SRH vs GT
ମୁମ୍ବାଇର ଡଃ ଡି.ୱାଇ. ପାଟିଲ କ୍ରିକେଟ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ଗତକାଲିର ଏକ ମ୍ୟାଚରେ ଗୁଜରାଟକୁ ୮ ୱିକେଟରେ ପରାସ୍ତ କରିଛି ସନ୍ ରାଇଜର୍ସ ହାଇଦ୍ରାବାଦ। ଗୁଜୁରାଟ ଦ୍ୱାରା ରଖାଯାଇଥିବା ୧୬୩ ରନର ଲକ୍ଷ୍ୟକୁ ହାଇଦ୍ରାବାଦ ଦଳ ୨୦ ତମ ଓଭରରେ ୨ଟି ୱିକେଟ ହରାଇ ହାସଲ କରିନେଇଥିଲା ।
ଦଳ ପକ୍ଷରୁ ଅଧିନାୟକ କେନ ୱିଲିୟମସନ ୫୭ ରନ ଓ ଅଭିଷେକ ଶର୍ମା ୪୨ ରନ କରିଥିଲେ । ନିକୋଲାସ ପୁରନ ଅପରାଜିତ ୩୪ ରନ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ । ଗୁଜୁରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ରସିଦ ଖାଁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ର୍ନିଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୨ ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୦ ରନ କରିଥିବାବେଳେ ଅଭିନବ ମନୋହର ୩୫ ରନ କରିଥିଲେ । ଓପନର ମାଥ୍ୟୁ ୱେଡ୍ ୧୯ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ଓ ଟି.ନଟରାଜନ ୨ଟି ଲେଖାଏଁ ୱିକେଟ ନେଇଥିଲେ । ସେହିପରି ମାର୍କୋ ଜାନସେନ ଓ ଉମରାନ ମଲ୍ଲିକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)