Advertisment

ପୂଜା ପେଣ୍ଡାଲରେ ପରଦାର ଫିଲ୍ମ; କୋଲକାତାର ମା’ ଦୁର୍ଗାଙ୍କ ମଣ୍ଡପରେ ‘କାନ୍ତାରା’

ପରଦାର ଫିଲ୍ମ ପେଣ୍ଡାଲରେ... ପାନ୍ ଇଣ୍ଡିଆ ଫିଲ୍ମ କାନ୍ତାରା କୋଲକାତାରେ । ପୂରା କପି ପେଷ୍ଟ...ଏକଦମ୍ ଜୀବନ୍ତ...। ମା’ ଦୁର୍ଗାଙ୍କଠୁ ନେଇ ମହିଷାସୁର, ପାର୍ଶ୍ୱ ଦେବାଦେବୀ... ସବୁଥିରେ କାନ୍ତାରା... ମେକଅପ୍, କଷ୍ଟ୍ୟୁମ୍, ଡିଜାଇନ୍...ଆମ୍ବିଆନ୍ସ ସବୁ କାନ୍ତାରା ।

author-image
Tanmay Kumar Mahalik
undefined

Majestic Kantara-themed Durga puja pandal in Kolkata catch eyeballs

ଭଲ ମେସେଜ୍ ଥିବା ଚର୍ଚ୍ଚିତ ଫିଲ୍ମ ହେଉ କି ସମାଜକୁ ସୁନ୍ଦର ବାର୍ତ୍ତା ଦେଉଥିବା ଆକର୍ଷଣୀୟ ଥିମ୍ । ପେଣ୍ଡାଲରୁ ପେଣ୍ଡାଲ ଏକକୁ ଆରେକ ବଳି ଚମତ୍କାର ସାଜସଜ୍ଜା, ଦୃଶ୍ୟାୟନ । ହଁ ଆମେ କହୁଛୁ ଦୁର୍ଗାପୂଜାର ନଗରୀ କୋଲକାତା କଥା । ଯେତେ ଦେଖୁଥିଲେ, ସରିବନି । ଆଖି ଆହୁରି ଖୋଜୁଥିବ । ମନ ଆହୁରି ଚାହୁଁଥିବ ।

Advertisment

ପରଦାର ଫିଲ୍ମ ପେଣ୍ଡାଲରେ... ପାନ୍ ଇଣ୍ଡିଆ ଫିଲ୍ମ କାନ୍ତାରା କୋଲକାତାରେ । ପୂରା କପି ପେଷ୍ଟ...ଏକଦମ୍ ଜୀବନ୍ତ...। ମା’ ଦୁର୍ଗାଙ୍କଠୁ ନେଇ ମହିଷାସୁର, ପାର୍ଶ୍ୱ ଦେବାଦେବୀ... ସବୁଥିରେ କାନ୍ତାରା... ମେକଅପ୍, କଷ୍ଟ୍ୟୁମ୍, ଡିଜାଇନ୍...ଆମ୍ବିଆନ୍ସ ସବୁ କାନ୍ତାରା ।... ଥିମ୍ ବି କାନ୍ତାରା.. .ଅର୍ଥାତ୍ ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଭଳି ବିଷୟବସ୍ତୁ ଉପରେ ଯେମିତି ଦକ୍ଷିଣଭାରତୀୟ ଫିଲ୍ମ କାନ୍ତାରା ପର୍ଯ୍ୟବେଶିତ... କାନ୍ତାରା ବା ବିଷ୍ଣୁଙ୍କ ଏ ବରାହ ରୂପ ଜରିଆରେ ଏଠି ବି ଠିକ୍ ସେହି ବାର୍ତ୍ତା ।

ପୂରା ମଣ୍ଡପ ଉପରେ ଆଉ ଟିକେ ଆଖି ପହଁରେଇ ନିଅନ୍ତୁ । ଯାହା କେବେ ଏଭଳି ସାଜସଜ୍ଜାର ରୂପ ନେଇପାରେ ବୋଲି ଆପଣ କଳ୍ପନା କରି ନଥିବେ । ତାହା ଏଠି ଦେଖିବେ... ଆଖୁ ବୁଦା, କଦଳୀ ଗଛ, ତାଳପତ୍ର, ନଡିଆ... ପ୍ରକୃତି କୋଳରେ ବଢୁଥିବା ଆଦିବାସୀଙ୍କ ଜାବତୀୟ ଚଳନି... ସବୁର ନିଚ୍ଛକ ପ୍ରତିଫଳନ ଏଇଠି ।

Advertisment

ସେମିତି ଚୋରାବାଗାନ୍ ଅଞ୍ଚଳର ଆଉ ଏକ ଆକର୍ଷଣୀୟ ପୂଜା ପେଣ୍ଡାଲ । ଏଠି ଅନୁଭୂତିର ଥିମ୍ । ଅର୍ଥାତ୍- ପ୍ରକୃତିର ସବୁତକ ଉପାଦାନ ଆମକୁ ଶିଖାଉଛି ଜୀବନ ଜିଇଁବାର କଳା । ଯେମିତି ପୂଜା ପେଣ୍ଡାଲ ସାରା ମାଟିକୁ ଖସୁଥିବ, ଏବଂ ଆକାଶକୁ ଉଠୁଥିବା ଏ ବର୍ଷା ବୁନ୍ଦା...ସଂଘର୍ଷ ଓ ଜଞ୍ଜାଳକୁ ଦର୍ଶାଉଥିବା ବୁଢ଼ିଆଣୀ ଜାଲ ଭଳି ଏ ଅଡୁଆ ସୂତା...ଏବଂ ବର୍ଷା ବୁନ୍ଦାର ସ୍ପର୍ଶରେ ପେଣ୍ଡାଲର ବିଭିନ୍ନ ସ୍ଥାନରେ ଥିବା ମାଆଙ୍କ ସବୁଠୁ ପ୍ରିୟ ୧୦୮ଟି ପଦ୍ମଫୁଲ ଫୁଟିବା ଭଳି, ଯାବତୀୟ ଖରାପ ସମୟରୁ ମୁକୁଳିବାର ପନ୍ଥା...ସାଜସଜ୍ଜା, ବାର୍ତ୍ତା ଏତେ ଚମତ୍କାର ଯେ, ଯିଏ ଦେଖୁଛି ସିଏ ତାଜୁବ୍ ହେଉଛି ।

ସବୁଠି ନିଆରା, ସବୁଠି ଏକକୁ ଆରେକବଳି ଥିମ୍, ସାମାଜିକ ବାର୍ତ୍ତା । ଇଏ ତ କୋଲକାତା ଦୂର୍ଗାପୂଜାର ସ୍ୱତନ୍ତ୍ରପଣ ।

Kolkata Durga Puja
Advertisment
Advertisment