/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649666827.jpg)
mallikarjun kharge
ନେସନାଲ୍ ହେରଲ୍ଡ ଦୁର୍ନୀତି ମାମଲାରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାରଗେଙ୍କୁ ଜେରା । ଏନ୍ଫୋର୍ସମେମ୍ଟ ଡିରେୋରେଟ୍-ଇଡି ପକ୍ଷରୁ ଖାର୍ଗେଙ୍କୁ ଜେରା ହୋଇଛି । ନେସ୍ନାଲ୍ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ତାଙ୍କୁ ଜେରା କରାଯାଇଥିବା କୁହାଯାଉଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା, ୭୯ ବର୍ଷୀୟ ଖାର୍ଗେଙ୍କୁ ଆଜି ଜେରା ପାଇଁ ଇଡିରେ ହାଜର ହେବାକୁ ସମନ୍ ଜାରି ହୋଇଥିଲା । ଖାର୍ଗେ ଆଜି ଦିନ ପ୍ରାୟ ୧୧ଟା ବେଳେ ଭାରତୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିବା ପରେ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ-PMLA ଅଧିନରେ ତାଙ୍କ ବୟାନ୍ ରେକର୍ଡ କରାଯାଇଥିବା ସୂଚନା ମିଳିଛି ।
କଂଗ୍ରେସ ଓ ଗାନ୍ଧି ପରିବାର ସହ ସଂପୃକ୍ତ ନେସ୍ନାଲ୍ ହେରାଲ୍ଡ ଦୁର୍ନୀତିରେ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡରେ ଅଧିଗ୍ରହଣ ବେଳେ ଠକେଇ, ଷଡ଼ଯନ୍ତ୍ର ଓ ଅପରାଧିକ ବିଶ୍ୱାସଭଙ୍ଗ ଭଳି ମାମଲା ଚାଲିଛି। ଏହି ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୁକ୍ତ ଅଛନ୍ତି ।
ସୂଚନା ଅନୁସାରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ କମ୍ପାନୀ ହିଁ ନ୍ୟାସନାଲ ହେରାଲ୍ଡ ଖବରକାଗଜ ପ୍ରକାଶ କରୁଛି। ଏହି କମ୍ପାନୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ୧୯୩୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହି ଖବରକାଗଜ କଂଗ୍ରେସ ଦଳର ମୁଖପାତ୍ର ମଧ୍ୟ ଥିଲା। ୯୦ କୋଟି ଟଙ୍କାର ଋଣ ବୋଝ ହେତୁ ଏହି ଖବରକାଗଜକୁ ୨୦୦୮ରେ ବନ୍ଦ କରିବାକୁ ପଡିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)