• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ଅପ୍ରେଲ, ୧୨ ତାରିଖ, ମଙ୍ଗଳବାର, ମୀନ ୨୯ ଦିନ, ଚୈତ୍ର ମାସ ଶୁକ୍ଳପକ୍ଷ, ଏକାଦଶୀ ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି  । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।

ମେଷ:
ସାହସିକତାର ସହ ପରିସ୍ଥିତିର ମୁକାବିଲା କରି ପ୍ରଶଂସିତ ହେବେ । ଚିନ୍ତାଗ୍ରସ୍ଥ ରହିପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ ।

ପ୍ରତିକାର-କେଶର ର ତିଳକ ମଥାରେ ଲଗାନ୍ତୁ ।

ବୃଷ: 
କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଶତ୍ରୁମାନେ ପରାଜିତ ହେବେ । ପରିବାରରେ ଶାନ୍ତି ପାଇବେ ।

ପ୍ରତିକାର- ଧଳା ରଙ୍ଗର ବ୍ୟବହାର କରନ୍ତୁ

ମିଥୁନ: 
ଆର୍ଥିକ କ୍ଷତି ହୋଇପାରେ, ଏଣୁ ବ୍ୟବସାୟ ପ୍ରତି ସତର୍କ ରୁହନ୍ତୁ । ନିଜର ମନ ପସନ୍ଦର ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ହୋଇପାରେ ।
ମାନସିକ ଚାପ ଅନୁଭବ କରିବେ ।
ପ୍ରତିକାର- ସୋମ୍ ସୋମାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

କର୍କଟ: 
ଉଚ୍ଚ ପଦାଧିକାରୀଙ୍କ ଠାରୁ ମାନସମ୍ମାନ ପାଇବେ । ବକେୟା ଅର୍ଥ ଫେରିପାଇବେ । ଶରୀର ପ୍ରତି ଯତ୍ନବାନ ରୁହନ୍ତୁ, ଆଘାତ ଲାଗିପାରେ
ପ୍ରତିକାର-ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ

 ସିଂହ: 
ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । କାର୍ଯ୍ୟଭାର ବଢିଯିବା ଯୋଗୁଁ ମାନସିକ ଚାପ ଅନୁଭବ କରିବେ । ପରିବାରରେ ଶାନ୍ତି ପାଇବେ  ।

ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:
ବିଭିନ୍ନ ଉପାୟରେ କାଯର୍ୟସାଧନ କରିବେ । ପରୋପକାର କରିବା ପାଇଁ ମନ କରିବେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ ।
ପ୍ରତିକାର-ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ତୁଳା: 
କର୍ମକ୍ଷେତ୍ରରେ ଉନ୍ନତି କରିବେ । ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେବେ । ସୁଖାଦ୍ୟ ଭୋଜନ ସହ ଦୂରଯାତ୍ରା କରିପାରନ୍ତି ।
ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

 
ବିଛା: 
କର୍ମକ୍ଷେତ୍ରରେ ବାଦବିବାଦ ଉପୁଜିପାରେ । ବନ୍ଧୁବାନ୍ଧବମାନେ ଅସହଯୋଗ କରିବେ । ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଗ୍ରସ୍ତ ରହିବେ, ଋଣ ମଧ୍ୟ କରିପାରନ୍ତି
ପ୍ରତିକାର-ହନୁମାନ ଚାଳିସା ପାଠ କରନ୍ତୁ 
 
ଧନୁ: 
ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ପୂର୍ବରୁ ଅଟକି ଥିବା କାଯର୍ୟକୁ ସମ୍ପୂର୍ଣ୍ଣ କରିବେ । ଯାନବାହନ ଚଳାଚଳ କଲାବେଳେ ସତର୍କ ରୁହନ୍ତୁ ଆଘାତ ଲାଗିପାରେ ।

ପ୍ରତିକାର- ବୃଂ ବୃହସ୍ପତୟେ ନମଃ  ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ମକର: 
ସମସ୍ତ  କାର୍ଯ୍ୟରେ ସଫଳତା ପାଇବେ । ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ ।
ଶରୀରରେ ଆଘାତ ଲାଗିପାରେ । ମାନସିକ ଚାପ ଅନୁଭବ ମଧ୍ୟ କରିପାରନ୍ତି ।

ପ୍ରତିକାର- ଶନିଶ୍ଚରାୟ ନମଃ  ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

କୁମ୍ଭ:
ଆନନ୍ଦ ଉଲ୍ଲାସରେ ଦିନଟିକୁ ଅତିବାହିତ କରିବେ । ଆଶାରୁ ଅଧିକ ଆର୍ଥିକ ଲାଭ ହେବା ପାଇଁ ଚେଷ୍ଟା କରିବେ । ବନ୍ଧୁବାନ୍ଧବଙ୍କ ସହ ଦୂରଯାତ୍ରା କରିପାରନ୍ତି ।

ପ୍ରତିକାର- ନୀଳ ରଙ୍ଗର ବ୍ୟବହାର କରନ୍ତୁ

ମୀନ: 
କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ଯୋଗୁଁ ମାନସିକ ଚାପ ଅନୁଭବ କରିବେ । ପରିବାରରେ ମତଭେଦ ଦେଖାଦେଇପାରେ । ସନ୍ତାନ ପକ୍ଷକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।
ପ୍ରତିକାର- - ନମୋ ଭଗବତେ ବାସୁଦେବାୟ  ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ