Advertisment

ଭୟରେ ଥରହର ବିଶ୍ୱ : ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍ ଧରି ଯା’ଆସ କରୁଛନ୍ତି ପୁଟିନ୍

ବିଶ୍ୱକୁ ଡରାଇବା ଆରମ୍ଭ କରି ଦେଲେଣି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ପାଖେ ପାଖେ ଲଖୁଛନ୍ତି ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍। ପୁଟିନ୍ ଯୁଆଡେ ଯାଉଛନ୍ତି, ତାଙ୍କ ପଛେ ପଛେ ଜଣେ ବ୍ୟକ୍ତି କଳା ରଙ୍ଗର ବ୍ରିଫକେସ୍ ଧରି ବୁଲୁଛନ୍ତି।

author-image
Prangyan Parimita
‘secret nuclear briefcase’

‘secret nuclear briefcase’

ବିଶ୍ୱକୁ ଘାରିଲା ତୃତୀୟ ବିଶ୍ୱଯୁଦ୍ଧ ଭୟ। କୌଣସି ବି ସମୟରେ ହୋଇପାରେ ଘମାଘୋଟ ଲଢେଇ। ଦେଶ ଦେଶ ମଧ୍ୟରେ ପରମାଣୁ ଆକ୍ରମଣ ବି ହୋଇପାରେ। ଏଥି ପାଇଁ ପୂରା ପ୍ରସ୍ତୁତ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ଯୁଆଡେ ଯାଉଛନ୍ତି ସାଙ୍ଗରେ ଧରି ବୁଲୁଛନ୍ତି ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍। ଏବେ ପୁଟିନଙ୍କ ଗୋଟିଏ ଫଟୋକୁ ନେଇ ଆତଙ୍କିତ ସାରା ଦୁନିଆ।

Advertisment

ୟୁକ୍ରେନ ସହ ଦୀର୍ଘ ଦିନ ହେବ ଯୁଦ୍ଧ ଜାରି ରଖିଛି ଋଷ। ହେଲେ ୟୁକ୍ରେନକୁ ପରାସ୍ତ କରିବାରେ ସଫଳ ହୋଇନି। ଯାହାକୁ ନେଇ ବିରକ୍ତ ହୋଇ ପଡୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ଏଭଳି ପରିସ୍ଥିତିରେ ପୁଟିନ୍ କିଛି ବଡ ପଦକ୍ଷେପ ନେଇପାରନ୍ତି। ଅନେକ ଥର ପରମାଣୁ ଆକ୍ରମଣର ଧମକ ଦେଉଥିବା ପୁଟିନ୍ କୌଣସି ସମୟରେ ପରମାଣୁ ଆକ୍ରମଣ କରି ପାରନ୍ତି ବୋଲି କୁହାଯାଉଛି। ଏଥି ପାଇଁ ସାଙ୍ଗରେ ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍ ଧରି ବୁଲୁଛନ୍ତି ପୁଟିନ୍। ସାରା ଦୁନିଆ ସାମ୍ନାକୁ ଆସିଥିବା ଏ ଫଟୋରେ ପୁଟିନଙ୍କ ପଛେ ପଛେ ଚାଲୁଥିବା ବ୍ୟକ୍ତି ଜଣକ ହାତରେ ଏକ କଳା ରଙ୍ଗର ବ୍ରିଫକେସ୍ ଧରିଛନ୍ତି। ଯାହା ଭିତରେ ରହିଛି ବିଶ୍ୱ ଧ୍ୱଂସ କରିବା ଭଳି ଅସ୍ତ୍ର। ଏହା ପୁଟିନଙ୍କ ପରମାଣୁ ବ୍ରିଫକେସ୍ ବୋଲି କୁହାଯାଉଛି।

‘ଦ ସନ୍‌’ର ରିପୋର୍ଟ ଅନୁଯାୟୀ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ମସ୍କୋର ଖ୍ରୀଷ୍ଟ ସେଭର୍ କ୍ୟାଥେଡ୍ରାଲରେ ପହଞ୍ଚିଥିଲେ । ଏହି ସମୟରେ ସିକ୍ରେଟ ବ୍ରିଫକେସ ସହ ପୁଟିନଙ୍କୁ ଦେଖିବାକୁ ମିଳିଥିଲା । ପରମାଣୁ ବ୍ରିଫକେସ୍ ଦେଖାଇ ପୁଟିନ ବିଶ୍ୱକୁ ଦେଖାଇବାକୁ ଚାହାଁନ୍ତି, କୌଣସି ସମୟରେ ସେ ବଡ ନିଷ୍ପତ୍ତି ନେଇପାରନ୍ତି। ପୂର୍ବରୁ ବହୁ ଥର ବିଶ୍ୱକୁ ପରମାଣୁ ଆକ୍ରମଣର ଧମକ ଦେଇ ସାରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ଏବେ ଏ ଫଟୋଟି ବିଶ୍ୱ ସାମ୍ନାକୁ ଆସିଯିବା ପରେ ପୁଣି ଥରେ ତୃତୀୟ ବିଶ୍ୱଯୁଦ୍ଧର ଭୟ ସାରା ବିଶ୍ୱକୁ ଘାରିଛି।

Advertisment
Vladimir Putin Secret Nuclear Briefcase
Advertisment
Advertisment