ମଙ୍କିପକ୍ସ ଭ୍ୟାକ୍ସିନକୁ ମିଳିଲା ଅନୁମତି। ଆଫ୍ରିକୀୟ ଦେଶରେ ବ୍ୟାପିଥିବା ମଙ୍କିପକ୍ସ ପାଇଁ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHO ପକ୍ଷରୁ ଅନୁମତି। ଡେନମାର୍କର ବାୟୋଟେକ୍ କମ୍ପାନି ବାଭାରିଆନ୍ ନର୍ଡିକର୍ MVA-BN ଏମପକ୍ସ ଟିକାକୁ ମଞ୍ଜୁରୀ ମିଳିଛି। ଏମପକ୍ସ ବିରୋରେ ଏହି ଟିକା ପ୍ରିକ୍ବାଲିଫିକେସନ୍ ଆଫ୍ରିକା ଓ ଅନ୍ୟ ଦେଶ ଗୁଡ଼ିକରେ ଥିବା ସଂକ୍ରମଣ ବିରୋଧରେ ଗୁରୁତ୍ବପୂର୍ଣ୍ଣ ଦିଗ ଦେଖାଇବ ବୋଲି ଆଶା କରାଯାଉଛି।
ବିଶେଷକରି ବହୁଳ ସଂକ୍ରମିତ ଥିବା ଦେଶ ଗୁଡ଼ିକରେ ଏହାକୁ ପ୍ରାଥମିକତା ଭିତ୍ତିରେ ପ୍ରଦାନ କରାଯିବ। WHO ଅନୁସାରେ, ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଲାଗିବ। ୪ ସପ୍ତାହ ମଧ୍ୟରେ ଏହାର ଦୁଇଟି ଡୋଜ୍ ନେବାକୁ ପଡ଼ିବ।୨୦୨୨ ପରଠାରୁ ବିଶ୍ବର ୧୨୦ ଦେଶରେ ଲକ୍ଷେରୁ ଅଧିକ ଲୋକ ସଂକ୍ରମିତ ବି ହୋଇଛନ୍ତି।
Also Read
ମଙ୍କି ପକ୍ସ କ'ଣ ?
ମଙ୍କିପକ୍ସ ରୋଗ ମଙ୍କିପକ୍ସ ଭାଇରସ ସଂକ୍ରମଣ ଦ୍ୱାରା ହୋଇଥାଏ । ଏହା ଅର୍ଥୋପୋକ୍ସଭାଇରସ ଜେନସର ସଦସ୍ୟ । ଏଥିରେ ସ୍ମଲପକ୍ସ ମଧ୍ୟ ସାମିଲ । ବର୍ଷ ୧୯୫୮ରେ ମାଙ୍କଡ଼ମାନଙ୍କ ଶରୀରରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା । ଏଥିପାଇଁ ଏହାର ନାମ ମଙ୍କିପକ୍ସ ରଖାଯାଇଛି । ମଣିଷ ଦେହରେ ପ୍ରଥମ ସଂକ୍ରମଣର ଘଟଣା ୧୯୭୦ରେ କଙ୍ଗୋରେ ଦେଖାଯାଇଥିଲା ।
ମଙ୍କିପକ୍ସ ଭାଇରସ ମୁଖ୍ୟତଃ ମଧ୍ୟ ଓ ପଶ୍ଚିମ ଆଫ୍ରିକୀୟ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ମୂଷା ଓ ମାଙ୍କଡ଼ ପରି ସଂକ୍ରମିତ ପଶୁ ସଂପର୍କରେ ଆସିଲେ ମଣିଷଙ୍କ ମଧ୍ୟରେ ଏହା ବ୍ୟାପିଥାଏ । ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣଙ୍କୁ ଏହି ସଂକ୍ରମଣ ଅତି ଶୀଘ୍ର ବ୍ୟାପିଥାଏ । ବର୍ତ୍ତମାନ କଙ୍ଗୋରେ ମଙ୍କିପକ୍ସ ଭାଇରସ କ୍ଲେଡ୍ ୧ବି ଷ୍ଟ୍ରେନ୍ ଲୋକଙ୍କୁ ସଂକ୍ରମିତ କରୁଛି ।
କେମିତି ବ୍ୟାପେ ମଙ୍କିପକ୍ସ ?
ମଙ୍କିପକ୍ସ ଭାଇରସ୍ କୋଭିଡ୍ ୧୯ ଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି କୁହାଯାଉଛି । ବିଶେଷଜ୍ଞଙ୍କ ମତ ଅନୁସାରେ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିପାରେ । ସଂକ୍ରମିତ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ହେଲେ, ପାଖରେ ବସିଲେ କିମ୍ବା ଯୌନ ସଂପର୍କ ରଖିଲେ ମଧ୍ୟ ଶରୀରରେ ପ୍ରବେଶ କରିଯାଇଥାଏ । ଏଥିସହ ପାଖରେ ବସିବା ସମୟରେ ଆଖି, ନିଶ୍ୱାସ ପ୍ରଶ୍ୱାସ, ନାକ ଓ ମୁହଁରୁ ମଧ୍ୟ ଏହି ଭାଇରସ ଶରୀରକୁ ଯାଇପାରେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ମଙ୍କି ପକ୍ସରେ ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ସାମଗ୍ରୀ ଯେମିତିକି ତକିଆ, କମ୍ବଳ, ଚାଦର ଓ ରୁମାଲ-ଟାୱେଲ୍ ଆଦି ପ୍ରୟୋଗ କରିବା ଦ୍ୱାରା ମଧ୍ୟ ଏହି ଘାତକ ଭାଇରସ ସଂପର୍କରେ ଆସିବାର ସମ୍ଭାବନା ରହିଛି । ଗର୍ଭବତୀ ମହିଳାଙ୍କୁ ବହୁତ ସତର୍କ ରହିବାର ଆବଶ୍ୟକତା ରହିଛି ।
ମଙ୍କିପକ୍ସର ଲକ୍ଷଣ
ମଙ୍କିପକ୍ସ ସଂକ୍ରମଣ ହେଲେ ପ୍ରଥମେ ଜ୍ୱର ହୋଇଥାଏ । ଏହା ସାଙ୍ଗକୁ ମୁଣ୍ଡବିନ୍ଧା, ମାଂଶପେଶୀରେ ଯନ୍ତ୍ରଣା ଓ ପିଠିରେ ଯନ୍ତ୍ରଣା ହୋଇଥାଏ । କେବଳ ଏତିକି ନୁହେଁ, ଶରୀରରେ ଥିବା ଶୀରା ପ୍ରଶିରା ଫୁଲିବା ସହ ଫୋଟକା ଭଳି ଦେଖାଯାଏ । ତେବେ ଚିକେନପକ୍ସ ରୋଗୀଙ୍କ ଠାରେ ଏହି ଲିମ୍ଫ୍ ନୋଡ ଫୁଲିବା ଦେଖାଯାଏ ନାହିଁ । କିଛି ଦିନ ପରେ ରୋଗୀର ଶରୀରରେ ଫୋଟକା ଭଳି ଦେଖାଯାଏ । ପ୍ରଥମେ ଏହା ମୁହଁରୁ ଆରମ୍ଭ ହୁଏ ଓ ପରେ ଶରୀରର ଅନ୍ୟ ଭାଗରେ ମାଡ଼ିଯାଇଥାଏ । ପରେ ଫୋଟକା ଗୁଡ଼ିକ ତରଳ ପଦାର୍ଥରେ ଭରି ଯାଇଥାଏ ।