଖ୍ୟ ପଦରୁ ହଟାଇ ଦେବା ପାଇଁ ପ୍ରୟାସ କରିଥିଲେ ଇମ୍ରାନ । ତାଙ୍କ ପାଖରେ ଶେଷ ଅସ୍ତ୍ର ରହିଥିବା ଇମ୍ରାନ ପୂର୍ବରୁ ମଧ୍ୟ କହି ସାରିଥିଲେ । ତେବେ ଗତ ୯ ତାରିଖ ରାତି ପ୍ରାୟ ୧୦ଟା ବେଳେ ତାଙ୍କ ସରକାରୀ ବାସଭବନରେ ଓହ୍ଲାଇଥିଲା ଏକ ହେଲିକପ୍ଟର । ଏଥିରେ ଜେନେରାଲ ଫୟାଜ୍ ହମିଦ୍ ଆସିଥିବା ଇମ୍ରାନ ଅନୁମାନ କରୁଥିଲେ । ମାତ୍ର ଯେତେବେଳେ ଜେନେରାଲ ବାଜଓ୍ୱା ଓ ଆଇଏସଆଇ ଡିଜି ନଦୀମ୍ ଅଂଜୁମଙ୍କୁ ଦେଖି ଇମ୍ରାନଙ୍କ ହୋସ୍ ଉଡିଯାଇଥିଲା । ଉଭୟ ଇମ୍ରାନଙ୍କୁ ଏକ ରୁମକୁ ନେଇ ଯାଇଥିଲେ । ଘଣ୍ଟାଏରୁ ଅଧିକ ସମୟ ଧରି କଥାବାର୍ତ୍ତା ହୋଇଥିଲା ।

ତେବେ ଏହି ସମୟରେ ଜେନେରାଲ ବାଜଓ୍ୱା ଉତକ୍ଷିକ୍ତ ହୋଇ ଇମ୍ରାନଙ୍କୁ ଦୁର୍ବ୍ୟବହାର କରିବା ସହ ଚାପୁଡା ମାରିଥିବା କୁହାଯାଉଛି । ପାକିସ୍ତାନ ସେନା ରାଙ୍କରେ ପରିବର୍ତ୍ତନ ଲାଗି ଇମ୍ରାନଙ୍କ ବୃଥା ଚେଷ୍ଟା ପାଇଁ ଜେନେରାଲ୍ ବାଜ୍ଓ୍ୱା ଇମ୍ରାନଙ୍କୁ ମାଡ଼ ମାରିଥିବା ପାକିସ୍ତାନ ଚର୍ଚ୍ଚା ହେଉଛି ।

ଇମ୍ରାନ କାଳେ ବାଜଓ୍ୱାଙ୍କୁ ବରଖାସ୍ତ କରିବେ ତାକୁ ନେଇ ପୂର୍ବରୁ ଇସଲାମାବାଦ୍ ହାଇକୋର୍ଟରେ ଏକ ଆଗୁଆ ମାମଲା ମଧ୍ୟ ହୋଇଥିଲା । ଆଇନଜୀବୀ ଅଦନାନ୍ ଇକବାଲ୍ ଏହି ପିଟିସନ୍ ଦାୟର କରିଥିଲେ । ପାକିସ୍ତାନ ସମ୍ବିଧାନର ଧାରା ୧୯୯ ଅନୁସାରେ ସେନା ମୁଖ୍ୟଙ୍କୁ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ଏଥିରେ ଦର୍ଶାଯାଇଥିଲା ।

ଅନ୍ୟପକ୍ଷରେ ଇମ୍ରାନ ଇସ୍ତଫା ଦେଇନଥିଲେ ବରଂ ବନ୍ଧୁକ ମୂନରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା କୁହାଯାଉଛି । ତେଣେ ପାକିସ୍ତାନ ସେନାର ISPR ବା ଇଣ୍ଟର ସର୍ଭିସ ପବ୍ଲିକ୍ ରିଲେସନ୍ ପକ୍ଷରୁ ଏଭଳି ଖବରକୁ ଖଣ୍ଡନ କରାଯାଇଛି । ବିବିସି ଉର୍ଦ୍ଦୁରେ ପ୍ରସାରିତ ଏ ସଂପର୍କିତ ଖବରରେ ଆଦୌ ସତତ୍ୟ ନାହିଁ ଓ ଏହାର ମିଛର ପୁଡିଆ ବୋଲି କହିଛି ISPR । ସେହିପରି ଇମ୍ରାନ ମଧ୍ୟ ଏଭଳି ଖବରକୁ ଖଣ୍ଡନ କରିଛନ୍ତି । ସମ୍ବିଧାନ ବାହାରକୁ ଯାଇ ସେ କେବେବି କୌଣସି ନିଷ୍ପତ୍ତି ନେଇନଥିବା ଇମ୍ରାନ ସଫେଇ ଦେଇଛନ୍ତି ।