ଦ୍ୱିତୀୟା ତିଥିରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ସ୍ଥାପନ ହୋଇଛି ଦଶକଳସ ।ପ୍ରତିପଦା ଠାରୁ ଆରମ୍ଭ ହେବ ମାଆଙ୍କ ନବଦିନାତ୍ମକ ରଥଯାତ୍ରା ।
ଆଜିର ଧାଁ ଧପଡ ଜୀବନରେ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ଜରୁରୀ। ତେବେ ମାନସିକ ଅବସ୍ଥାକୁ ସୁସ୍ଥ ରଖିବା ନେଇ କ’ଣ କରିବାକୁ ହେବ ଆସନ୍ତୁ ସେ ବିଷୟରେ କେତେକ ଟିପ୍ସ ଉପରେ ନଜର ପକେଇ ନେବା।
ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ। ଏହି ଦିନ ଭାରତୀୟ ଡାକ ସେବାକୁ ସ୍ମରଣ କରାଯାଏ। ଆମ ଜୀବନରେ ଡାକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ଏହାକୁ ପାଳନ କରାଯାଏ।
ଆଜି ସାରା ବିଶ୍ୱ ପାଳୁଛି ‘ବିଶ୍ୱ ଗୃହହୀନ ଦିବସ’। ଏହି ଆନ୍ତର୍ଜାତୀୟ ଦିନ ଉନ୍ନତ ନୀତି ଏବଂ ପାଣ୍ଠି ଦାବି କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ ଯାହା ଭୂମିହୀନଙ୍କୁ ସହାୟତା ଦେଇଥାଏ।
ପ୍ରତିବର୍ଷ ୮ ଅକ୍ଟୋବରରେ ଦେଶ ଖୁବ ଧୂମଧାମରେ ପାଳନ କରେ ‘ଭାରତୀୟ ବାୟୁସେନା ଦିବସ’। ଏହି ଅବସରରେ ଆସନ୍ତୁ ଭାରତୀୟ ବାୟୁସେନା ସହିତ ଜଡିତ କିଛି ମଜାଦାର ତଥ୍ୟ ଉପରେ ନଜର ପକେଇ ନେବା
ନୂଆ ଧ୍ୱଜାରେ ୟୁନିଅନ୍ ଜ୍ୟାକ୍ ହଟାଇ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଛି
ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି। ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି।
ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୂଖ ଶୃଙ୍ଗାର କରିବେ ।
ହସିବା ଯେ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତାହା ନୁହେଁ, ବରଂ ଏହା ଆପଣଙ୍କ ଆଖପାଖରେ ଥିବା ଲୋକଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ହସୁଥିବା ଲୋକକୁ ଯିଏ ଦେଖେ ତା’ ଭିତରେ ମଧ୍ୟ ହସିବାର ଏକ ଉତ୍ସାହ ଜନ୍ମେ। ପ୍ରତିଦିନ ହସିବା ଦ୍ୱାରା ଅନେକ ଫାଇଦା ମଧ୍ୟ ହୁଏ। ଆସନ୍ତୁ ଆଜି ହାସ୍ୟ ଦିବସରେ ହସିବାର ୫ ଫାଇଦା କ’ଣ ଜାଣିନେବା।
ଆମେ ଦିନକୁ ଦିନ ଯେତେ ନୂଆ ସଭ୍ୟତା ଆଡକୁ ଯାଉଥିଲେ ମଧ୍ୟ ଆମ ଭିତରେ କେଉଁଠି ନା କେଉଁଠି ସେହି ପ୍ରାଚୀନ ଅନ୍ଧବିଶ୍ୱାସ ରହିଯାଉଛି। ଆଜି ବି ଅନେକ ସଂପ୍ରଦାୟ ଅଛନ୍ତି ଯେଉଁମାନେ ବିଭିନ୍ନ ପର୍ବପର୍ବାଣୀରେ ପଶୁ ବଳି ଦେଇଥାନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଏ ଦିଗରେ ରୋକ ଦେବାକୁ ପଡିବ। କିପରି ସେମାନଙ୍କୁ ଏହି ମାନସିକତାରୁ ଦୂର କରିହେବ ଆସନ୍ତୁ ଜାଣିବା।
ଆଜି ସେହିଦିନ, ଯେଉଁଦିନ ଜନ୍ମ ନେଇଥିଲେ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ‘ମହାତ୍ମା ଗାନ୍ଧୀ’। ଅକ୍ଟୋବର ୨ ତାରିଖ ଆଜିର ଦିନକୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରୁଛି ସାରା ଦେଶ। ଏହି ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଟିଭିର AI ଆଙ୍କର ଲିସା। ଆଉ ଗାନ୍ଧୀଜୀଙ୍କ ବିଷୟରେ କହିଲେ, କିଛି ଜଣା ଅଜଣା କଥା..
ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ଆଜି ଶାସ୍ତ୍ରୀ ଜୟନ୍ତୀ ଅବସରରେ ତାଙ୍କ ଭଳି ଅମାୟିକ ନେତାଙ୍କୁ ଝୁରୁଛି ସାରା ଦେଶ।
ଗାନ୍ଧୀ ଜଣେ ମହାନ ବକ୍ତା ନଥିଲେ, ତାଙ୍କ ଶରୀର ଅତ୍ୟନ୍ତ ଆକର୍ଷଣୀୟ ନଥିଲା, ସେ ସରଳ ଜୀବନ ଯାପନ କରୁଥିଲେ। କିନ୍ତୁ ତାଙ୍କ ପାଖରେ ୭ଟି ସର୍ବଶ୍ରେଷ୍ଠ ମହାନ ଗୁଣ ଥିଲା ଯାହା ତାଙ୍କୁ ମହାତ୍ମା କରିଦେଲା। ଆମେ ଏହିସବୁ ଗୁଣକୁ ମହାତ୍ମା ଗାନ୍ଧୀଙ୍କ ମହାନ ଜୀବନରୁ ଶିଖିବା ଉଚିତ। ତେବେ ଆସନ୍ତୁ ସେ ସବୁ କ’ଣ ଜାଣିନେବା।
ଆଜି ଗାନ୍ଧି ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ। ଆଜି ଗାନ୍ଧି ଜୟନ୍ତୀରେ ଶାନ୍ତିର ପୂଜାରୀ ବାପୁଜୀଙ୍କ ଆଦର୍ଶକୁ ମନେ ପକାଉଛି ସାରା ଦେଶ।
ଦେଶ ସ୍ୱାଧୀନତା ପଛରେ ମହାତ୍ମା ଗାନ୍ଧୀଙ୍କ କେତେ ଯେ ଥିଲା ଭୂମିକା ତାହା ସମସ୍ତଙ୍କୁ ଜଣା। ସ୍ୱାଧୀନତା ସଂଗ୍ରାମରେ ଭାରତୀୟମାନଙ୍କୁ ଏକତ୍ର କରି ଅହିଂସା ମାର୍ଗକୁ ନିଜ ବ୍ରତ ଭାବେ ଗ୍ରହଣ କରି ଦେଶ ପାଇଁ ସ୍ୱାଧୀନତା ହାସଲ କରିବାରେ ତାଙ୍କର ଥିଲା ଏକ ପ୍ରମୁଖ ଭୂମିକା। ଦେଶ ପାଇଁ ବଳିଦାନ ଦେଇ ସେ କିପରି ହୋଇଗଲେ ଜାତିର ପିତା ଆସନ୍ତୁ ଜାଣିବା।
ପର୍ଯ୍ୟାବରଣ ବିଚାର, ପଶୁ କଲ୍ୟାଣ ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପଶୁ ଜାତୀୟ ଖାଦ୍ୟ ଛାଡିବାକୁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ‘ବିଶ୍ୱ ଶାକାହାରୀ ଦିବସ’ ପାଳନ କରାଯାଏ। ପଶୁମାନଙ୍କ ଜୀବନ ରକ୍ଷା କରିବା ଏବଂ ପୃଥିବୀକୁ ବଞ୍ଚାଇବାରେ ସାହାଯ୍ୟ କରିବା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନ ପାଳନ କରାଯାଏ।
ଅନେକ ଭାବନ୍ତି ମାଂସ, ମାଛ ଏବଂ ଅଣ୍ଡାରେ ଅନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍ ଏବଂ କ୍ୟାଲୋରୀ ଭରପୂର ପରିମାଣରେ ଥାଏ। ଡାଏଟିସିଆନ୍ଙ୍କ ମତରେ କିନ୍ତୁ ତାହା ନୁହେଁ। ସେମାନେ କୁହନ୍ତି ଯେ ଶାକାହାରୀମାନେ ଏମାନଙ୍କ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ପାଆନ୍ତି। ତେବେ ଆସନ୍ତୁ ଆଜି ‘ବିଶ୍ୱ ଶାକାହାରୀ ଦିବସ’ରେ ଶାକାହାରର ଉପକାର ବିଷୟରେ ଜାଣିନେବା।
୧ ଘଣ୍ଟା ସାମୂହିକ ଶ୍ରମଦାନ କରିବେ ସାଧାରଣ ଜନତା..ସର୍ବସାଧାରଣ ସ୍ଥାନରେ ଚାଲିବ ସଫେଇ କାର୍ଯ୍ୟକ୍ରମ
ବର୍ଷକୁ ଥରେ ଖୋଲେ ମା’ ଜାଗୁଳାଇଙ୍କ ମୁହଁ । କାହିଁ କେଉଁ କାଳରୁ ପୁରୀ ଜିଲ୍ଲା ସତ୍ୟବାଦୀ ଅଳଗୁମ ଗ୍ରାମରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ କାଠିଯାତ୍ରା ।
ଆଜି ହେଉଛି ଭାଗବତ ଜନ୍ମ। ଭାଗବତ ପଠନ ଓ ଶ୍ରବଣ ଦ୍ୱାରା କ'ଣ ସବୁ ସୁଫଳ ମିଳିଥାଏ ଜାଣନ୍ତୁ ?
ଲୋକମାନେ ପ୍ରାୟ ହୃଦଘାତର ଗମ୍ଭୀରତାକୁ ସେପର୍ଯ୍ୟନ୍ତ ବୁଝନ୍ତି ନାହିଁ ଯେପର୍ଯ୍ୟନ୍ତ ସେମାନେ ଏହାର ଶିକାର ହୋଇ ନାହାନ୍ତି। ଏହି କାରଣରୁ, ହୃଦଘାତ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ।
ଦେଶର ଅର୍ଥନୀତିରେ ପର୍ଯ୍ୟଟନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ପର୍ଯ୍ୟଟନ ଦୃଷ୍ଟିରୁ ଦେଶଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇପାରିବେ। ଆସନ୍ତୁ ଜାଣିବା ବିଶ୍ୱ ପର୍ଯ୍ୟଟନ ଦିବସର ତାରିଖ, ଇତିହାସ ଏବଂ ଗୁରୁତ୍ୱ।
ଅଧିକାଂଶ ଭାରତୀୟ ପ୍ରାୟ ବିଦେଶ ଭ୍ରମଣ କରିବାର ସ୍ୱପ୍ନ ଦେଖନ୍ତି। ବିଦେଶ ଯିବା ପାଇଁ କିନ୍ତୁ ଅଧିକ ଖର୍ଚ୍ଚ କାରଣରୁ ଏହି ସ୍ୱପ୍ନକୁ ସାକାର କରିବାକୁ ସେମାନେ ବଞ୍ଚିତ ହେଉଛନ୍ତି। କିନ୍ତୁ ଏପରି ଅନେକ ବିଦେଶୀ ସ୍ଥାନ ଅଛି ଯେଉଁଠାରେ ଭାରତୀୟମାନେ ଖୁବ କମ ଖର୍ଚ୍ଚରେ ଭ୍ରମଣର ଉପଭୋଗ କରିପାରିବେ। ଆସନ୍ତୁ ଜାଣିନେବା।
ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଓଡିଶାରେ ଏମିତି ଅନେକ ମନୋରମ ଜାଗା ଅଛି ଯାହା କେବଳ ରାଜ୍ୟବାସୀଙ୍କୁ ନୁହେଁ, ଅନ୍ୟ ରାଜ୍ୟ ଓ ବିଦେଶର ଲୋକଙ୍କୁ ମଧ୍ୟ ଆକୃଷ୍ଟ କରେ। କେତେକ ସ୍ଥାନକୁ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇ ଏହାର ଉନ୍ନତି କରଣ କରୁଛି ସତ, ହେଲେ ଏହାରି ଭିତରେ ଆହୁରି ଅନେକ ସ୍ଥାନ ଅଛି ଯାହା ବିଭାଗର ଆଢୁଆଳରେ ରହିଯାଇଛି।
ଯଦିଓ ପର୍ଯ୍ୟଟକମାନେ ପାହାଡିଆ ଅଞ୍ଚଳ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି, କିନ୍ତୁ ଆପଣ ଜାଣନ୍ତି କି ପ୍ରତି ମାସରେ ଭାରତ ତଥା ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ କାଶୀ ଧାର୍ମିକ ତଥା ସାଂସ୍କୃତିକ ସହରରକୁ ଛୁଟି ଆସନ୍ତି। ବନାରସ ସହରର ଚାରିପାଖରେ ଏପରି ଅନେକ ସ୍ଥାନ ଅଛି ଯାହାକି ବହୁତ ପ୍ରସିଦ୍ଧ। ଆସନ୍ତୁ ନଜର ପକେଇବା ଓ ବୁଲି ଯିବାକୁ ଯୋଜନା କରିବା।