Advertisment

ଭାରତରେ ମଙ୍କିପକ୍ସ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ, ସବୁ ପ୍ରବେଶ ପଥରେ ଆଲର୍ଟ

ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ । ଭୟଭୀତ ହେବାର କାରଣ ନାହିଁ । ମଙ୍କିପକ୍ସ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Odisha Director of Health Services Bijay Mohapatra

Odisha Director of Health Services Bijay Mohapatra

ଭାରତରେ ମଙ୍କିପକ୍ସ ଲକ୍ଷଣ ଥିବା ଜଣେ ସନ୍ଦିଗ୍ଧ ଚିହ୍ନଟ ପରେ ତତ୍ପର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ, ସବୁ ପ୍ରବେଶ ପଥକୁ ଆଲର୍ଟ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ଅଛି । ବିଦେଶରେ ସଂକ୍ରମିତ ହେଉଥିବା ମଙ୍କିପକ୍ସ ପାଇଁ ଦେଶର ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥରେ ଆଲର୍ଟ ଜାରି ହୋଇଛି ।

Advertisment

ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି ଦେଖାଯିବା ସହ ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ଦେଶକୁ ବୁଲି ଆସୁଛନ୍ତି ଓ ମଙ୍କିପକ୍ସ ଲକ୍ଷଣ ଦେଖାଯାଉଛି, କେନ୍ଦ୍ର ସରକାରଙ୍କ ତରଫରୁ ସେମାନଙ୍କୁ ଆଇସୋଲେଟ କରାଯାଇ ରଖାଯିବାର ବ୍ୟବସ୍ଥା ହୋଇଛି । ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ କଡାକଡ଼ି କରାଯାଇଛି । ଭାରତରେ ଏ ଯାଏଁ ସେହିଭଳି କୌଣସି ରୋଗୀ ଚିହ୍ନଟ ହୋଇ ନାହାଁନ୍ତି ।

ତେଣୁ ମଙ୍କିପକ୍ସକୁ ନେଇ କେହି ଭୟଭୀତ ହେବାର କାରଣ ନାହିଁ । ମଙ୍କିପକ୍ସର ଲକ୍ଷଣ ହେଉଛି, ପ୍ରଥମେ ଜ୍ୱର ସହିତ ଘିମିରିରୁ ଆରମ୍ଭ ହୁଏ, ପରେ ପାଣି ଫୋଟକା ପରି ଶରୀରରେ ଚିହ୍ନ ହୋଇଥାଏ ।

Advertisment
Monkeypox
Advertisment
Advertisment