Advertisment

ଆଜି ପୀଠେ ଦଶହରା,ମଣ୍ଡପରେ ମହାନବମୀ ପୂଜା

ଆଜି ଦିନରେ ମହିଷାସୁରକୁ ବଦ୍ଧ କରିଥିଲେ ଦୁର୍ଗା ଦୁର୍ଗତୀନାଶିନୀ....ଟ୍ୱିନସିଟିର ବିଭିନ୍ନ ପୂଜା ମଣ୍ଡପରେ ସ୍ୱତନ୍ତ୍ର ଆୟୋଜନ...କେଉଁଠି ସିନ୍ଦୁର ଖେଳ ତ କେଉଁଠି ହେବ କନ୍ୟା ପୂଜନ ନୀତି...

author-image
Prangyan Parimita
ଅଦ୍ୟତନ ହୋଇଛି
Maha Navami

Maha Navami

ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖରିତ ଚତୁର୍ଦ୍ଦିଗ । ଆଜି ପୀଠେ ଦଶହରା ଏବଂ ମଣ୍ଡପରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ମାଆଙ୍କ ମହାନବମୀ ପୂଜା। ଗତକାଲି ସନ୍ଧିପୂଜା ପରେ ଆଜି ମହମନବମୀରେ ରୀତିନୀତି ଓ ବିଧି ମତେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି। ୯ ଦିନ ବ୍ୟାପୀ ପାଳିତ ହେଉଥିବା ନବରାତ୍ରୀର ଆଜି ଶେଷ ଦିନ। ଆଜି ହିଁ ମହିଷାମର୍ଦ୍ଦିନୀ ଦୁର୍ଗା ଦୁର୍ଗତିନାଶିନୀ ମହିଷାସୁରକୁ ବଦ୍ଧ କରିଥିଲେ। ନବମୀ ତିଥିରେ ବିଭିନ୍ନ ସ୍ଥାନରେ ପାରମ୍ପରିକ ସିନ୍ଦୁର ଖେଳ, କନ୍ୟା ପୂଜନ ଏବଂ ଅନ୍ୟାନ୍ୟ ବିଧିବିଧାନ ପାଳନ କରାଯାଇଥାଏ।

Advertisment

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲଭରସିଟି କଟକ ସହର। ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁନାଚାନ୍ଦି ମେଢ଼ ଦେଖିବାକୁ ଦର୍ଶକଙ୍କ ବେଶ ଭିଡ଼ ଜମୁଛି। ତାହାରି ଭିତରେ ଆକର୍ଷିତ କରୁଛି ମା’ ଦୁର୍ଗା, ମହିଷାସୁର ଏବଂ ପାର୍ଶ୍ବ ଦେବାଦେବୀ ଚରିତ୍ରରେ ଜୀବନ୍ତ ଅଭିନୟ। ସମସ୍ତେ ଦୁର୍ଗାପୂଜା ରେ ମା ଙ୍କ ମୃଣ୍ମୟୀ ପ୍ରତିମା କୁ ଦର୍ଶନ କରୁଥିବା ବେଳେ ଏଠି କିନ୍ତୁ ଜୀବନ୍ତ ମୂର୍ତ୍ତି। କଟକ ସିଡିଏରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ପ୍ରଜାପିତା ବ୍ରହ୍ମକୁମାରୀ ତରଫରୁ ଆୟୋଜିତ ଚୈତନ୍ୟ ଦେବୀ ମଣ୍ଡପ ଦର୍ଶକଙ୍କୁ ବେଶ୍ ଆକର୍ଷଣ କରୁଛି। କେବଳ ସେତିକି ନୁହେଁ, କଟକ ଛତ୍ରବଜାର ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ଢିଙ୍କିକୁଟା କଣ୍ଢେଇ ନାଟ। ଓଡ଼ିଆ ଘରର ଶିଳବଟା, କୁଲା ପାଛୁଡା, ଢିଙ୍କିକୁଟା ଓ ଜାଇ ରଗଡା ଆଦିର କଣ୍ଢେଇ ନାଟ। ହଜି ଯାଉଥିବା ଓଡ଼ିଆ ପରମ୍ପରାକୁ କଣ୍ଢେଇ ନାଟ ଜରିଆରେ କେମିତି ପ୍ରଦର୍ଶିତ କରାଯାଇଛି, ତାହା ଦର୍ଶକଙ୍କୁ ବେଶ୍ ବିଭୋର କରୁଛି।...

Advertisment

ସେହିପରି ଦୁର୍ଗାପୂଜା ଅବସରରେ କଟକର ବାଖରାବାଦରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି  । ଏଠାରେ ବାଖରାବାଦ ଲୋକ ମଙ୍ଗଳ କମିଟି ପକ୍ଷରୁ ଦେବଦେବୀଙ୍କ ପୂଜା କରିବା ବଦଳରେ ଭାରତ ମାତାଙ୍କୁ ପୂଜା କରାଯାଉଛି । 

ସେପଟେ ଭୁବନେଶ୍ୱର ବମିଖାଲ୍ ପୂଜା ମଣ୍ଡପରେ ୪ ମହିଳା ଶ୍ରଦ୍ଧାଳୁଙ୍କ ବେକରୁ ସୁନା ଚେନ୍ ଲୁଟ୍ ଘଟଣାରେ ୧୫ ଜଣ ସନ୍ଦିଗ୍ଧ ଅଟକ। ଗତକାଲି ଏହି ସନ୍ଦିଗ୍ଧମାନଙ୍କୁ ଧରିଛି ବମିଖାଲ୍ ପୂଜା କମିଟି । ଲକ୍ଷ୍ମୀସାଗର ଥାନା ପୋଲିସ ପେଣ୍ଡାଲ୍ ନିକଟରେ ପହଞ୍ଚି ସେମାନଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି ।

Maha Nabami
Advertisment
Advertisment