• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଖେଇ ଆସୁଛି ତିଥି । ଆଉ କେଇଟା ଦିନ ପରେ ଏକାଠି ହେବେ ବଲିଉଡର ଷ୍ଟାରଯୋଡି । ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ହାତ ଧରିବେ ବଲିଉଡ ସୁପରଷ୍ଟାର ରଣବୀର କପୁର । ଚର୍ଚ୍ଚା ହେଉଛି ଆସନ୍ତା ଏପ୍ରିଲ ୧୪ କିମ୍ବା ୧୫ରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଏହି ଦୁଇ ଷ୍ଟାରଯୋଡ଼ିଙ୍କ ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ସଜବାଜ । ଆଲୋକମାଳାରେ ଝଲସୁଛି ରଣବୀର କପୁରଙ୍କ ଫ୍ୟାମିଲି ଷ୍ଟୁଡିଓ । ମୁମ୍ବାଇର ଚେମ୍ବୁରରେ ଥିବା ଆର୍.କେ. ଷ୍ଟୁଡିଓ ପରିସରକୁ ଅତି ସୁନ୍ଦର ଭାବେ ସଜାଯାଇଛି ।

ତେବେ ବିବାହ ପୂର୍ବରୁ ରଣବୀରଙ୍କ ପୂର୍ବ ଆଫେୟାର୍ସକୁ ନେଇ ଚର୍ଚ୍ଚା ହେଉଛି । ହାତକୁ ଦିହାତ ହେବାକୁ ଯାଉଥିବା ରଣବୀରଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା । ସୋନମଙ୍କ ଠାରୁ ଦୀପିକା, କ୍ୟାଟ୍ରିନା ଠାରୁ ନର୍ଗିସ୍ ଅନେକଙ୍କ ସହ ଥିଲା ତାଙ୍କର ପ୍ରେମ ସମ୍ମନ୍ଧ ।

ସୋନମ କପୁର ଓ ରଣବୀର କପୁର: ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ ସାଓ୍ୱରିଆରେ ଡେବ୍ୟୁ କରିଥିଲେ ସୋନମ କପୁର ଓ ରଣବୀର କପୁର । ତେବେ ଏହି ସିନେମା କରୁ କରୁ ଉଭୟଙ୍କ ମଧ୍ୟରେ ଆଫେୟାର ଆରମ୍ଭ ହୋଇଥିବା ଚର୍ଚ୍ଚା ହୋଇଥିଲା । କଫି ଓ୍ୱିଥ୍ କରନରେ ସୋନମ କପୁର ଏ ନେଇ ସ୍ୱୀକାର ମଧ୍ୟ କରିଥିଲେ । ତେବେ ରଣବୀରଙ୍କ ଜୀବନରେ ଦୀପିକା ପାଦୁକନଙ୍କ ଏଣ୍ଟ୍ରି ପରେ ରଣବୀର ସୋନମଙ୍କୁ ବାଏବାଏ କହିଥିବା ଚର୍ଚ୍ଚା ଜୋର୍ ଧରିଥିଲା ।

ଦୀପିକା ପାଦୁକନ ଓ ରଣବୀର କପୁର: ଅଭିନେତ୍ରୀ ଦୀପିକା ପାଦୁକନଙ୍କ ସହ ମଧ୍ୟ ରଣବୀରଙ୍କ ଆଫେୟାର ନେଇ ଖୁବ୍ ଆଲୋଚନା ହୋଇଥିଲା । ରଣବୀରଙ୍କ ପ୍ରେମରେ ଦୀପିକା ଏତେ ପାଗଳ ଥିଲେ ଯେ ତାଙ୍କ ନାଁର ଟାଟୁ ମଧ୍ୟ କରିଦେଇଥିଲେ । ହେଲେ ଏହା ବି ବେଶିଦିନ ତିଷ୍ଠି ନଥିଲା । କ୍ୟାଟ୍ରିନାଙ୍କ ଆଡ଼କୁ ଢଳିଥିଲେ ରଣବୀର, ଆଉ ବ୍ରେକ୍ଅପ୍ ହୋଇଥିଲା । ପରେ ଦୀପିକା ରଣବୀର ସିଂଙ୍କୁ ବିବାହ କରିଥିଲେ ।

କ୍ୟାଟ୍ରିନା କୈଫ ଓ ରଣବୀର କପୁର: ଦୀପିକାଙ୍କ ପରେ କ୍ୟାଟ୍ରିନାଙ୍କ ସହ ଆଗେଇଥିଲା ରଣବୀରଙ୍କ ସଂପର୍କ । ଉଭୟ ଲିଭ୍ଇନ୍ ରିଲେସନସିପରେ ମଧ୍ୟ ରହିଥିଲେ । ସେତେବେଳେ ସେମାନେ ବିବାହ କରିବା ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଥିଲା । ମାତ୍ର ପରେ ଉଭୟଙ୍କ ବ୍ରେକ୍ଅପ୍ ହୋଇଥିଲା ଏବଂ ବଲିଉଡ୍ ଅଭିନେତା ଭିକି କୌଶଲଙ୍କ ହାତ ଧରିଥିଲେ କ୍ୟାଟ୍ରିନା ।

ନର୍ଗିସ ଫାଖରୀ ଓ ରଣବୀର କପୁର: ଅଭିନେତ୍ରୀ ନର୍ଗିସ୍ ଫାଖରୀଙ୍କ ସହ ମଧ୍ୟ ରଣବୀରଙ୍କ ଆଫେୟାର ନେଇ ଖବର ଥିଲା । ରକଷ୍ଟାର ସୁଟିଂ ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ମଧ୍ୟରେ ରିଲେସନ ନେଇ ବହୁ ଜୋରରେ ଚର୍ଚ୍ଚା ଚାଲିଥିଲା । ମାତ୍ର ଫିଲ୍ମ ରିଲିଜ ହେବା ପରେ ହିଁ ଉଭୟଙ୍କ ବ୍ରେକ୍ଅପ୍ ହୋଇଥିଲା ।

ପ୍ରିୟଙ୍କା ଚୋପ୍ରା ଓ ରଣବୀର କପୁର: ଫିଲ୍ମ ଅନଜାନା ଅନଜାନୀ ସୁଟିଂ ବେଳେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ମଧ୍ୟ ରଣବୀରଙ୍କ ରିଲେସନ କିଛିଦିନ ପାଇଁ ଖବରରେ ଥିଲା । ତେବେ ବ୍ରେକ୍ଅପ୍ ପରେ ଉଭୟ ଭଲ ବନ୍ଧୁ ହୋଇସାରିଛନ୍ତି ।

ଅବନ୍ତିକା ମଲ୍ଲିକ ଓ ରଣବୀର କପୁର: ୯୦ ଦଶକରେ ଟିଭି ସିରିଏଲର ଶିଶୁ କଳାକାର ଭାବେ ଲୋକପ୍ରିୟତା ପାଇଥିବା ଅଭିନେତ୍ରୀ ଅବନ୍ତିକା ମଲ୍ଲିକଙ୍କ ସହ ମଧ୍ୟ ରଣବୀରଙ୍କ ପ୍ରେମ ସଂପର୍କ ଥିବା ଚର୍ଚ୍ଚା ହୁଏ । ପରେ ଅବନ୍ତିକା ଅଭିନେତା ଇମ୍ରାନ ଖାନଙ୍କୁ ବିବାହ କରିଥିଲେ ।

ସେହିପରି ଆଲିକଆ ଭଟ୍ଟ ମଧ୍ୟ ରଣବୀର କପୁରଙ୍କ ପୂର୍ବରୁ ୫ ଜଣଙ୍କୁ ଡେଟ୍ କରିଥିବା ନେଇ ଚର୍ଚ୍ଚା ହୁଏ । ବଲିଉଡରେ ଏଣ୍ଟ୍ରି ପୂର୍ବରୁ ଅଲ୍ଲୀ ଦାଦରକରଙ୍କ ସହ ଡେଟ୍, ତା ପୂର୍ବରୁ ରମେଶ ଦୁବେ ନାମକ ଜଣେ ଯୁବକଙ୍କ ସହ ପ୍ରଥମ ପ୍ରେମ । ସ୍କୁଲରେ ପଢ଼ୁଥିବା ବେଳେ ରମେଶଙ୍କ ପ୍ରେମରେ ପଡ଼ିଥିଲେ ଆଲିକଆ । ତେବେ ବଲିଉଡ୍ରେ ଏଣ୍ଟ୍ରି ପରେ ଡେବ୍ୟୁ ଫିଲ୍ମ ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର୍ କୋଷ୍ଟାର୍ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଡେଟ୍ କରୁଥିଲେ ଆଲିଆ ।

ତେବେ ସିଦ୍ଧାର୍ଥ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଆଡକୁ ଢଳିବା ପରେ ଆଲିଆଙ୍କ ସହ ବ୍ରେକ୍ଅପ୍ ହୋଇଥିବା ଚର୍ଚ୍ଚା ହୁଏ । ସେହିପିର ବିଜିନେସମ୍ୟାନ୍ ସୁନିଲ ମିତଲଙ୍କ ପୁଅ କାଭିନ୍ ମିତଲଙ୍କ ସହ ଆଲିକଆ ଭଟ୍ଟଙ୍କ ରିଲେସନ ଥିବା ନେଇ ଚର୍ଚ୍ଚା ହୋଇଥିଲା । କାଭିନ୍ ମିତଲ ଏକ ସେମିନାରରେ ଆଲିଆଙ୍କୁ ଭେଟିଥିଲେ । ତେବେ ଉଭୟଙ୍କ ରିଲେସନସିପ୍ ବେଶୀ ଦିନ ତିଷ୍ଠି ନଥିଲା । ପରେ ୨୦୧୭ରୁ ରଣବୀରଙ୍କ ସହ ଆଲିଆଙ୍କ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।