• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହଙ୍ଗା ପଡ଼ିଲା ଟ୍ରାଫିକ୍‌ ପୋଲିସ୍‌ ସହ ପଙ୍ଗା । ଯୁବ ବ୍ୟବସାୟୀଙ୍କୁ ତଣ୍ଡ ଗଣିବା ପାଇଁ ପଡ଼ିଛି । ଇନ୍ଦୋରର ଜଣେ ଯୁବ ବ୍ୟବସାୟୀ ସୋସିଆଲ ମିଡିଆରେ ସହରର ଟ୍ରାଫିକ ବ୍ୟବସ୍ଥାକୁ ନେଇ ବ୍ୟଙ୍ଗ କଲାପରି କଥା କହିଥିଲେ । ସଂପୃକ୍ତ ବ୍ୟକ୍ତି ଜଣକ ନିଜର ନୂଆ ବିଏମଡବ୍ଲୁ କାର ସହିତ ଏକ ଭିଡିଓ ସେୟାର କରିଥିଲେ ଏବଂ କହିଥିଲେ, ମୋ ସହରରେ ଟ୍ରାଫିକ ନିୟମ ଏତେ କଠୋର ନୁହେଁ । ନିମୟ ଉଲ୍ଲଂଘନ କଲେ ବି କୌଣସି ଅସୁବିଧା ନାହିଁ । ଏହା ପରେ ପୋଲିସ ତାଙ୍କ କାରକୁ ଖୋଜି ଖୋଜି ଠାବ କରିଛି ଏବଂ ନିୟମ ଅନୁଯାୟୀ କେବଳ ତାଙ୍କ ଚାଲାଣ କାଟିନି, ନିୟମ ବରୋଧରେ ଯାଇ ରଙ୍ଗ ବଦଳାଇ ଥିବାରୁ କାରକୁ ମଧ୍ୟ ଜବତ କରିଛି ।

ଇନ୍ଦୋରର ଯୁବ ବ୍ୟବସାୟୀ ବିଶାଲ ଡାବର । ସେ ନିକଟରେ ହରିୟାଣାରୁ ଏକ ବିଏମଡବ୍ଲୁ କାର କିଣିଛନ୍ତି । ତେବେ କାର୍ କିଣିବା ପରେ ସେ ତାହାର ରଙ୍ଗ ବଦଳାଇ ମେଟାଲିକ୍‌ ରଙ୍ଗ ଦେଇଛନ୍ତି । ତେବେ ଦିଲ୍ଲୀରେ ରଙ୍ଗ ବଦଳାଇବା ସମୟରେ ଦୋକାନୀ ତାଙ୍କୁ ଚେତାବାନୀ ଦେଇଥିଲେ । କାରର ମୂଳ ରଙ୍ଗକୁ ପରିବର୍ତ୍ତନ କରିବା ଆଇନତଃ ଭୁଲ୍ ଅଟେ ବୋଲି କହିଥିଲେ । ହେଲେ ବିଶାଲ ତାଙ୍କ କଥାକୁ ହେୟଜ୍ଞାନ ମନେ କରି କହିଥିଲେ ଇନ୍ଦୋରରେ ଟ୍ରାଫିକ୍‌ ଧରପଗଡ଼ ଅଧିକ ନାହିଁ । କିଛି ସେପରି ଅସୁବିଧା ହେବ ନାହିଁ । ଏହାସହ ଦୋକାନୀଙ୍କ ଚେତାବନୀ ସତ୍ତ୍ୱେ ସେ ୪୮ ହଜାର ଟଙ୍କା ଖର୍ଚ୍ଚ କରି ରଙ୍ଗ ବଦଳାଇଥିଲେ ।

ତେବେ ଭିଡିଓ ସମ୍ପର୍କରେ ଜାଣିବା ପରେ ଟ୍ରାଫିକ ପୋଲିସ ଭାଇରାଲ ଭିଡିଓର ଯାଞ୍ଚ କରିଥିଲା । ପରେ ଗାଡି ଖୋଜିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ଗାଡିକୁ ଖଜରାଣା ଛକ ନିକଟରେ ଧରିଥିଲା ପୋଲିସ୍‌, ଦୁର୍ଭାଗ୍ୟର ବିଷୟ ସେତେବେଳେ ଗାଡ଼ିର ନମ୍ବର ପ୍ଲେଟ ମଧ୍ୟ ନଥିଲା । ଏହା ପରେ ଜାଣିଶୁଣି ନିୟମ ଉଲ୍ଲଂଘନ କରିଥିବାରୁ ବିଶାଙ୍କଲ ନୂଆ ଗାଡ଼ିର ଏକାଧିକ ଚାଲାଣ କାଟିଛି ଟ୍ରାଫିକ୍‌ ପୋଲିସ୍ । ନୂଆ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । ଏହା ସହିତ ବାହାର ରାଜ୍ୟର ଗାଡ଼ି ହୋଇଥିବାରୁ ହରିୟାଣା ଆରଟିଓକୁ ଏକ ଚିଠି ଲେଖି ଟିକସ ଦେୟ ସମ୍ପର୍କରେ ତଥ୍ୟ ମାଗିଛି ବିଭାଗ ।

ତେବେ ଗାଡ଼ି ଜବତ କରିବା ପରେ ଟ୍ରାଫିକ୍‌ ଡିସିପି ମହେଶ ଚନ୍ଦ୍ର ଜୈନ କହିଛନ୍ତି, ବିଶାଲଙ୍କ ବିଏମଡବ୍ଲୁ କାର ନମ୍ବର HR26-CD-3570 ପାଇଁ ପୂର୍ବରୁ ତିନୋଟି ଭିନ୍ନ ଭିନ୍ନ କାରଣରୁ ଇନ୍ଦୋରରେ ଚାଲାଣ କଟାଯାଇଛି । ବ୍ଲାକ୍‌ ଫ୍ରେମ୍ ଏବଂ ଷ୍ଟାଣ୍ଡାର୍ଡ ନମ୍ବର ପ୍ଲେଟ ନଥିବାରୁ ଗାଡିର ପ୍ରଥମ ଚାଲାଣ କଟାଯାଇଥିଲା । ସେହି ସମୟରେ ତାଙ୍କ ଠାରୁ ୧୦୦୦ ଟଙ୍କା ଚାଲାଣ କାଟି ବିଶାଲଙ୍କୁ ଗାଡ଼ି ଦିଆଯାଇଥିଲା । ସେହିପରି ଦ୍ୱିତୀୟ ଥର ମଦ ପିଇ ଗାଡ଼ି ଚାଳନା ପାଇଁ ଚାଲାଣ କଟିଛି । ତୃତୀୟ ଥର ମଧ୍ୟ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ସେ ଜୋରିମାନା ଦେଇଛନ୍ତି । ଏହା ସତ୍ତ୍ୱେ ବିଶାଲ ନମ୍ବର ପ୍ଲେଟ ବିନା ଗାଡି ସହିତ ବାହାରେ ବୁଲୁଥିଲେ । ଏବେ ଗାଡ଼ି ଜବତ କରିବା ସହ ଟଙ୍କା ଗଣିବାକୁ ପଡ଼ୁଛି ।