corona
ପୁଣି ଡରାଇଲାଣି କରୋନା । ବିଶ୍ୱର ଅନେକ ଦେଶରେ କରୋନାର ପ୍ରକୋପ କମୁଥିବା ବେଳେ ଚାଇନାର ଅନେକ ସହରରେ କରୋନାର ନୂଆ ଲହର ଆତଙ୍କ ଖେଳାଉଛି । ଖାସ୍ କରି ସାଙ୍ଘାଇ ସହରରେ ଅବସ୍ଥା ବିଗିଡିବାରେ ଲାଗିଛି । କରୋନାର ନୂଆ ମାମଲା ସହରବାସୀଙ୍କ ନିଦ ହଜାଇ ଦେଇଛି । ପରିସ୍ଥିତି ଏମିତି ହୋଇଛି କି, ଲକଡାଉନ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ପ୍ରଶାସନ । ଏଥି ପାଇଁ ଏବେଠାରୁ ଖାଦ୍ୟ ସାମଗ୍ରୀ ମହଜୁଦ୍ ରଖିବାରେ ଲାଗି ପଡିଛନ୍ତି ସାଙ୍ଘାଇ ସହରବାସୀ। ତେବେ ସାଙ୍ଘାଇ ସହରରୁ ଆସିଥିବା ୨ଟି ଭିଡିଓ ସମସ୍ତଙ୍କୁ ଅଧିକ ଚିନ୍ତାରେ ପକାଇ ଦେଇଛି ।
ପ୍ରଥମ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ରୋଗୀଙ୍କୁ ଷ୍ଟ୍ରେଚରରେ ତାଙ୍କ ସମ୍ପର୍କୀୟ ଆଣୁଛନ୍ତି । ହେଲେ ପାଖରେ ଥିବା ଆମ୍ବୁଲାନ୍ସଟି ନଅଟକି ପଳାଇ ଯାଉଛି । ସେ ରୋକିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଉଦ୍ୟମ ସଫଳ ହୋଇପାରୁନି । ଆଉ ଏତିକି ବେଳେ ବ୍ୟକ୍ତି ଜଣକ ତଳେ ପଡି ଯାଉଛନ୍ତି। ପରେ କାନ୍ଦ କାନ୍ଦ ହୋଇ ନିଜ ଦୁଃଖ ବଖାଣୁଛନ୍ତି । ଟ୍ରାଭେଲର XIE,WUWEI ଏହି ଭିଡିଓଟିକୁ ସେୟାର କରିଛନ୍ତି।
ଅନ୍ୟ ଏକ ଭିଡିଓ ସେୟାର କରିଛନ୍ତି ଜର୍ଣ୍ଣାଲିଷ୍ଟ ମାଇକଲ ସ୍ମିଥ୍। ଏଥିରେ ଜରୁରୀ ସାମଗ୍ରୀ ପାଇବା ପାଇଁ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଭିଡିଓରେ ସ୍ମିଥ୍ ଲେଖିଛନ୍ତି, ସାଙ୍ଘାଇ ସ୍ଥିତି ଭୟଙ୍କର। ଲକ୍ଷ ଲକ୍ଷ ଲୋକ ପେଟ ଭରିବା ପାଇଁ ସଂଘର୍ଷ କରୁଛନ୍ତି। ବୟସ୍କମାନଙ୍କୁ ମେଡିସିନ୍ ମିଳୁ ନଥିବାରୁ ସେମାନେ ଝଗଡା କରୁଥିବା ଦେଖା ଯାଉଛି ।
ଗତ କିଛି ଦିନ ହେବ ସାଙ୍ଘାଇରେ କରୋନାର ନୂଆ ଭେରିଏଣ୍ଟ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ଲକଡାଉନର ସାହାର ନେଇଛନ୍ତି ସରକାର । ଏଥିଯୋଗୁଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)