• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମାଆ । ରାଜଧାନୀରେ ଭସାଣ ଉତ୍ସବ ପାଇଁ ପୂଜା ମଣ୍ଡପ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭସାଣ ବେଳେ ଯେଭଳି ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ସେପଟେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି ।

ସବୁଠି ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ହେବେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ । ୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ । ୧୨ ଜଣ ଅତିରିକ୍ତ ଡିସିପି, ୨୮ ଜଣ ACP, ୪୨ ଜଣ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ ।

ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ତିନିଟି ଭସାଣି କମିଟି ଦ୍ୱାରା ଶୋଭାଯାତ୍ରା କରାଯିବ । ସହିଦନଗର ଭସାଣ କମିଟିକୁ ଆସୁଥିବା ମେଢ଼ ଗୁଡିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ବାହାରି ରୂପାଲି ଛକ ଦେଇ ରାଜମହଲ ପର୍ଯ୍ୟନ୍ତ ଆସିବେ। ନୟାପଲ୍ଲୀ ଭସାଣ କମିଟି ମେଢ଼ ଗୁଡିକ CRP ଛକ ଦେଇ ୟୁନିଟ-୮ ଦେଇ ୬ ନମ୍ବର ପର୍ଯ୍ୟନ୍ତ ଆସିବେ ।

ସେହିପରି ଚନ୍ଦ୍ରଶେଖରପୁର ଭସାଣ କମିଟି ମେଢ଼ ଗୁଡିକ କଳିଙ୍ଗ ହସ୍ପିଟାଲ ଛକ ଦେଇ ନଦୀ ପଠାକୁ ଯିବେ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ଉପରେ ଅଧିକ ଫୋକସ ଦେଇଛି କମିଶନରେଟ ପୋଲିସ । ଏଥର ଶୋଭାଯାତ୍ରାରେ ଡିଜେ ବ୍ୟବହାର ହେବନାହିଁ ।

ସେପଟେ ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି । ନଦୀର ଉଭୟ ପାର୍ଶ୍ୱରେ ଅସ୍ଥାୟୀ ପୋଖରୀ ରହିଥିବା ବେଳେ ନଦୀ ଭିତରକୁ ଯିବା ଉପରେ କଟକଣା କରାଯାଇଛି। ଅସ୍ଥାୟୀ ପୋଖରୀ ଗୁଡ଼ିକ ନିକଟରେ ପୋଲିସ ମୁତୟନ ହେବାକୁ ଥିବାବେଳେ, ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବୋଟ ଧରି ଉପସ୍ଥିତ ରହିବେ ।

ଭସାଣଶୋଭାଯାତ୍ରା ବେଳେ ଗୋଟିଏ ପଟ ରାସ୍ତାକୁ ସମ୍ପୂର୍ଣ୍ଣ ସିଲ କରାଯିବ। ଅପରାହ୍ନ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ସହର ଭିତରେ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

ଅନ୍ୟପଟେ କେନ୍ଦ୍ରାପଡ଼ା ରାଜନଗରରେ ମା ଦୁର୍ଗାଙ୍କ ଭସାଣଉତ୍ସବ ଚାଲିଛି । ଏଥିପାଇଁ ଦେବୀ ଘରେ ମା ଦୁର୍ଗାଙ୍କୁ ଗୋପାଳ ମାନେ କାନ୍ଧରେ ବୋହି ହଂସୁଆ ନଦୀ କୂଳକୁ ନିଆଯାଇଛି । ଏହାପରେ ପାରମ୍ପରିକ ବାଦ୍ୟ ଓ ସଂକୀର୍ତ୍ତନ ସହ ସୁସଜିତ ନୌକାରେ ମାଙ୍କୁ ବସାଇ ହଂସୁଆ ନଦୀରେ ସାତଥର ମା ଚାପ ଖେଳିଥାନ୍ତି । ଏହା ପରେ ମା ଙ୍କୁ ହଂସୁଆ ନଦୀ ରେ ବିସର୍ଜନ କରାଯାଇଥାଏ ।ନଦୀ ମଧ୍ୟରେ ସଂକୀର୍ତ୍ତନ ଓ ପାରମ୍ପରିକ ବାଦ୍ୟ ସହିତ ମାଙ୍କ ଭଷାଣି ଉତ୍ସବ ଚାଲିଥିବାରୁ ହୋଇଥବାରୁ ହଜାର ହାଜର ଶ୍ରଦ୍ଧାଳୁ ଭିଡ଼ ଜମିଛି । ଗତ କିଛି ବର୍ଷ ହେଲା ମାଆ ଦୁର୍ଗାଙ୍କ ସହିତ ମାଆ ସାରଳା, ମାଆ ବନଦୁର୍ଗା, ମାଆ ଗଙ୍ଗାମାତା ଙ୍କର ଭଷାଣି ଉତ୍ସବ ହଂସୁଆ ନଦୀରେ ଚାପ ଖେଳ ମାଧ୍ୟମରେ ଅନୁଷ୍ଠିତ ହୋଇଆସୁଛି ।