Advertisment

ମଣ୍ଡପ କହୁଛି ମିଶର କଥା... ଇଜିପ୍ଟ ନୁହେଁ, ଇଏ କୋଲକାତା

ଖାଲି ବାହାରେ ନୁହେଁ, ଭିତରେ ବି ଅସୁମାରି ଚମତ୍କାର । ଖମ୍ବ, କାନ୍ଥ ଓ ଛାତ ସାରା ପ୍ରାଚୀନ ମିଶର ସଭ୍ୟତା ଶିଳାଲେଖର ପ୍ରତିକୃତି ଓ ସ୍ଥାନେ ସ୍ଥାନେ ଫାରୋ ବା ମିଶର ଶାସକମାନଙ୍କର ପ୍ରତିମୂର୍ତ୍ତି । ଆଉ ଗର୍ଭଗୃହରେ ସିଂହବାହିନୀ ଦେବୀ ଦୁର୍ଗା, ପାର୍ଶ୍ୱ ଦେବଦେବୀ ଏବଂ ମହିଷାସୁରର ପ୍ରତିମା ବି ନିର୍ମିତ ହୋଇଛି ସେଇ ପ୍ରାଚୀନ ଶୈଳୀରେ ।

author-image
Tanmay Kumar Mahalik

ବିଜୟା ଦଶମୀରେ ପାରଂପରିକ ସିନ୍ଦୂର ଖେଳ ଓ ନାଚକୁଦ ଭିତରେ କୋଲକାତାରେ ଯେତିକି ଉତ୍ସାହ ଓ ଉଲ୍ଲାସ ଥାଏ, ସେତିକି ଅବସାଦ ମଧ୍ୟ । ଅଲିଅଳି ଝିଅକୁ ଶାଶୂଘରକୁ ପଠାଇବା ଭଳି, ଦେବୀ ଦୁର୍ଗାଙ୍କୁ ମେଲାଣି ଦେଇଥାଏ ବଙ୍ଗାଳି ପରିବାର । ଆଜି ଟଲିଉଡ୍ ତାରକା ରଞ୍ଜିତ ମଲ୍ଲିକ ଓ କୋଏଲ ମଲ୍ଲିକଙ୍କ ପରିବାରର ୩ଶହ ବର୍ଷ ପୁରୁଣା ସିନ୍ଦୂର ଖେଳ ପରଂପରାରେ ସାମିଲ ହୋଇଥିଲା ଓଟିଭି ଟିମ୍ । ଏଥିସହ ବୁଲିଦେଖିଥିଲା କୋଲକାତାର ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ଥିମ୍ ପେଣ୍ଡାଲ୍ ମିଶର ପିରାମିଡ୍ ।

Advertisment
West Bengal Devotees
Advertisment
Advertisment