'କେଜିଏଫ୍ ୨' ଆଗୁଆ ବୁକିଂ ବଡ ବଡ ତାରକାଙ୍କ ଫିଲ୍ମକୁ ପଛରେ ପକେଇ ଦେଇଛି। ଏହା ପରେ, ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସ୍ ଜବରଦସ୍ତ ବ୍ୟବସାୟ କରିଛି। 'କେଜିଏଫ୍ ୨'ର ଏପରି କ୍ରେଜ୍ ଦେଖି ଏହା ସ୍ପଷ୍ଟ ହୋଇଛି ଯେ ରୋଜଗାର ଦୃଷ୍ଟିରୁ ବକ୍ସ ଅଫିସରେ ପୁଷ୍ପା, ଆର୍ଆର୍ଆର୍ ଭଳି ବଡ ବଜେଟ୍ ଫିଲ୍ମକୁ ବି ପଛରେ ପକେଇଦେବ।
ନୂଆ ଲୁକରେ ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ। ମଥାରେ କୁମକୁମ୍ ଓ ସିନ୍ଥିରେ ସିନ୍ଦୁର ଲଗାଇ ବୋହୂ ବେଳରେ ସଜେଇ ହୋଇ ଗୀତ ଗାଇଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି...
ଆସାମରେ ପ୍ରକୃତିର ତାଣ୍ଡବ । ବିଗିଡ଼ି ଯାଇଛି ପାଗ । ଏବେ ସୁଦ୍ଧା ବର୍ଷା, ପବନ, ଘଡ଼ଘଡ଼ି ଯୋଗୁଁ ୧୪ ଜଣ ପ୍ରାଣ ହରାଇଛନ୍ତି ।
ବିବାହରେ ଟଙ୍କା, ସୁନା, ଗହଣା ବଦଳରେ ଲେମ୍ବୁ ଉପହାର ।
ଖବର ପାଇ ୫ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।
ଏବେ ଯାଏଁ ମାମଲାରେ ୧୪ ଜଣଙ୍କୁ ଗିରଫ କରିଛି ପୋଲିସ୍ । ହିଂସାକାଣ୍ଡ ଭିଆଇବା ଓ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ତେଜିଥିବା କିଛି ବ୍ୟକ୍ତିଙ୍କୁ ଚିହ୍ନଟ ବି କରାଯାଇଛି ।
ପ୍ରଥମ ଥର ପାଇଁ ଆଇପିଏଲ୍ ଇତିହାସରେ ଗୋଟିଏ ଦଳ କ୍ରମାଗତ ଭାବେ ୬ ଥର ପରାଜୟ ବରଣ କରିଛି । ଆଉ ଏହାସହ ମୁମ୍ବାଇ ଇଣ୍ଡିଆନ୍ସକୁ ପଏଣ୍ଟ ଟେବୁଲରେ କୌଣସି ଅଙ୍କ ମିଳିନାହିଁ ।
ଲୋକମାନେ ପରିହାସ କରନ୍ତି ଯେ ସ୍କେଟିଂ ଏକ ପିଲା ଖେଳ ନୁହେଁ। କିନ୍ତୁ ବର୍ତ୍ତମାନ ଏକ ଛୋଟ ପିଲା ଏହି କଥାକୁ ଭୁଲ ବୋଲି ପ୍ରମାଣିତ କରିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଚର୍ଚ୍ଚାରେ ରହିଛି, ଯେଉଁଥିରେ ପିଲାଟି ପାହାଚରେ ଚମତ୍କାର ସ୍କେଟିଂ କରୁଥିବା ଦେଖାଯାଏ।
ଭାରତର ମହିଳାମାନେ ବହୁତ ପରିଶ୍ରମୀ ଏବଂ ପ୍ରତିଜ୍ଞାକାରୀ। ସେମାନେ ଦେଶ ପରିଚାଳନା କରୁଛନ୍ତି, ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ କରୁଛନ୍ତି। ଏହି ନାରୀମାନଙ୍କ ଭିତରେ ଜଣେ ହେଲେ ଦମୟନ୍ତୀ ମାଞ୍ଝୀ। ଆସନ୍ତୁ ଜାଣିବା ବସ୍ତିରୁ ଡେପୁଟି ମେୟର ହେବାର ତାଙ୍କ ସଂଘର୍ଷର କାହାଣୀ।
ଯୋଗାସନ କେବଳ ଆମକୁ ସକ୍ରିୟ କରେ ନାହିଁ ବରଂ ଚାପକୁ ମଧ୍ୟ ନିୟନ୍ତ୍ରଣ କରେ। ଏହା ସହିତ ଶରୀରରୁ ଅନେକ ପ୍ରକାରର ଯନ୍ତ୍ରଣା ଏବଂ ମାଂସପେଶୀ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ମାଂସପେଶୀର କଠିନତାକୁ ଦୂର କରିବାରେ ବିଭିନ୍ନ ପ୍ରକାରର ଆସନର ଧ୍ୟାନପୂର୍ବକ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ।
ଯେତେବେଳେ ଆମ ଶରୀରର ପାଣି ଗ୍ରହଣ କରିବାର ମାତ୍ରା ଶରୀରରୁ ନଷ୍ଟ ହେଉଥିବା ଜଳୀୟ ଅ°ଶଠୁ କମ୍ ହେବା ଦ୍ୱାରା ପରିସ୍ରା ହେବାର ମାତ୍ରାକୁ ପ୍ରଭାବିତ କରେ ସେଇ ଅବସ୍ଥାକୁ ଡିହାଇଡ୍ରେସନ୍ କୁହାଯାଏ। ଅନେକ ଏହାକୁ ଅତି ସାଧାରଣ ସମସ୍ୟା ଭାବିଥାଆନ୍ତି କିନ୍ତୁ ବହୁତ ସମୟରେ ଶିଶୁ ଓ ବୟସ୍କମାନଙ୍କ କ୍ଷେତ୍ରରେ ଏହା ମାରାତ୍ମକ ମଧ୍ୟ ହୋଇପାରେ।
ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ସେ ନିର୍ଦ୍ଦେଶ ଦେଲେ ଶାହା
ଶୋଇବା ଘର ହେଉଛି ଆମ ଘରର ସେହି ଗୁରୁତ୍ୱପୂର୍ଣ୍ଣ ଅଂଶ ଯେଉଁଠାରେ ଆମେ ଦିନସାରା ଆମର ଥକ୍କାପଣକୁ ଦୂର କରି ଶାନ୍ତିରେ ଶୋଇଥାଉ। ସମସ୍ତେ ନିଜ ଶୋଇବା ଘରକୁ ସଜାଇବାକୁ ପସନ୍ଦ କରନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ। ଆଫଗାନିସ୍ତାନର ସ୍ଥାନୀୟ ଅଧିକାରୀ ଏନେଇ ସ୍ପଷ୍ଟୀକରଣ କରିଛନ୍ତି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିବା ନେଇ ସୂଚନା ଦେଇଛନ୍ତି।
ଅଧିନାୟକ ରୋହିତ ଶର୍ମା ଓ ଟିମ୍ ମ୍ୟାନେଜମେଣ୍ଟ ଦଳର କମ୍ବିନେସନ ବାରମ୍ବାର ବଦଳାଉଛନ୍ତି ସତ, ହେଲେ ମୁମ୍ବାଇ ଇଣ୍ଡିଆନ୍ସର ପଏଣ୍ଟ ଟେବୁଲରେ ଖାତା ଫିଟୁ ପାରୁନାହିଁ । ଏପଟେ ଅଷ୍ଟ୍ରେଲିଆ ପୂର୍ବତନ କ୍ରିକେଟର ସେନ୍ ୱାଟସନ୍ କହିଛନ୍ତି କି ଇଶାନ୍ କିଶନ ୧୫ କୋଟି ଟଙ୍କାର ଖେଳାଳି ନୁହଁ ।
ଆବଶ୍ୟକ ପଡ଼ିଲେ ସ୍କୁଲକୁ ଆଂଶିକ ବନ୍ଦ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।
ଋଷିଆ-ୟୁକ୍ରେନ ଯୁଦ୍ଧକୁ ୫୦ ଦିନରୁ ଅଧିକ ବିତିଲାଣି, ତଥାପି ଥମିନି ଯୁଦ୍ଧ। ୟୁକ୍ରେନରେ ଧ୍ୱଂସଲୀଳା ଚଳାଇଛି ଋଷୀୟ ସେନା। ଆଉ ଏହାର କଡ଼ା ଜବାବ ଦେଉଛି ୟୁକ୍ରେନ ସେନା। ଏହାରି ଭିତରେ ୟୁକ୍ରେନର ଅନେକ ଐତିହ୍ୟ ପୂର୍ଣ୍ଣ ସହର ଧ୍ୱଂସ ହୋଇଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ସହରର ପୂର୍ବ ଏବଂ ପରର ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି।
ଡିଫେନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇକୋଲୋଜିକାଲ୍ ରିସର୍ଚ୍ଚ (DIPR), DRDO ର ଅନ୍ୟତମ ପ୍ରମୁଖ ଗବେଷଣା ଲାବୋରେଟୋରୀ, ଜୁନିଅର୍ ରିସର୍ଚ୍ଚ ଫେଲୋ (JRF) ଏବଂ ରିସର୍ଚ୍ଚ ଫେଲୋ (RA) ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି।
ଫିଲ୍ମ 'ବିଷ୍ଟ୍' ରିଲିଜ୍ ହେବା ପୂର୍ବରୁ କୁଏତ ଏବଂ କତରରେ ବ୍ୟାନ୍ ହୋଇସାରିଛି। ବର୍ତ୍ତମାନ ଭାରତରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି। ଏହି ଫିଲ୍ମଟି ଆରମ୍ଭରୁ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ବଦନାମ କରୁଥିବା ଅଭିଯୋଗ ହୋଇଛି।
ବଲିଉଡ୍କୁ ଏବେ ଜାଗ୍ରତ ହେବାକୁ ପଡିବ। ସେମାନେ ବୁଝିବା ଉଚିତ ଯେ ଦର୍ଶକ ଯୌନ ବିଷୟବସ୍ତୁ ପାଇଁ ଭୋକିଲା ନୁହନ୍ତି କିନ୍ତୁ ସେମାନେ ଉପଯୁକ୍ତ ମନୋରଞ୍ଜନ ପାଇଁ ତୃଷାର୍ତ୍ତ ବୋଲି କହିଲେ ତରଣ ଆଦର୍ଶ।
ପଶ୍ଚିମବଙ୍ଗରେ ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ନିର୍ବାଚନରେ ଟିଏମସିର ବାଜିମାତ୍ । ବାଲିଗଞ୍ଜ ବିଧାନସଭା ସିଟରେ ବାବୁଲ ସୁପ୍ରିୟୋ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ବିଧାନସଭା ନିର୍ବାଚନ ହେଉ କି ପୌର ନିର୍ବାଚନ ସବୁଠି ପରାଜୟର ମୁହଁ ଦେଖିଥିବା କଂଗ୍ରେସ ନୂଆ ରଣନୀତି ଆପଣାଇ ୨୦୨୪ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି।
ରାଜସ୍ଥାନର ସିରୋହି ଜିଲ୍ଲାରେ ଅଜଣା ରୋଗରେ ୭ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ଚଳାଇଥିବା ଦାବି କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତକ ୪୨ ବର୍ଷୀୟ ରାହୁଲ ତିୱାରୀ, ୩୮ ବର୍ଷୀୟ ପତ୍ନୀ ପ୍ରିତି ଓ ତିନି ଝିଅ ମାହି- ପିହୁ ଓ ପୋହୁ ସହ ଖଗଲପୁରରେ ଏକ ଭଡ଼ା ଘରେ ରହୁଥିଲେ । କିନ୍ତୁ ଏମାନେ କୌଂଶବିର ମୂଳ ବାସିନ୍ଦା ।