ଚକୋଲେଟ୍ ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ବ୍ୟତୀତ ଚାପ ହ୍ରାସ, ମନୋବଳକୁ ଉତ୍ତମ ରଖିବା, ଚର୍ମରେ ଚମକ ଆଣିବା ଏବଂ ଶକ୍ତି ବୃଦ୍ଧିରେ ଏହା ମଧ୍ୟ ଲାଭଦାୟକ। ତେବେ ଗ୍ୟାସ୍ କିମ୍ବା ମାଇକ୍ରୋୱେଭ୍ ବ୍ୟବହାର ନକରି ଘରେ ସହଜରେ ଦୁଇଟି ଚକୋଲେଟ୍ ଡିସ୍ କିପରି ପ୍ରସ୍ତୁତ କରିପାରିବେ ଜାଣିବା।
ସଇଁତଳାରେ ଏକକାଳୀନ ବହୁ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ରାଜ୍ୟସ୍ତରୀୟ ଟିମ୍। କାହିଁକି ସେଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ହଠାତ୍ ବଢ଼ିଲା ତାର ଅନୁଧ୍ୟାନ କରାଯିବ।
ଆମେ ଯଦି କହିବୁ ଏମିତି କିଛି ଉପାୟ ଅଛି ଯାହାକୁ ଆପଣେଇଲେ ମାତ୍ର ୨୦/୨୨ ଦିନରେ ଜଣେ ପତଳା ହୋଇଯିବ। ଆପଣ କ’ଣ ଏହାକୁ ବିଶ୍ୱାସ କରିବେ? ବୋଧହୁଏ ନା। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାତ୍ର ୨୧ ଦିନରେ ତାଙ୍କ ଓଜନ କମେଇଛନ୍ତି।
ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି ।
ସେ ବଡ଼ ହେଉ କି ଛୋଟ ସମସ୍ତ ପ୍ରକାରର ରୋଗ ଡାକ୍ତରଙ୍କ ସାହାଯ୍ୟରେ ଭଲ ହୋଇପାରେ। ବୋଧହୁଏ ସେଥିପାଇଁ ଡାକ୍ତରଙ୍କୁ ମର୍ତ୍ତ୍ୟର ଈଶ୍ୱର ବୋଲି କୁହାଯାଏ। ତେଣୁ ଏହି ଈଶ୍ୱରଙ୍କୁ ସମ୍ମାନ ଜଣେଇ ପ୍ରତି ବର୍ଷ ଜୁଲାଇ ୦୧ରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଏ।
ଆକାଶ ଛୁଆଁ ନୂଆ କୋଠାକୁ ଦେଖିଲେ ମନଖୁସି ହେଇଯିବ। ସବୁ ପ୍ରକାର ସିଭିଲ କାମ ସରିଯାଇଛି। କିନ୍ତୁ ୭୫୦ ଶଯ୍ୟା ଭିତରୁ ଗୋଟିଏ ବି ବେଡ କାର୍ଯ୍ୟକ୍ଷମ ନୁହେଁ।
ଏନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ ମଧ୍ୟ ଜନସାଧାରଣଙ୍କ ଅଭିଯୋଗକୁ ଆଧାର କରି ବିଭିନ୍ନ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରିବାକୁ ଯୋଜନା କରୁଛି।
ମୌସୁମୀ ଆସିଛି ସତ, କିନ୍ତୁ ପାଣିପାଗର ପରିବର୍ତ୍ତନ ସହିତ ସଂକ୍ରାମକ ରୋଗର ମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଆପଣ ଯଦି ସଦ୍ଗୁରୁଙ୍କ ଦ୍ୱାରା ଦିଆଯାଇଥିବା କିଛି ବିଶେଷ ପଦ୍ଧତି ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ।
ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ଏ ବର୍ଷ ଦୁଇ ଗୁଣା ବୃଦ୍ଧି ପାଇଛି । ବର୍ଷା ବଢିବା ସହିତ ଡେଙ୍ଗୁ ବି ବଢୁଛି ।
ପ୍ରାୟ ସମସ୍ତେ ଜାମୁକୋଳି ଖାଇ ସାରିବା ପରେ ଏହାର ମଞ୍ଜିକୁ ଫୋପାଡି ଦିଅନ୍ତି। ଯଦି ଆପଣ ବି ଏମିତି ଭୁଲ୍ କରୁଛନ୍ତି ତେବେ ଆଜିଠାରୁ ବନ୍ଦ କରନ୍ତୁ। କାରଣ ଏହି ମଞ୍ଜି ଅନେକ ରୋଗର ଚିକିତ୍ସା କରିଥାଏ। ତେବେ ଏହା କେଉଁ କେଉଁ ବିଶେଷ ରୋଗକୁ ଉପଷମ କରିଥାଏ ଏବଂ ଏହାକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା।
କୋରାପୁଟ ବନ୍ଧୁଗାଁ ଓ ନାରାୟଣପାଟଣାରେ ୧୦ ଦିନରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ହେଉଛନ୍ତି ୧୦ ବର୍ଷ ଓ ତାଠୁ କମ ବୟସର ଶିଶୁ ।
ଗତ ୨୦ ତାରିଖରେ ଅନୁଗୁଳ, ବଅଁରପାଳ ଓ ଆଠମଲ୍ଲିକ ଅଞ୍ଚଳର ୧୩ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏକ ଘରୋଇ ଚକ୍ଷୁ ଚିକିତ୍ସା କେନ୍ଦ୍ରରେ । ଅସ୍ତ୍ରୋପଚାରର ୨୪ ଘଣ୍ଟା ପରେ ଆଖିରେ ଯନ୍ତ୍ରଣା ସହ ମୁଣ୍ଡବ୍ୟଥା ଆଦି ହୋଇଥିବା ରୋଗୀ ଅଭିଯୋଗ କରିଥିଲେ ।
ପୁଣି ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର ଅଭିଯୋଗ । ରାଉରକେଲା ସରକାରୀ ଡାକ୍ତରଖାନାରେ ପଦ୍ମନାଭନ୍ ମୁଖି ନାମକ ଜଣେ ବ୍ୟକ୍ତିଙ୍କୁ ନକଲି ଡାକ୍ତର ଆଶଙ୍କା କରି ନିଜ ହେପାଜତକୁ ନେଇ ଖୋଳତାଡ଼ କରୁଛି ପୋଲିସ ।
ଅଧିକାଂଶ ଲୋକ ବର୍ଷାରେ ଚା’ ସହିତ ପକୁଡି ଖାଇବାକୁ ପସନ୍ଦ କରନ୍ତି। ତେଣୁ ବର୍ଷ ଋତୁରେ ପକୁଡିର ଚାହିଦା ବହୁତ ବଢିଯାଏ ଏବଂ ଲୋକମାନେ କେବଳ ଘରେ ନୁହେଁ ବାହାରେ ମଧ୍ୟ ଏହାର ମଜ୍ଜା ଉପଭୋଗ କରନ୍ତି। ଲୋକମାନେ ଭାବନ୍ତି ଯେ ଚା’ ସହିତ ପକୁଡି ଖାଇବା ଏକ ଉତ୍ତମ ଖାଦ୍ୟ ମିଶ୍ରଣ, କିନ୍ତୁ ଏହା ଏକ ଭୁଲ ଧାରଣା।
ସନ୍ତୁଳାର ଆରମ୍ଭ ଆମ ଓଡ଼ିଶାରୁ। ଏମିତି ପରିବାକୁ ସିଝାଇ ଖାଇବାରୁ ହିଁ ଆରମ୍ଭ ସନ୍ତୁଳାର। ସବୁଠାରୁ ସହଜ, ସରଳ, ଅଳ୍ପ ସମୟରେ ହେଇପାରୁଥିବା, କମ୍ ପରିବାରେ ମଧ୍ୟ ପ୍ରସ୍ତୁତ ହୋଇପାରୁଥିବା ଏକ ସାତ୍ତ୍ୱିକ ଖାଦ୍ୟ ହେଉଛି ସନ୍ତୁଳା।
ଆଜିକାଲି ପ୍ରାୟ ଲୋକଙ୍କ ପାଖରେ କ୍ୟାଭିଟି ହେବା ଏକ ସାଧାରଣ କଥା। ଖାଇବା ଅଭ୍ୟାସ ଏବଂ ଅନ୍ୟାନ୍ୟ ଜୀବନଶୈଳୀ ଅଭ୍ୟାସ ହେତୁ ଦାନ୍ତ ହଳଦିଆ ହେବା ସାଧାରଣ ହୋଇଗଲାଣି। ଯଦି ଆପଣ ବି ଏମିତି ହଳଦିଆ ଦାନ୍ତକୁ ନେଇ ଚିନ୍ତାରେ ପଡିଛନ୍ତି ଏବଂ ଏଥିରୁ ରକ୍ଷା ପାଇବାକୁ ଚାହୁଛନ୍ତି ତେବେ ଏହାର ଉପାୟ ଆମେ କହିବୁ।
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସ୍ଥିତିର ସମୀକ୍ଷା କରିଛନ୍ତି । କହିଛନ୍ତି କିଭଲି ଲୋକଙ୍କ ପାଖରେ ଭଲ ପାଣି ପହଞ୍ଚିବ ସେଥିପାଇଁ ସମ୍ବଲପୁର ମୁନସିପାଲଟିକୁ ନିର୍ଦ୍ଦେଶ ଦିଆଯାଇଛି ।
୧୦ ଦିନ ହେଲା ଡିପଥେରିଆର ନୂଆ ମାମଲା ଆଉ ସାମ୍ନାକୁ ଆସିନି । ସମସ୍ତଙ୍କୁ ଟିକାକରଣ କରାଯାଉଛି ।
‘ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ’କୁ ଏକ ଉତ୍ସବ ଭଳି ପଳନ କରାଯାଏ। ଏହି ବିଶେଷ ଦିନରେ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଆପଣ ଜାଣନ୍ତି କି ଏହି ଦିନ ସମଗ୍ର ବିଶ୍ୱରେ କାହିଁକି ‘ଅଲିମ୍ପିକ୍ ଡେ’ ପାଳନ କରାଯାଏ ଏବଂ ଏହା ପଛର କାରଣ କ’ଣ? ଆସନ୍ତୁ ଜାଣିବା।
ଯୋଗ ଦେଇଛି ଦୁଃସାଧ୍ୟ ରୋଗରୁ ଉପଶମ । ବହୁ ଜଟିଳ ରୋଗର ସରଳ ସମାଧାନ ଯୋଗ। ବୃଦ୍ଧାବସ୍ଥାରେ ବି ଯୁବ ସୁଲଭ ଚେହେରା ଦେଖିବାକୁ ମିଳେ।
ବିଶ୍ବର କୋଣ, ଅନୁକୋଣ ଏବଂ ଦେଶର ଗଳି କନ୍ଦିରେ ଉଦଭାସିତ ହେଲା ଯୋଗମୁଦ୍ରାର ଚିତ୍ର। ଆଜି ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସରେ, ଭାରତର ବହୁ ପ୍ରାଚୀନ ପରମ୍ପରାକୁ ଉତ୍ସାହର ପାଳନ କରିଛି ସମଗ୍ର ବିଶ୍ବ।
କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ଡିପଥେରିଆ ସଂକ୍ରମଣ । ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ । ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ବ୍ୟାପିଛି ଡିପଥେରିଆ ସଂକ୍ରମଣ ।
ବ୍ରହ୍ମପୁର MKCG ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ ।
ଡିପଥେରିଆ ସଂକ୍ରମଣ ପଛର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ଟିକାର ପ୍ରଭାବ ହ୍ରାସ ନା ଷ୍ଟ୍ରେନରେ ପରିବର୍ତ୍ତନ ସେନେଇ ପରୀକ୍ଷା ନିରୀକ୍ଷା ହେବ । ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା ସହ ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସିଂ ପାଇଁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ ।
ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଏଯାଏଁ ୫ ଜଣଙ୍କ ଜୀବନ ଗଲାଣି ।