Advertisment

ଫଣା ଟେକିଥିଲା ଅହିରାଜ : ମଥାରେ ଚୁମ୍ବନ ଦେଲେ ଯୁବତୀ

ଏ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବିରାଟକାୟ ଅହିରାଜ ମଥାରେ ଚୁମ୍ୱନ ଦେଉଛନ୍ତି ଏ ଯୁବତୀ ଜଣକ। ଆଉ ସାପଟି କିଛି ନ କରି ଚୁପ୍ ହୋଇ ରହିଛି।

author-image
Prangyan Parimita
Video Of Girl Kissing A Snake Goes Viral

Video Of Girl Kissing A Snake Goes Viral

ବିଶାଳକାଳ ବିଷଧର ସର୍ପକୁ ଚୁମ୍ବନ ଦେଲେ ଯୁବତୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏ ଭିଡିଓ । ଜଣେ ଯୁବତୀ ଓ ସାପର ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳୁଛି। ଭାଇରାଲ ଭିଡିଓରେ ଯୁବତୀ ଜଣକ ନିର୍ଭୟରେ ଏକ ସାପର ମଥାକୁ ଚୁମା ଦେଉଥିବା ଦେଖିବାକୁ ମିଳୁଛି। ଭିଡିଓକୁ ଦେଖି ଭୟ ଲାଗୁଥିଲେ ବି ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ।

Advertisment

ଭିଡିଓରେ ଦେଖିବାକୁ ମିଳୁଛି, ଏକ ବିଶାଳକାୟ କଳା ରଙ୍ଗର ଅହିରାଜ ସାପ ଜଙ୍ଗଲରେ ଫଣା ଟେକି ବସିଛି। ଆଉ ଏହି ସମୟରେ ଯୁବତୀ ଜଣକ ସାପ ନିକଟକୁ ଆସି ହାତରେ ତାର ବେକକୁ ସ୍ପର୍ଶ କରି ମଥାରେ ଚୁମ୍ବନ ଦେଉଛି। ଯୁବତୀଙ୍କ ଠାରୁ ଚୁମ୍ବନ ପାଇ ସାପ ବି ସେମିତି ସ୍ଥିର ‌ହୋଇ ରହୁଛି।

ଭିଡିଓଟିକୁ rasal_viper ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓଟି ୬ ଲକ୍ଷରୁ ଅଧିକ ଭ୍ୟୁ ପାଇଥିବା ବେଳେ ୧୫ ହଜାରରୁ ଅଧିକ ଲୋକ ଭିଡିଓକୁ ଲାଇକ କରିଛନ୍ତି। ଆଉ ଭିଡିଓଟିକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

Advertisment

ପୃଥିବୀରେ ଦେଖିବାକୁ ମିଳୁଥିବା ବିପଜ୍ଜନକ ଜୀବ ମଧ୍ୟରୁ ସାପ ଅନ୍ୟତମ। ସାପ ନାଁ ଶୁଣିଲା ଅନେକଙ୍କର ଲୋମମୂଳ ଟାଙ୍କୁରି ଉଠିଥାଏ। ତେବେ ଏ ସାପଟି କିଛି ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Viral Videos
Advertisment
Advertisment