• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନରେ ପୁଣି ଶରିଫ୍ ଶାସନ । ପାକିସ୍ତାନକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । ପିଏମ୍ଏଲ-ଏନ୍ ନେତା ଶାହବାଜ ଶରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମତଦାନ ଆରମ୍ଭ ହୋଇଥିଲା । ତେବେ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ରେସରୁ ଓହରିଯାଇଥିଲେ ପାକିସ୍ତାନର ପୂର୍ବତନ ବେଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ ବି ମତଦାନର ଅବ୍ୟବହିତ ପୂର୍ବରୁ ନିଜ ପ୍ରାର୍ଥୀତ୍ୱ ଫେରାଇ ନେଇଥିଲେ । ଫଳରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ଶାହବାଜ ଶରିଫ ।

ପାକିସ୍ତାନର ୩ ଥରର ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ଶରିଫଙ୍କ ସାନଭାଇ ତଥା ଶାହବାଜ୍ ନୂଆ ରାଷ୍ଟ୍ର ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସେପଟେ ଚୋରଙ୍କ ସହ ସେ ସଂସଦରେ ବସିବେନି ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍ ଏ ଇନସାଫ୍ ପାର୍ଟି ମୁଖ୍ୟ ଇମ୍ରାନ ଖାନ୍ । ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରୁ ସେ ଇସ୍ତଫା ମଧ୍ୟ ଦେଇଛନ୍ତି । ଇମ୍ରାନଙ୍କ ସହ ତାଙ୍କ ଦଳର ସମସ୍ତ ସଦସ୍ୟ ମଧ୍ୟ ମତଦାନ ପୂର୍ବରୁ ଗୃହତ୍ୟାଗ କରିଛନ୍ତି ।

୭୦ ବର୍ଷୀୟ ଶାହବାଜ ଶରିଫ୍ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଏକ ପଞ୍ଜାବୀ ଭାଷାଭାଷି କାଶ୍ମୀରୀ ପରିବାରରେ ଜନ୍ମ ନେଇଥିଲେ । ସ୍ୱାଧୀନତା ପୂର୍ବରୁ ତାଙ୍କ ବାପା କାଶ୍ମୀର ଅନନ୍ତନାଗରୁ ପଞ୍ଜାବ ଅମୃତସର ଆସି ବ୍ୟବସାୟ କରୁଥିଲେ ଏବଂ ଦେଶ ବିଭାଜନ ପରେ ପୂରା ପରିବାର ଲାହୋର୍ ପଳାଇ ଯାଇଥିଲା । ଏବେ ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ଅଛନ୍ତି ଶାହବାଜ । ସେ ହେଉଛନ୍ତି ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ୱାଜ ସରିଫଙ୍କ ସାନ ଭାଇ ।

ଶାହବାଜ ଶରିଫ ୧୯୯୦ରେ ପ୍ରଥମଥର ପାଇଁ ନ୍ୟାସନାଲ ଆସେମ୍ଲିକୁ ନିର୍ବାଚିତ ହୋଇଥିଲେ । ତେବେ ୧୯୯୯ ମସିହାରେ ପାକିସ୍ତାନର ଶାସନ ଭାର ସେନା ନେବା ପରେ ଶାହାବାଜ ଓ ନଓ୍ୱାଜ ସାଉଦି ଆରବ ପଳାଇଯାଇଥିଲେ । ଶାହାବାଜ ସରିଫଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ୨୦୦୭ ମସିହାରେ ଶାହବାଜ ପାକିସ୍ତାନ ଫେରିଥିଲେ । ୨୦୧୭ରେ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ହୋଇଥିଲେ । ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ୩ଥର ମୁଖ୍ୟମନ୍ତ୍ରୀ ଥିଲେ । ଆଉ ଏବେ ଶାହାବାଜ ବନିଛନ୍ତି ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ।