• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତାରରେ ଲଟକିଛି ୧୨-୧୨ଟି କ୍ୟାବିନ୍ । ଆଉ ତାଭିତରେ ୪୮ ଜଣ ପର୍ଯ୍ୟଟକ । ରବିବାର ଅପରାହ୍ନରୁ ଫଶି ରହିଛନ୍ତି ଯାତ୍ରୀ । କ୍ୟାବିନ୍ ଭିତରେ ୨୪ ଘଂଟା ବିତିଗଲାଣି । ପ୍ରତି ମୁହୂର୍ତ୍ତରେ ଭୟ ଆଉ ଆଶଙ୍କା ବଢିଚାଲିଛି । ଏହାରି ଭିତରେ ପର୍ଯ୍ୟଟକଙ୍କୁ ଉଦ୍ଧାର ଲାଗି ସବୁ ବଳ ଲଗାଇ ଦେଇଛି ବାୟୁସେନା । ଦୁଇ ଦୁଇଟି ଏମ୍‌ଆଇ-୧୭ ହେଲିକପ୍ଟରରେ ଜାରି ରହିିଛି ଉଦ୍ଧାର କାର୍ଯ୍ୟ ।

ରୋପ୍‌ ୱେ’ରେ ଝୁଲି ରହିଥିବା ତାର ଯୋଗୁଁ ସମସ୍ୟା ହେଉଥିଲେ ବି ରେସକ୍ୟୁ ଅପରେସନରେ ଲାଗି ପଡ଼ିଛନ୍ତି ବାୟୁସେନାର ଯବାନ । ଆଇଟିବିପି ଏବଂ ଏନଡିଆରଏଫ୍‌ର ଟିମ୍ ମଧ୍ୟ ସାମିଲ ହୋଇଛନ୍ତି ଉଦ୍ଧାର କାର୍ଯ୍ୟରେ । ଡ୍ରୋନ୍ ଜରିଆରେ ଫସିରହିଥିବା ପର୍ଯ୍ୟଟକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି । ରାତି ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରିବାକୁ ସବୁ ପ୍ରକାର ଉଦ୍ୟମ କରାଯାଇଛି ।

ରବିବାର ଅପରାହ୍ନ, ହଠାତ୍ ରୋପ୍ ୱେ’ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ କ୍ୟାବିନ୍ ଗୁଡିକର ଗତି ଉପରେ ଆଉ ନିୟନ୍ତ୍ରଣ ରହିଲାନି । ଚାହୁଁ ଚାହୁଁ ପରସ୍ପର ସହ ଧକ୍କା ହୋଇ ଖସି ପଡିଥିଲା କିଛି କ୍ୟାବିନ୍ ଏବଂ ବଡ ଧରଣର ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଁଚି କିଛି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ହେଲେ ଉପରେ ଥିବା କ୍ୟାବିନ୍ ଭିତରେ ଫସିଯାଇଥିଲେ ପର୍ଯ୍ୟଟକ । ରାତି ତମାମ ଅଟକି ରହିଥିଲେ କ୍ୟାବିନ୍ ଭିତରେ ।

ଝାଡଖଣ୍ଡ ଦେଓଘରରେ ରହିଛି ଦେଶର ଏହି ସୁଉଚ୍ଚ ରୋପ୍‌ ୱେ’ । ବାବା ବୈଦ୍ୟନାଥ ମନ୍ଦିରଠାରୁ ୨୦ କିଲୋମିଟର ଭିତରେ ରୋପ୍ ୱେ’ର ଲମ୍ବ ୭୬୬ ମିଟର ଏବଂ ତ୍ରିକୂଟ ପର୍ବତର ଉଚ୍ଚତା  ୩୯୨ ମିଟର । ରୋପ୍ ୱେ’ରେ ଯାତ୍ରୀଙ୍କ ପାଇଁ ୨୫ଟି କ୍ୟାବିନ୍ ରହିଛି । ଗୋଟିଏ ଗୋଟିଏ  କ୍ୟାବିନ୍‌ରେ ଯାଇପାରିବେ ୪ ଜଣ ପର୍ଯ୍ୟଟକ । ବର୍ଷ ବର୍ଷ ଧରି ସୁରକ୍ଷିତ ଭାବେ ଚାଲିଥିବା ରୋପେୱେରେ କିନ୍ତୁ ରବିବାର ବଡ ଧରଣର ଅଘଟଣ ଘଟିଯାଇଛି ।