Advertisment

Yogasana: ବଢ଼ିଚାଲିଛି ଥଣ୍ଡା-ଜର; ଏଥିରୁ ମୁକ୍ତି ପାଇବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

ଏବେ ପ୍ରାୟ ଘରେ ଘରେ ଥଣ୍ଡା ଜର ଦେଖିବାକୁ ମିଳୁଛି। ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଯୋଗ ମାଧ୍ୟମରେ ଥଣ୍ଡା-କାଶ-ଜର ଆଦିର ସ୍ଥାୟୀ ଚିକିତ୍ସା କରାଯାଇ ପାରେ ବୋଲି। ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ଅନେକ ଯୋଗ ଅଭ୍ୟାସ ଥିବା ବେଳେ ଆଜି ଆମେ ଆପଣଙ୍କୁ କିଛି କହିବୁ। ଆସନ୍ତୁ ସେ ବିଷୟରେ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Simple yoga asanas help to cure cold and cough

Simple yoga asanas help to cure cold and cough

ବର୍ଷା ଦିନ ଚାଲିଥିବାରୁ ଏବେ ପ୍ରାୟ ଘରେ ଘରେ ଥଣ୍ଡା ଜର ଦେଖିବାକୁ ମିଳୁଛି। ଏଥିରୁ ତୁରନ୍ତ ଆରାମ ପାଇବା ପାଇଁ ଆମେ ପ୍ରାୟତଃ ଏଲୋପାଥି ମେଡିସିନ୍ ଉପରେ ନିର୍ଭର କରୁ। ଏସବୁ କେମିକାଲ୍‌ରେ ତିଆରି ହୋଇଥିବାରୁ ରୋଗ ଭଲ ହୋଇଯାଏ ସତ କିନ୍ତୁ ପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅନେକ ସମସ୍ୟାରେ ପକାଏ।

Advertisment

ଅଧିକ ପଢନ୍ତୁ : Yogasana: ଅଫିସ୍‌ରେ ବସି ବସି ବିନ୍ଧୁଛି କି ଅଣ୍ଟା-ପିଠି; ଅଫିସ୍ ଚେୟାରରେ ହିଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

ତେବେ ଅନେକ ସମୟରେ ପ୍ରଶ୍ନ ଆସେ ଯେ ଏଲୋପାଥି ଔଷଧ ବ୍ୟତୀତ ଥଣ୍ଡା ଏବଂ ଜର ପାଇଁ ଆଉ କ’ଣ ବାଟ ଅଛି? ଏହାର ଉତ୍ତର ନିଶ୍ଚିତ ଯୋଗ ହେବ। ଯୋଗ ମାଧ୍ୟମରେ କେବଳ ଥଣ୍ଡା-ଜର ନୁହେଁ ଅନେକ ପ୍ରକାରର ଆଲର୍ଜି ମଧ୍ୟ ଏଡାଯାଇପାରିବ। ଯୋଗ ଆମର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ।

Advertisment

ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଯୋଗ ମାଧ୍ୟମରେ ଥଣ୍ଡା-କାଶ-ଜର ଆଦିର ସ୍ଥାୟୀ ଚିକିତ୍ସା କରାଯାଇ ପାରେ ବୋଲି। ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ଅନେକ ଯୋଗ ଅଭ୍ୟାସ ଥିବା ବେଳେ ଆଜି ଆମେ ଆପଣଙ୍କୁ କିଛି କହିବୁ। ଆସନ୍ତୁ ସେ ବିଷୟରେ ଜାଣିବା।

ପବନମୁକ୍ତାସନ:

Pawanmuktasana
ପବନମୁକ୍ତାସନ

ଏହି ଆସନ କରିବାକୁ ହେଲେ ପ୍ରଥମେ ପିଠି ପଟିଆ ଶୋଇ ଯାଆନ୍ତୁ। ବର୍ତ୍ତମାନ ଉଭୟ ପାଦକୁ ଯୋଡି ଦିଅନ୍ତୁ ଏବଂ ହାତକୁ ଭୂମି ଉପରେ ରଖନ୍ତୁ। ଏହା ପରେ ଦୁଇ ଆଣ୍ଠୁକୁ ଭାଙ୍ଗି ପେଟ ଆଡକୁ ଆଣନ୍ତୁ। ଦୁଇ ହାତକୁ ଛନ୍ଦି ଆଣ୍ଠୁର ସାମାନ୍ୟ ତଳେ ରଖନ୍ତୁ। ଶ୍ୱାସ ଛାଡି ଆଣ୍ଠୁକୁ ମୁଣ୍ଡ ଆଡକୁ ଆଣିବା ସହିତ ମୁଣ୍ଡ ଆଣ୍ଠୁ ଆଡକୁ ଆଣନ୍ତୁ।

ଅଧିକ ପଢନ୍ତୁ : Yogasana: ଥାଇରଏଡ୍‌ ଗ୍ରନ୍ଥିରେ ସମସ୍ୟା ଥିଲେ ଦୈନିକ କରନ୍ତୁ ଏହି ଗୋଟିଏ ଆସନ, ମିଳିବ ମୁକ୍ତି

ହସ୍ତପଦାସନ:

Hastapadasana
ହସ୍ତପଦାସନ

ଏହି ଆସନ କରିବାକୁ ହେଲେ ପ୍ରଥମେ ଦୁଇ ପାଦ ଯୋଡି ଠିଆ ହୋଇ ରୁହନ୍ତୁ। ଏହା ପରେ ଶ୍ୱାସ ନିଅନ୍ତୁ ଏବଂ ଦୀର୍ଘ ଶ୍ୱାସ ଛାଡି ଆଗକୁ ବଙ୍କା ହୋଇ ନଇଁ ପଡନ୍ତୁ। ଦୁଇ ହାତକୁ ପାଦର ଦୁଇ କଡରେ ରଖିବାକୁ ଚେଷ୍ଟା କରନ୍ତୁ। ଏହା ଆମର ସାଇନସ୍‌କୁ ସଫା କରେ, ଯାହାଦ୍ୱାରା ସ୍ନାୟୁ ପ୍ରଣାଳୀ ମଜବୁତ ହୁଏ ଏବଂ ଶରୀର ଚାପ ମୁକ୍ତ ହୁଏ।

ମତ୍ସ୍ୟାସନ:

Matsyasana
ମତ୍ସ୍ୟାସନ

ଏହି ଆସନ ଥଣ୍ଡା-କାଶ-ଜର ପାଇଁ ରାମବାଣ ଭଳି କାମ କରେ। ଆସନ କରିବା ପାଇଁ ପିଠି ପଟିଆ ଶୋଇପଡନ୍ତୁ। ଅଣ୍ଟାକୁ ସାମାନ୍ୟ ଉଠାଇ ଦୁଇ ହାତକୁ ପିଠି ତଳେ ରଖନ୍ତୁ। ଦୀର୍ଘ ଏବଂ ଗଭୀର ଶ୍ୱାସ ନେଇ ଅଣ୍ଟା ଉପରୁ ଶରୀରକୁ ଉଠାନ୍ତୁ। ମୁଣ୍ଡ ତଳେ ଲାଗି ରହିବ। ଏହି ଆସନ ଥଣ୍ଡା ଆଦି ସମସ୍ୟାକୁ ଦୂର କରିବା ସହ ବେକ ଏବଂ କାନ୍ଧକୁ ଚାପରୁ ମୁକ୍ତି ଦେଇଥାଏ।

ଅଧିକ ପଢନ୍ତୁ : Yogasana: ଯୋଗ ଅଭ୍ୟାସ ବେଳେ କେବେ ବି କରନ୍ତୁ ନାହିଁ ଏହିସବୁ ଭୁଲ୍; ପଡିବ ଖରାପ ପ୍ରଭାବ

ବିପରୀତକରଣୀ:

Viparitakaraniବିପରୀତକରଣୀ

ଥଣ୍ଡା-ଜରରୁ ମୁକ୍ତି ପାଇବା ବିପରୀତ କରଣୀ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଯୋଗାସନ। ଏହି ଆସନ କରିବାକୁ ହେଲେ ପିଠି ପଟିଆ ଶୋଇପଡନ୍ତୁ। ଗୋଡକୁ ଉପରକୁ ଉଠାନ୍ତୁ ଓ ହାତକୁ ଅଣ୍ଟା ତଳେ ଦିଅନ୍ତୁ। ଫଟୋରେ ଥିବା ସ୍ଥିତି ପରି ନିଜ ଶରୀରକୁ ରଖନ୍ତୁ। ଏହି ଆସନ ଶ୍ୱାସକ୍ରିୟା ସମସ୍ୟା ଚିକିତ୍ସାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଏହା ମୁଣ୍ଡବିନ୍ଧା ଏବଂ ପିଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହା ଥଣ୍ଡା-କାଶ-ଜରରେ ପୀଡିତ ରୋଗୀର ମନୋବଳକୁ ବଢାଇାଇଥାଏ।

ବାମ ଭସ୍ତ୍ରିକା:

Bama Bhastrika
ବାମ ଭସ୍ତ୍ରିକା

ଥଣ୍ଡା, କାଶ ଓ ଜର ପାଇଁ ବାମ ଭସ୍ତ୍ରିକା ଅତ୍ୟନ୍ତ ଲାଭଦାୟକ। ଏହା କରିବା ପାଇଁ, ଡାହାଣ ହାତର ଆଙ୍ଗୁଠିରେ ନାକର ଡାହାଣ ପୁଡା ବନ୍ଦ କରନ୍ତୁ ଏବଂ ବାମ ନାକରେ କ୍ଷୀପ୍ତ ଗତିରେ ଶ୍ୱାସ କ୍ରିୟା କରନ୍ତୁ। ଏହି ପ୍ରକ୍ରିୟା ଅତି କମ୍‌ରେ ଦଶଥର କରନ୍ତୁ। ଶ୍ୱାସ ନେବାବେଳେ, ପେଟ ଭିତରକୁ ଆସିବା ଉଚିତ ଏବଂ ଶ୍ୱାସ ଛାଡିବା ବେଳେ ପେଟ ବାହାରକୁ ଆସିବା ଉଚିତ। ଏହା ପରେ ବିପରୀତ ପୁଡାରେ ସମାନ ପ୍ରକ୍ରିୟା କରନ୍ତୁ।

କପାଳଭାତି ପ୍ରାଣାୟମ:

Kapalabhati Pranayama
କପାଳଭାତି ପ୍ରାଣାୟମ

ଥଣ୍ଡାକୁ ଭଲ କରିବା ପାଇଁ କପାଳଭାତି  ହେଉଛି ସବୁଠାରୁ ପ୍ରଭାବଶାଳୀ ଘରୋଇ ଉପଚାର। ଏହି ପ୍ରାଣାୟାମରେ, ପେଟକୁ ଧକ୍କା ଦେଇ ନାକ ଉପରେ ଚାପ ପ୍ରୟୋଗ କରି ଶ୍ୱାସକ୍ରିୟା କରିବାକୁ ହୁଏ। ଏହାକୁ ଅଭ୍ୟାସ କରି, ଆମର ଶ୍ୱାସକ୍ରିୟାରେ ଥିବା ପ୍ରତିବନ୍ଧକକୁ ଦୂର କରାଯାଇଥାଏ ଯେଉଁଥିପାଇଁ ଆମେ ସହଜରେ ଶ୍ୱାସ ନେବାରେ ସକ୍ଷମ ହୋଇଥାଉ। ଏହା ସହିତ, ଏହି ପ୍ରାଣାୟାମ ଦ୍ୱାରା ଆମର ସ୍ନାୟୁ ପ୍ରଣାଳୀ ଶକ୍ତିଶାଳୀ ହୁଏ, ରକ୍ତ ପ୍ରବାହ ବଢିଯାଏ ଏବଂ ମନ ଶାନ୍ତ ରହିଥାଏ।

ନାଡି ଶୋଧନ ପ୍ରାଣାୟାମ:

Nadi Shoddhana Pranayama
ନାଡି ଶୋଧନ ପ୍ରାଣାୟାମ

ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ନାଡି ଶୋଧନ ପ୍ରାଣାୟାମ ଏକ ଘରୋଇ ଉପଚାର ଯାହା ଆମେ ସମସ୍ତେ ସହଜରେ କରିପାରିବା। ନାକର ଉଭୟ ପାର୍ଶ୍ୱରୁ ବଦଳ କରି ଶ୍ୱାସକ୍ରିୟା କରିବାକୁ ନାଡି ଶୋଧନ ବା ଅନୁଲୋମ୍-ବିଲୋମ୍ ପ୍ରାଣାୟାମ କୁହାଯାଏ। ଏହା ଚୋକ୍ ହୋଇଥିବା ନାକକୁ ଖୋଲି ଫୁସ୍‌ଫୁସ୍‌ରେ ଅମ୍ଳଜାନର ପରିମାଣକୁ ବଢାଇଥାଏ। ଏହି ପ୍ରାଣାୟାମ ଚାପରୁ ମୁକ୍ତି ଦେଇଥାଏ ଏବଂ ଶରୀରକୁ ଆରାମ ଦେଇଥାଏ। ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ଏହାକୁ ଦୈନିକ ଅଭ୍ୟାସ କରିବା ଜରୁରୀ।

Yogasana Yoga Asanas Yoga For A Health
Advertisment
Advertisment