ଆୟୁଷ୍ମାନ ଭାରତ ଯୋଜନାରେ ୨୭ ହଜାରରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସୁବିଧା ମିଳିବ । ତୃଣମୂଳସ୍ତରରେ ଲୋକଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସୁବିଧା ମିଳିବ । ବଜେଟରେ ସ୍ବାସ୍ଥ୍ୟ ସେବା ପାଇଁ ୩୫୫୬ କୋଟି ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରାଯିବ ।
୭୦ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ ଭାରତ ଯୋଜନାର (AB PM-JAY) ଲାଭ । ତେବେ ଏହି ଯୋଜନା କଣ ? କେମିତି ପାଇବେ ଲାଭ ? ଆସନ୍ତୁ ଜାଣିବା...