/odishatv-khabar/media/post_attachments/uploadimage/library/16_9/16_9_0/Bride_1649675599.jpg)
Bride
ବିବାହ ଉତ୍ସବ ସମୟରେ ସାଧାରଣତଃ ଅତିଥି, ସମ୍ପର୍କୀୟ ଓ ସାଙ୍ଗସାଥିମାନେ ନାଚଗୀତରେ ମସଗୁଲ ରହିଥାନ୍ତି । ହେଲେ କେବେ ଶୁଣିଛନ୍ତି କି ବିବାହ ସମୟରେ କନ୍ୟାର ଧୂଳି ଉଡ଼ା ନାଚ । କାରଣ ବିବାହ ସମୟରେ ବର – କନ୍ୟା ବିଭିନ୍ନ ନୀତିକାନ୍ତି ପୁରା କରିବାରେ ବ୍ୟସ୍ତ ରହିଥାନ୍ତି । ହେଲେ ଆମେ ଆପଣଙ୍କୁ ଏମିତି ଏକ ଘଟଣା କହିବୁ ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ମଞ୍ଚ ଉପରେ କନ୍ୟାର ଧୂଳି ଉଡ଼ା ନାଚ।
ସମ୍ପର୍କୀୟଙ୍କ ସହ କନ୍ୟାର ଏହି ଧୂଳି ଉଡ଼ା ନାଚ ଭିଡିଓ, ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ସବୁଠାରୁ ମଜାଦାର କଥା ହେଲା, ବର-କନ୍ୟା ଉଭୟ ମଞ୍ଚ ଉପରେ ଛିଡ଼ା ହୋଇ ଅତିଥିଙ୍କ ଶୁଭେଚ୍ଛା ଗ୍ରହଣ କରୁଥିବା ବେଳେ ଅଚାନକ ଗୀତ ବାଜିଥିଲା । ଆଉ ଗୀତ ଶୁଣିବା ପରେ କନ୍ୟା ନିଜକୁ ସମ୍ଭାଳି ପାରିନଥିଲେ । ତାଙ୍କ ଗୋଡ଼ ଉଠିଯାଇଥିଲା । ହିନ୍ଦି ଗୀତର ତାଳେ ତାଳେ ଜବରଦସ୍ତ ନାଚ ଆରମ୍ଭ କରିଦେଇଥିଲେ । ଆଉ ଷ୍ଟେଜ୍ ତଳେ ଥାଇ ତାଙ୍କୁ ସାଥ୍ ଦେଇଥିଲେ ଜଣେ ସମ୍ପର୍କୀୟ । ଭିଡିଓରେ ଯେଉଁ ଗୀତ ବାଜୁଛି, ତାହା ଇରଫାନ୍ ଖାନଙ୍କ ଫିଲ୍ମ ‘ହିନ୍ଦୀ ମିଡିୟମ୍’ର ଏକ ରିମିକ୍ସ । କନ୍ୟାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ୟୁଜର୍ସମାନେ ଖୁବ୍ ପସନ୍ତ କରିଛନ୍ତି ।
ଭାଇରାଲ ହେଉଥିବା ଭିଡିଓରେ, ଆପଣ ଦେଖିପାରିବେ ଯେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି କନ୍ୟା ଜଣକ ବର ସହ ମଞ୍ଚ ଉପରେ ଠିଆ ହୋଇଥିବେ । ଆଉ ହଠାତ୍ ଗୀତ ବାଜିବା ପରେ ସେ ନାଚିବା ଆରମ୍ଭ କରିଥିଲେ । ଆଉ ତାଙ୍କ ଧମାକାଦାର ଡ୍ୟାନ୍ସ ଦେଖି ବର ବି ଆଶ୍ଚର୍ଯ୍ୟ ।
ଇନ୍ଷ୍ଟାଗ୍ରାମ୍ରେ ଏହି ଭିଡିଓକୁ ‘ୱେଡିଂ ମିନିଷ୍ଟ୍ରି’ ପୋଷ୍ଟ କରିଛି । ମାର୍ଚ୍ଚ ୩୦ରେ ଏହି ଭିଡିଓକୁ ସେୟାର କରାଯାଇଥିଲା, ଯାହାକୁ ଏବେ ସୁଦ୍ଧା ୩୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ହଜାର ହଜାର ସଂଖ୍ୟାରେ କମେଣ୍ଟ ଓ ଲକ୍ଷ ଲକ୍ଷ ସଂଖ୍ୟାରେ ଲାଇକ୍ ମଧ୍ୟ ରହିଛି ଭିଡିଓରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)