Advertisment

Yogasana: ଠିକ୍ ହେଉନି କି ରକ୍ତ ସଞ୍ଚାଳନ… କରନ୍ତୁ ଏହି ୪ ଆସନ, ମିଳିବ ଅଦ୍ଭୁତ ଫଳ

ସଠିକ୍ ରକ୍ତ ସଞ୍ଚାଳନ ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ଯୋଗାଇଥାଏ, ଯାହା ଦ୍ୱାରା ଏସବୁ ସୁଚାରୁ ରୂପରେ କାମ କରେ। ଯୋଗର ନିୟମିତ ଅଭ୍ୟାସ ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ତେବେ ଆସନ୍ତୁ ସେହିସବୁ ଯୋଗାସନ ବିଷୟରେ ଜାଣିବା ଯାହା ରକ୍ତ ସଞ୍ଚାଳନ ବୃଦ୍ଧିରେ ସହାୟକ ହୁଏ।

author-image
Pramod Behera
ଅଦ୍ୟତନ ହୋଇଛି
Yoga poses to improve blood circulation

Yoga poses to improve blood circulation

ଉତ୍ତମ ରକ୍ତ ପ୍ରବାହ ଶରୀରକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଉପକାର ଦେଇଥାଏ। ସଠିକ୍ ରକ୍ତ ସଞ୍ଚାଳନ ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ଯୋଗାଇଥାଏ, ଯାହା ଦ୍ୱାରା ଏସବୁ ସୁଚାରୁ ରୂପରେ କାମ କରେ।

Advertisment

ରକ୍ତ ସଞ୍ଚାଳନ ଠିକ୍ ହେଲେ, ଶରୀରର ମେଟାବୋଲିଜିମ୍ ଉନ୍ନତ ହୁଏ, ହୃଦୟ ସୁସ୍ଥ ରହିଥାଏ ଏବଂ ମାଂସପେଶୀଗୁଡ଼ିକ ପର୍ଯ୍ୟାପ୍ତ ଶକ୍ତି ପାଇଥାଆନ୍ତି।

ଅଧିକ ପଢନ୍ତୁ : Yogasana: ବଢ଼ିଚାଲିଛି ଥଣ୍ଡା-ଜର; ଏଥିରୁ ମୁକ୍ତି ପାଇବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

Advertisment

ଉତ୍ତମ ରକ୍ତ ସଞ୍ଚାଳନର ଲାଭ:

  • ସଠିକ୍ ରକ୍ତ ସଞ୍ଚାଳନ ହୃତ୍‌ପିଣ୍ଡକୁ ଅଧିକ ଦକ୍ଷତାର ସହିତ କାମ କରିବାରେ ସାହାଯ୍ୟ କରେ, ହୃଦ୍‌ଘାତ ଏବଂ ଷ୍ଟ୍ରୋକ୍ ଭଳି ଆଶଙ୍କା ହ୍ରାସ ପାଏ।
  • ରକ୍ତ ମାଧ୍ୟମରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱର ସଠିକ୍ ପ୍ରବାହ ହେତୁ ମାଂସପେଶୀକୁ ଶକ୍ତି ଯୋଗାଇଥାଏ, ଯାହା ଥକ୍କାପଣକୁ ହ୍ରାସ କରିଥାଏ ଏବଂ ଶରୀରକୁ ଅଧିକ ସକ୍ରିୟ ରଖେ।
  • ସଠିକ୍ ରକ୍ତ ସଞ୍ଚାଳନ ଚର୍ମକୁ ପୋଷକ ତତ୍ତ୍ୱ ଏବଂ ଅମ୍ଳଜାନ ଯୋଗାଇଥାଏ, ଯାହା ଚର୍ମକୁ ଅଧିକ ସୁସ୍ଥ, ଚମକଦାର ଏବଂ ଯୌବନ ରଖେ।
  • ଉତ୍ତମ ରକ୍ତ ପ୍ରବାହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ, କାରଣ ରକ୍ତ ମାଧ୍ୟମରେ ଶ୍ୱେତ ରକ୍ତ କୋଷିକା ଶରୀରରେ ଶୀଘ୍ର ସଂକ୍ରମଣ ଏବଂ ରୋଗର ମୁକାବିଲା ପାଇଁ କାର୍ଯ୍ୟ କରିଥାଏ।
  • ଯେତେବେଳେ ମସ୍ତିଷ୍କ ସଠିକ୍ ପରିମାଣର ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ପାଏ ସ୍ମୃତି, ଏକାଗ୍ରତା ଏବଂ ମାନସିକ ସ୍ୱଚ୍ଛତା ଉନ୍ନତ ହୁଏ।
  • ଉତ୍ତମ ରକ୍ତ ସଞ୍ଚାଳନ ମାଂସପେଶୀ ଏବଂ ଗଣ୍ଠିକୁ ଅଧିକ ଅମ୍ଳଜାନ ଯୋଗାଇଥାଏ, ଯାହା ଫଳରେ ଶାରୀରିକ ଯନ୍ତ୍ରଣା ଏବଂ ଫୁଲାରୁ ମୁକ୍ତି ମିଳେ। ଆଘାତ ପରେ ଏହା ଶୀଘ୍ର ରିକଭରୀକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ।

ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବ ଯୋଗ:

Yoga poses to improve blood circulationରକ୍ତ ସଞ୍ଚାଳନ ପାଇଁ ଯୋଗ

ଅଧିକ ପଢନ୍ତୁ : Yogasana: ଅଫିସ୍‌ରେ ବସି ବସି ବିନ୍ଧୁଛି କି ଅଣ୍ଟା-ପିଠି; ଅଫିସ୍ ଚେୟାରରେ ହିଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

ଯୋଗର ନିୟମିତ ଅଭ୍ୟାସ ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। କେତେକ ଯୋଗ ଆସନ ଫୁସ୍‌ଫୁସ୍‌, ହୃଦୟ ଏବଂ ମାଂସପେଶୀ ମଧ୍ୟରେ ଅମ୍ଳଜାନ ଏବଂ ରକ୍ତ ପ୍ରବାହକୁ ପ୍ରୋତ୍ସାହିତ କରେ। ତେବେ ଆସନ୍ତୁ ସେହିସବୁ ଯୋଗାସନ ବିଷୟରେ ଜାଣିବା ଯାହା ରକ୍ତ ସଞ୍ଚାଳନ ବୃଦ୍ଧିରେ ସହାୟକ ହୁଏ।

ବଜ୍ରାସନ:

Vajrasanaବଜ୍ରାସନ

ଏହି ଆସନ ଅଭ୍ୟାସ କରିବାକୁ, ଆଣ୍ଠୁ ମାଡି ବସନ୍ତୁ ଆଉ ଗୋଇଠି ଉପରେ ପ୍ରଭାବ ପକାନ୍ତୁ। ମେରୁଦଣ୍ଡକୁ ସିଧା ରଖନ୍ତୁ। ଆଖି ବନ୍ଦ କରି ଏ ଦୀର୍ଘ ଶ୍ୱାସନ୍ତୁ ଓ ଛାଡନ୍ତୁ। ଏହି ଆସନ ଅଭ୍ୟାସ ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୁଏ ଏବଂ ରକ୍ତ ସଞ୍ଚାଳନ ନିୟନ୍ତ୍ରିତ ରୁହେ। ପେଟର ମାଂସପେଶୀ ଉପରେ ଚାପ ପଡେ ଏବଂ ଶରୀରର ନିମ୍ନ ଭାଗରେ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ।

ତ୍ରିକୋଣାସନ:

Trikonasanaତ୍ରିକୋଣାସନ

ଦୁଇ ଗୋଡ ବିସ୍ତାର କରି ଠିଆ ହୁଅନ୍ତୁ ଏବଂ ଡାହାଣ ହାତକୁ ତଳ ନେଇ ଡାହାଣ ପାଦ ପାଖରେ ରଖନ୍ତୁ। ବର୍ତ୍ତମାନ ବାମ ହାତକୁ ଉପରକୁ ସିଧା କରି ବେକକୁ ଉପରକୁ ରଖନ୍ତୁ। ଏହି ଆସନ ଅଭ୍ୟାସ କରିବା ଦ୍ୱାରା ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ ଏବଂ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ଶରୀରକୁ ନମନୀୟ ମଧ୍ୟ କରିଥାଏ।

ସେତୁବନ୍ଧାସନ:

Setubandhasanaସେତୁବନ୍ଧାସନ

ସେତୁବନ୍ଧାସନ ଅଭ୍ୟାସ କରିବା ପାଇଁ, ପ୍ରଥମେ ପିଠି ପଟିଆ ଶୋଇଯାଆନ୍ତୁ। ଏହା ପରେ ଆଣ୍ଠୁକୁ ଭାଙ୍ଗି ପିଚା ପାଖାକୁ ଆଣନ୍ତୁ। ଦୁଇ ହାତରେ ବଳାଗଣ୍ଠିକୁ ଧରନ୍ତୁ ଏବଂ ଶ୍ୱାସ ନେଇ ଅଣ୍ଟାକୁ ଉପରକୁ ଉଠାନ୍ତୁ। ହାତକୁ ଭୂମି ଉପରେ ରଖନ୍ତୁ। ଏହି ଆସନ ଅଭ୍ୟାସ କରିବା ଦ୍ୱାରା ହୃଦୟ ଏବଂ ଫୁସ୍‌ଫୁସ୍‌ର କାର୍ଯ୍ୟରେ ଉନ୍ନତି ହୋଇଥାଏ, ଯେଉଁ କାରଣରୁ ରକ୍ତ ସୁରୁଖୁରୁରେ ପ୍ରବାହିତ ହୁଏ। ଏହା ମେରୁଦଣ୍ଡ ଏବଂ ମାଂସପେଶୀକୁ ମଧ୍ୟ ମଜବୁତ କରିଥାଏ।

ଶବାସନ:

Shavasanaଶବାସନ

ଏହି ଆସନ ଅଭ୍ୟାସ କରି ଶରୀରକୁ ଆରାମ ଦେବା ସହିତ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରାଯାଇପାରେ। ଏହା ମାନସିକ ଏବଂ ଶାରୀରିକ ଚାପକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହି ଆସନ କରିବା ପାଇଁ, ପିଠି ଉପରେ ଶୋଇ ରୁହନ୍ତୁ ଏବଂ ଶରୀରକୁ ସମ୍ପୂର୍ଣ୍ଣ ଢିଲା ଛାଡିଦିଅନ୍ତୁ। ଏହି ସମୟରେ, ଗଭୀର ଏବଂ ଆରାମଦାୟକ ଶ୍ୱାସ କରନ୍ତୁ।

ଅଧିକ ପଢନ୍ତୁ : Yogasana: ଭଲ ନିଦ ହେଉନି କି… ଶୋଇବା ପୂର୍ବରୁ କରନ୍ତୁ ଏହି ଆସନ; ୮ ଘଣ୍ଟା ଶାନ୍ତିରେ ଶୋଇବେ

Yogasana Yoga Yoga Tips
Advertisment
Advertisment