/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698143935.jpg)
Today is Vijaya Dechami.
ଆଜି ହେଉଛି ବିଜୟା ଦଶମୀ । ଆଜିର ଦିନରେ ଅଧର୍ମ ଉପରେ ଧର୍ମ ଓ ପାପର ଉପରେ ପୁଣ୍ୟର ବିଜୟ ହୋଇଥିଲା । ଆସନ୍ତା କାଲି ମେଲାଣି ନେବେ ମାଆ । ମେଲାଣି ନେବା ଆଗରୁ ମା’ଙ୍କ ଦିବ୍ୟ ରୂପ ଦେଖିବାକୁ ଭକ୍ତଙ୍କ ମନରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ରୀତିନୀତି ମୁତାବକ ବିଜୟା ଦଶମୀରେ ମା’ଙ୍କ ପଞ୍ଚ ଉପଚାର ପୂଜା ଓ ଏହାପରେ ଅପରାଜିତା ପୂଜା ହେବାର ପରମ୍ପରା ରହିଛି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ମଧ୍ୟ ମାଆଙ୍କର ପୂଜା ବଡ଼ ଧୁମଧାମରେ ପାଳିତ ହେଉଛି । ବିନିକାରେ ଥିବା ପୁରୁଣା ବସଷ୍ଟାଣ୍ଡରେ କରୁଣାମୟୀ ଦୁର୍ଗତିନାଶିନୀ ମାଆଙ୍କ ପୂଜା ୫୨ ବର୍ଷରେ ପ୍ରଦାର୍ପଣ କରିଛି । ତେବେ ଚଳିତ ବର୍ଷ ଏଠାରେ ମେଢ଼ ପୂଜା ହେଉନାହିଁ । ଆସନ୍ତା ବର୍ଷ ଅଷ୍ଟ ଧାତୁରେ ନିର୍ମିତ ମାଆଙ୍କର ସ୍ଥାୟୀ ପ୍ରତିମା ପୂଜା ପାଇବେ । ଅନ୍ୟପଟେ ପୂଜା ମଣ୍ତପରେ ଦୁର୍ଗା ମାଆଙ୍କ ଦଶମୀ ପୂଜା ରୀତିନୀତି ହିସାବରେ ପାଳିତ ହୋଇ ଯାଇଛି ।
ମାଆଙ୍କୁ ପୂର୍ଣ୍ଣାହୁତି ଅର୍ପଣ କରାଯାଇଥିବା ବେଳେ, ନିଆରା ଭାବରେ ଆଳତୀ ମଧ୍ୟ କରାଯାଇଛି । ବିଜୟା ଦଶମୀରେ ଦଣ୍ଡସେନା ପଡ଼ା, ଦୈନିକ ବଜାର ପୂଜା ମଣ୍ତପରେ ମାଆଙ୍କ ଦର୍ଶନ ପାଇଁ ସକାଳ ପ୍ରହରରୁ ଭିଡ଼ ଲାଗି ରହିଛି । ସନ୍ଧ୍ୟାକୁ ଭିଡ଼ ଆହୁରି ବଢ଼ିପାରେ । ଆଜି ମାଆଙ୍କ ଦର୍ଶନର ଶେଷ ଦିନ ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତିମୟ, ଆବେଗମୟ ପରିବେଶ ସୃଷ୍ଟି ହୋଇଛି । ବିଜୟା ଦଶମୀରେ ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା । ପାପ ଉପରେ ପୂଣ୍ୟର ବିଜୟ ହୋଇଥିଲା । ଏହାକୁ ମନେ ରଖିବା ପାଇଁ ବିଜୟା ଦଶମୀରେ ହିଁ ରାବଣ ପୋଡ଼ି ହୋଇଥାଏ । ପ୍ରତୀକାତ୍ମକ ଭାବେ ରାବଣ ପାପର ପ୍ରତୀକ । ରାବଣ ପୋଡ଼ି କରି ଲୋକମାନେ ଅତି ଉତ୍ସାହର ସହ ଧର୍ମ ବିଜୟର ପାଳନ କରି ଥାଆନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)