Advertisment

ସୁନା ଚାନ୍ଦିରେ ଝଟକୁଛି ସିଲଭର ସିଟିର ୩୨ଟି ଦୁର୍ଗା ମେଢ଼

ଶାରଦୀୟ ଦୁର୍ଗା ପୂଜା ଆସିଲେ ସବୁବେଳେ ଚର୍ଚ୍ଚାରେ ରୁହେ, ହଜାରେ ବର୍ଷର ସହର କଟକ। କାରଣ ଏଠି ଝଲସି ଉଠେ ସୁନା ଆଉ ଚାନ୍ଦିର ମେଢ଼। ସେଥିପାଇଁ ଦୁଇ ଗୁଣ ହୋଇଯାଏ ଦୁର୍ଗା ପୂଜାର ଚମକ। ଏଥର ବି ପୂର୍ବଭଳି ଚମକି ଉଠୁଛି ସିଲଭର୍ ସିଟି।

author-image
Santosh Kumar Sahoo

ଦଶହରା ଆସିଲେ ଝଟକି ଉଠେ ତାରକସି କାମ ପାଇଁ ପ୍ରସିଦ୍ଧ କଟକ ସହର। ନୂଆ ବୋହୂ ଭଳି ସଜେଇ ହୋଇଥିବା କଟକ ସହରରେ ସୁନା, ଚାନ୍ଦି ମେଢ଼ ବଖାଣିଦିଏ ଦୁର୍ଗା ପୂଜାର ସ୍ୱତନ୍ତ୍ରତା । କେବଳ ଚୌଧୁରୀ ବଜାର କିମ୍ବା ଶେଖ ବଜାର ନୁହଁ, ଚାନ୍ଦିନୀ ଚୌକ, ହରିପୁର, ରାଣୀହାଟ, ଚାଉଳିଆଗଞ୍ଜ, କଲେଜ ଛକ ଆଦି ମଣ୍ଡପ ପକ୍ଷରୁ କରାଯାଇଥାଏ ଚାନ୍ଦି ମେଢ଼। ସହରରେ ୧୭୦ରୁ ଅଧିକ ପୂଜା ମଣ୍ଡପରେ ମା’ଙ୍କୁ ଆରାଧନା କରାଯାଉଥିବାବେଳେ ସୁନା ଓ ଚାନ୍ଦି ମେଢ଼
ସଂଖ୍ୟା ରହିଛି ୩୨ଟି। ଏବର୍ଷ ନୂଆକରି ୪ଟି ଚାନ୍ଦି ମେଢ଼ କରାଯାଇଛି। ଏପଟେ ପିତ୍ତଳ ମେଢ ବି ରାଜ୍ୟରେ ପ୍ରଥମ ଥର ପାଇଁ ଦେଖାଯାଇଛି ତେଲେଙ୍ଗା ବଜାରରେ।  

Advertisment
Odisha Cuttack Durga Puja
Advertisment
Advertisment