• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • IFFCOରେ ଖାଲିପଡିଛି ଆକାଉଣ୍ଟସ ଟ୍ରେନି ପଦବୀ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । IFFCOରେ ଖାଲିପଡିଛି ଆକାଉଣ୍ଟସ ଟ୍ରେନି ଏବଂ ଏଗ୍ରିକଲଚର ଗ୍ରାଜୁଏଟସ ଟ୍ରେନି ପଦବୀ ଖାଲିପଡିଛି। IFFCOର ବିଜ୍ଞପ୍ତି ଅନୁଯାୟୀ ଏହି ପଦବୀରେ ଭର୍ତ୍ତି ହେବାକୁ ଥିବା ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ iffco.in iffcoyuva.in କୁ ଯାଇ ଆବେଦନ କରିପାରିବେ। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ IFFCOର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

IFFCOରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ପଦବୀ ପାଇଂ ୩୦ ବର୍ଷ ବୟସ ନିର୍ଦ୍ଧାରିତ କରାଯାଇଛି। ଏସସି ଏବଂ ଏସଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ରିହାତି ଏବଂ ଓବିସି ଶ୍ରେଣୀ ପାଇଁ ୩ ବର୍ଷ ଛୁଟ ମିଳିବ ଏଗ୍ରିକଲ୍ଚର ଗ୍ରାଜୁଏଟ୍‌ ଟ୍ରେନି ପଦବୀରେ ଆବେଦନ କରିବା ପାଇଁ ଏଗ୍ରିକଲ୍ଚରରେ ଫୁଲ ଟାଇମ ରେଗୁଲାର ଡିଗ୍ରୀ ହେବା ଜରୁରୀ । ସାମାନ୍ୟ ଏବଂ ଓବିସି କ୍ୟାଟୋଗୋରୀ ପ୍ରାର୍ଥୀଙ୍କ ପାଇଁ ୬୦ ପ୍ରତିଶତ ମାର୍କ ଓ ଏସସି/ଏସଟି କ୍ୟାଟେଗୋରୀ ପାଇଁ ପ୍ରାର୍ଥୀ ୫୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ ଅଟେ ।

ଦରମା:

ଆକାଣ୍ଟସ ଟ୍ରେନି ପଦବୀ ପାଇଁ ୩୬ ହଜାରରୁ ୪୦ ହଜାର ଟଙ୍କା ଦରମା ରହିଛି । ଏଗ୍ରିକଲ୍ଚର ଗ୍ରାଜୁଏଟ ଟ୍ରେନି ପଦବୀରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଟ୍ରେନିଂ ସମୟରେ ମାସକୁ ୩୩ ହଜାର ଟଙ୍କା ଏବଂ ପରେ ୩୭ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।

ପଦବୀ ପାଇଁ ଚୟନ ପ୍ରକ୍ରିୟା:

ପଦବୀ ପାଇଁ ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ଅନଲାଇନ ଟେଷ୍ଟ ଦେବାକୁ ହେବ। ଏହି ପରୀକ୍ଷା ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହେବ।

ପଦବୀ ପାଇଁ କିପରି କରିବେ ଆବେଦନ:

  • ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ କ୍ଲିକ କରନ୍ତୁ।
  • ଏହା ପରେ ଏଠାରେ ରେଜିଷ୍ଟ୍ରେସନ କରନ୍ତୁ।
  • ଏହାପରେ ଲଗ୍‌ ଇନ କରି ଆପ୍ଲିକେସନ ଫର୍ମ ଭରନ୍ତୁ।
  • ଆପ୍ଲିକେସନ ଫର୍ମ ଭରିବା ପରେ ଫର୍ମରେ ଫଟୋ, ସାଇନ ଏବଂ ଅନ୍ୟ ଡକ୍ୟୁମେଣ୍ଟସ ଅପଲୋଡ କରନ୍ତୁ।
  • ପ୍ରୋସେସ ସଂପୂର୍ଣ୍ଣ ହେବା ପରେ ଆପ୍ଲିକେସନର ପ୍ରିଣ୍ଟ ଆଉଟ ରଖିଦିଅନ୍ତୁ।