• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଧାନମନ୍ତ୍ରୀ ମୋଦି ଓ ବାଇଡେନ୍‌ଙ୍କ ମଧ୍ୟରେ ଆଲୋଚନା । ଭର୍ଚୁଆଲରେ ମୋଦି ଓ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ଆଲୋଚନା । ୟୁକ୍ରେନ-ରୁଷିଆ ଯୁଦ୍ଧକୁ ଚିନ୍ତାଜନକ କହିଲେ ମୋଦି । ଉଭୟ ରାଷ୍ଟ୍ର ମୁଖ୍ୟ ସିଧାସଳଖ କଥାବାର୍ତ୍ତା ହେବାକୁ ମୋଦିଙ୍କ ପରାମର୍ଶ । ସିଧାସଳଖ କଥାବାର୍ତ୍ତା ହେଲେ ଶାନ୍ତିର ରାସ୍ତା ଫିଟିବ ବୋଲି ପରାମର୍ଶ ଦେଇଛନ୍ତି ମୋଦି । 

ସେପଟେ ମୋଦିଙ୍କ ସହ ବୈଠକ ପୂର୍ବରୁ ଟ୍ୱିଟ୍ କରିଥିଲେ ରାଷ୍ଟ୍ରପତି ବାଇଡେନ୍ । ଟ୍ୱିଟ୍‌ରେ ବାଇଡେନ୍ ଦର୍ଶାଇଥିଲେ ଯେ, ଭାରତ-ଆମେରିକା ଦ୍ୱିପାକ୍ଷିକ ଓ ଅର୍ଥନୈତିକ ସଂପର୍କ ଆହୁରି ମଜଭୁତ୍ କରିବା ତାଙ୍କ ଲକ୍ଷ୍ୟ ରହିଛି । ବୈଠକରେ ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବା ସହ ଦକ୍ଷିଣ ଏସିଆ, ଇଣ୍ଡୋ-ପାସିଫିକ୍ ଅଞ୍ଚଳ ଏବଂ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିବେ ।

ସେପଟେ ହ୍ୱାଇଟ୍‌ହାଉସ ପକ୍ଷରୁ କୁହାଯାଇଛି ଯେ, ମୋଦି ଓ ବାଇଡେନ୍‌ଙ୍କ ମଧ୍ୟରେ କୋଭିଡ୍ ମହାମାରୀର ଅନ୍ତ ଘଟାଇବା, ଜଳବାୟୁ ପରିବର୍ତ୍ତନର ମୁକାବିଲା, ବିଶ୍ୱ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ମଜବୁତ କରିବା ଦିଗରେ ମଧ୍ୟ ଆଲୋଚନା ହେବ । ୟୁକ୍ରେନରେ ଭୟାବହ ଯୁଦ୍ଧ ଜାରି ରହିଥିବା ବେଳେ ବାଇଡେନ ଓ ମୋଦିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି । ତେଣୁ ସାରା ବିଶ୍ୱର ନଜର ଏହି ବୈଠକ ଉପରେ ରହିଛି ।

ସେପଟେ ଦୁଇ ନେତାଙ୍କ ବୈଠକ ପୂର୍ବରୁ ବସିଛି ଭାରତ-ଆମେରିକା ଟୁ ପ୍ଲସ୍ ଟୁ ବୈଠକ । ପେଣ୍ଟାଗନ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆମେରିକା ପ୍ରତିପକ୍ଷ ଲୟଡ ଅଷ୍ଟିନଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ଜାରି ରହିଛି । ଏଥିରେ ଉଭୟ ଦେଶର ସାଟେଲାଇଟ୍ ସୁରକ୍ଷା ସହ ସୂଚନା ପ୍ରଦାନ ଉପରେ ଏମଓୟୁ ସ୍ୱାକ୍ଷର ହେବ ।