• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରିଟେନ୍ ମହାରାଣୀଙ୍କ ଠାରୁ ବି ଧନି ଭାରତୀୟ ବଂଶୋଦ୍ଭବ ମହିଳା । ଭାରତୀୟ ବଂଶୋଦ୍ଭବ ମହିଳା ଅକ୍ଷତା ମୂର୍ତ୍ତି ବ୍ରିଟେନ୍ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଠାରୁ ଧନୀ । ମହାରାଣୀଙ୍କର ଯେତିକି ସଂପତ୍ତି ତା’ ଠାରୁ ଠେର୍ ଅଧିକ ସଂପତ୍ତି ରହିଛି ଅକ୍ଷତାଙ୍କର ପାଖରେ । ସେ ବ୍ରିଟେନର ଫାଇନାନ୍ସ ମିନିଷ୍ଟର ଋଷି ସୁନକଙ୍କ ପତ୍ନୀ । ଅକ୍ଷତା ପେଶାରେ ଜଣେ ବ୍ୟବସାୟୀ ତାଙ୍କର ବାପା ଏନ୍.ଆର୍. ନାରାୟଣ ମୂର୍ତ୍ତି ଜଣାଶୁଣା କଂପାନି ଇନଫୋସିସର କୋ-ଫାଉଣ୍ଡର ।

ଏକ ରିପୋର୍ଟ ଅନୁସାରେ ୪୨ ବର୍ଷିୟ ଅକ୍ଷତାଙ୍କ ପାଖରେ ଇନଫୋସିସରେ ପ୍ରାୟ ୧ ବିଲିୟନ ଡଲାରର ସେୟାର ରହିଛି । ଯେଉଁଥିଲାଗି ସେ ବ୍ରିଟେନ୍ ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଠାରୁ ମଧ୍ୟ ଅଧିକ ଧନୀ ବୋଲି କୁହାଯାଉଛି । ଟାଇମ୍ସ ରିଚ୍ ଲିଷ୍ଟ ମୁତାବକ ଏବେ ମହାରାଣୀଙ୍କ ପାଖରେ ରହିଛି ୩୫ କୋଟି ପାଉଣ୍ଡ ବା ୪୬ କୋଟି ଡଲାରର ସଂପତ୍ତି । ଅକ୍ଷତା ମୂର୍ତ୍ତି କେଟାମାରନ୍ ଭେଞ୍ଚର୍ସ କ୍ୟାପିଟାଲ କଂପାନିର ନିର୍ଦ୍ଦେଶିକା ମଧ୍ୟ ଅଟନ୍ତି । ସ୍ୱାମୀ ସୁନକଙ୍କ ସହ ୨୦୧୩ରେ ସେ ଏହାର ପ୍ରତିଷ୍ଠା କରିଥିଲେ ।

ଆମେରିକାର ଷ୍ଟେନଫୋର୍ଡ ୟୁନିଭର୍ସିଟିରେ ସୁନକଙ୍କ ସହ ଅକ୍ଷତାଙ୍କର ଭେଟ ହୋଇଥିଲା । ସେତେବେଳେ ସେ ଏମବିଏ କରୁଥିଲେ । ପରେ ଉଭୟ ୨୦୦୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ଖୁବ୍ ନିରାଡମ୍ବର ଭାବେ ହୋଇଥିଲେ ମଧ୍ୟ ରିସେପସନ ଖୁବ୍ ଜାକଜକମରେ ହୋଇଥିଲା । ତେବେ କମ୍ ଟ୍ୟାକ୍ସ ଦେବା ଯୋଗୁଁ ତାଙ୍କର ସଂପତ୍ତି ବଢୁଥିବା ବିପକ୍ଷ ଅଭିଯୋଗ ଆଣିଥିଲେ ।

ଏନେଇ ସୁନକ କହିଛନ୍ତି ବ୍ରିଟେନରେ ଟ୍ୟାକ୍ସ ନିୟମ ଅନୁଯାୟୀ ଦେଶ ବାହାରେ ହେଉଥିବା ରୋଜଗାର ଉପରେ ତାଙ୍କ ପତ୍ନୀଙ୍କୁ ଟ୍ୟାକ୍ସ ଦେବାକୁ ପଡୁନାହିଁ । ତେବେ ବ୍ରିଟେନରେ ତାଙ୍କ ପତ୍ନୀ ଠିକ୍ ଭାବେ ଟ୍ୟାକ୍ସ ଦେଉଛନ୍ତି । ସୁନକଙ୍କୁ ବ୍ରିଟେନର ଭାବି ପ୍ରଧାନମନ୍ତ୍ରୀ ଭାବେ ଦେଖାଯାଉଥିବା ବେଳେ ଟ୍ୟାକ୍ସ ଖିଲାପ ଅଭିଯୋଗର ତଦନ୍ତ ପାଇଁ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଚିଠି ଲେଖିଛନ୍ତି ।