Advertisment

କୋଭିଡର ନୂଆ ଭାରିଆଣ୍ଟ ମାରାତ୍ମକ ନୁହେଁ: NTAGI ମୁଖ୍ୟ ଏନ୍. କେ. ଅରୋରା

କୋଭିଡର ନୂଆ ଭାରିଆଣ୍ଟ ମାରାତ୍ମକ ନୁହେଁ । କୋଭିଡ୍ XE ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି NTAGI ମୁଖ୍ୟ ଏନ୍. କେ. ଅରୋରା ।

author-image
Pallipuspa Samal
covid xe variant

covid xe variant

କୋଭିଡର ନୂଆ ଭାରିଆଣ୍ଟ ମାରାତ୍ମକ ନୁହେଁ । କୋଭିଡ୍ XE ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି NTAGI ମୁଖ୍ୟ ଏନ୍. କେ. ଅରୋରା । ଓମିକ୍ରନ୍ XE ପରି ଅନେକ ନୂଆ ଭାରିଆଣ୍ଟ ସୃଷ୍ଟି କରିବ । ତେବେ ଏହାକୁ ନେଇ ଭୟଭୀତ ନହେବାକୁ ସେ କହିଛନ୍ତି ।

Advertisment

କୋଭିଡ୍-୧୯ ଭାଇରସର ଏହି ଭାରିଆଣ୍ଟ ଦ୍ରୁତ ସଂକ୍ରମଣ କରୁଥିବା ଦେଶରେ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ ବୋଲି କହିଛନ୍ତି NTAGI ମୁଖ୍ୟ ଏନ୍. କେ. ଅରୋରା । ଗତ ସପ୍ତାହରେ ମହାରାଷ୍ଟ୍ରରେ ଦେଶର ପ୍ରଥମ କରୋନାର XE ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଏହାପରେ ଗୁଜରାଟର ଭଦୋଦରାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି କରୋନାର ଦ୍ରୁତ ସଂକ୍ରମଣ କରୁଥିବା ଭାରିଆଣ୍ଟ ବୋଲି କୁହାଯାଉଛି ।

ସୂଚନା ଅନୁସାରେ ଗୁଜୁରାଟରେ ଏକ୍ସଇ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ମାର୍ଚ୍ଚ ୧୩ରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ମାତ୍ର ଗୋଟିଏ ସପ୍ତାହ ଯାଏଁ ତାଙ୍କ ଅବସ୍ଥା ଭଲ ଥିଲା। କିନ୍ତୁ ଯେତେବେଳେ ନମୂନା ଟେଷ୍ଟର ରେଜଲ୍ଟ ଆସିଥିଲା ସେତେବେଳେ ସେ XE ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତେବେ ଉକ୍ତ ବ୍ୟକ୍ତିଙ୍କ କୌଣସି ଗୁରୁତର ଲକ୍ଷଣ ନାହିଁ। ଏଥିପାଇଁ ଅଯଥା ଭୟଭୀତ ନହେବାକୁ ସରକାର ପରାମର୍ଶ ଦେଇଛନ୍ତି।

Advertisment

ଚଳିତ ସପ୍ତାହରେ XE ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ମୁମ୍ବାଇରେ କରୋନା ଭାଇରସ୍‌ର XE ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ପିଆଇବି ମହାରାଷ୍ଟ୍ର ଟ୍ୱିଟ୍‌ କରି ସୂଚନା ଦେଇଥିଲା। କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଥିଲା। ବର୍ତ୍ତମାନର ତଥ୍ୟ ଓ ପ୍ରମାଣ ଅନୁସାରେ ଭାରତରେ ନୂଆ ଭ୍ୟାରିଆଣ୍ଟର ଉପସ୍ଥିତି ନଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା।

Covid Xe Variant
Advertisment
Advertisment