Advertisment

କଟକରେ ଦୁର୍ଗାପୂଜା ଭସାଣି: ଆସିଲା ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ରାସ୍ତା ଦେଇ ଯିବେ...

ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । ଲାଗୁ ହୋଇଥିବା କଟକଣା ଉଲ୍ଲଂଘନ କଲେ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
commissionerate police issued traffic guidelines for cuttack durga puja bhasani

commissionerate police issued traffic guidelines for cuttack durga puja bhasani

ଆସନ୍ତାକାଲି ସିଲଭର୍‌ ସିଟି କଟକରେ ଦୁର୍ଗାପୂଜା ଭସାଣି । ହେଲେ ତା’ପୂର୍ବରୁ କମିଶନରେଟ୍‌ ପୋଲିସ୍ ପକ୍ଷରୁ ରାସ୍ତାରେ ଯାନବାହାନ ଚଳାଚଳ ନେଇ ଗାଇଡଲାଇନ୍‌ ଜାରି କରାଯାଇଛି । କାଲି ସକାଳ ୭ ଘଟିକା ଠାରୁ ୨୬ ତାରିଖ ଦୁର୍ଗାପୂଜା ଭସାଣି ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । 

Advertisment

ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । କଲେଜ ଛକ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ମନା । ସେହିପରି ତିନିକୋଣିଆ ବଗିଚା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ମନା।  ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଲାଗିଛି । 

ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ, ଚଣ୍ଡୀ ଛକରୁ ଶେଖ ବଜାର, ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ମନା । ମେଢ଼ ଯାଉ ନ ଥିବା ସମୟରେ ଟ୍ରାଫିକ ନିର୍ଦ୍ଦେଶରେ ଗାଡ଼ି ଯାଇପାରିବ । ଲାଗୁ ହୋଇଥିବା କଟକଣା ଉଲ୍ଲଂଘନ କଲେ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । 

Advertisment

ଜାଣନ୍ତୁ, ଭସାଣି ବେଳେ କଟକରେ କେଉଁ ରାସ୍ତା ଦେଇ ଯିବେ....

Durga Puja Bhasani Guidelines
Durga Puja Bhasani GuidelinesDurga Puja Bhasani Guidelines
Durga Puja
Advertisment
Advertisment