• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ ପାଳନ କରୁଛି ସାରା ଦେଶ । ଏହି ଦିନ ଭଗବାନ ରାମ ରାବଣଙ୍କୁ ବଧ କରିଥିଲେ । ସେଥିପାଇଁ ଆଜି ଆମେ ଏହି ଦିନ ପାଳନ କରିଥାଉ । ଆଉ ଶେଷରେ ରାବଣ ପୋଡ଼ି ପାଳନ କରାଯାଇଥାଏ । ଯାହାକି ଆମେ ସମସ୍ତେ ଜାଣିଥା’ନ୍ତି । କିନ୍ତୁ ଆମ ଭାରତରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ରାବଣର ପ୍ରତିମୂର୍ତ୍ତିକୁ ପୋଡ଼ାଯାଏ ନାହିଁ ବରଂ ପୂଜା କରାଯାଇଥାଏ ।

ଉତ୍ତରପ୍ରଦେଶର କାନପୁରରେ ଏପରି ପରମ୍ପରା ଦେଖିବାକୁ ମିଳିଥାଏ । ଦଶହରା ଅର୍ଥାତ୍‌ ବିଜୟା ଦଶମୀରେ ରାବଣର ଚିତ୍ର ବା ପ୍ରତିମୂର୍ତ୍ତିକୁ ପୋଡ଼ିବା ବଦଳରେ ପୂଜା କରାଯାଇଥାଏ । ଖାଲି ଏତିକି ଯେ ତାହାନୁହେଁ, ଏଠାରେ ରାବଣର ଏକ ମନ୍ଦିର ରହିଛି । ଯେଉଁଠାରେ ଲୋକମାନେ ରାବଣକୁ ପୂଜା କରନ୍ତି । ଏହି ମନ୍ଦିର ବର୍ଷକୁ ଥରେ ଖୋଲାଯାଇଥାଏ । ବିଜୟ ଦାଶାମୀ ଦିନ ଅର୍ଥାତ୍‌ ଆଜି ମଧ୍ୟରାତ୍ରିରେ ଏହି ମନ୍ଦିରର କବାଟ ଖୋଲି ପୂଜା କରାଯିବା ପରେ ପୁଣି ଗୋଟିଏ ବର୍ଷ ପାଇଁ ମନ୍ଦିରକୁ ବନ୍ଦ କରିଦିଆଯାଏ ।

କାନପୁରର କେଉଁଠି ରହିଛି ରାବଣ ମନ୍ଦିର ?

କାନପୁରର ଶିବଲା ବଜାରରେ ଏହି ମନ୍ଦିର ରହିଛି । ଯାହାକି ରାବଣଙ୍କ ଏକମାତ୍ର ମନ୍ଦିର । ପ୍ରକୃତରେ, ଏହି ମନ୍ଦିର ନୂତନ ମନ୍ଦିର ନୁହେଁ କିମ୍ବା ଏଠିକାର ଲୋକଙ୍କ ପାଇଁ ଏହି ପରମ୍ପରା କୌଣସି ନୂଆ ନୁହେଁ । ବରଂ ଏହି ମନ୍ଦିରଟି ଦଶ ବର୍ଷ ପୂର୍ବେ କୃଷ୍ଣ କୁମାର ତିୱାରୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ସେବେଠୁ ରାବଣଙ୍କୁ ପୂଜା କରାଯାଉଛି । ଆରତି ସହ ସବୁ କିଛି ସମାନ ଢଙ୍ଗରେ କରାଯାଉଛି ।

ପ୍ରତିବର୍ଷ ଭଳି, ଚଳିତ ବର୍ଷ ମଧ୍ୟ ବ୍ରହ୍ମ ମୁହୂର୍ତ୍ତ ସମୟରେ ଏହି ମନ୍ଦିରର ଦ୍ୱାର ଖୋଲା ଯାଇଥିଲା । ରୀତିନୀତି ଅନୁସାରେ ମନ୍ଦିର ଦ୍ୱାର ଫିଟାଯିବା ସହ ମନ୍ଦିର ଭିତରକୁ ପ୍ରବେଶ ହୋଇଥିଲା । ସ୍ନାନ କରାଯିବା ପରେ ଏହା ସମ୍ପୂର୍ଣ୍ଣ ରୂପେ ସଜା ଯିବା ସହ ଆରତି କରାଯାଇଥିଲା । ଭକ୍ତମାନେ ଦିନସାରା ଦର୍ଶନ କାରିବା ପରେ ମଧ୍ୟରାତ୍ରିରେ ମନ୍ଦିରକୁ ପୁଣି ବନ୍ଦ କରାଯିବ । ପୁଣି ଥରେ ଆସନ୍ତା ବର୍ଷ ବିଜୟା ଦଶମୀରେ ମନ୍ଦିରର ଭକ୍ତଙ୍କ ପାଇଁ ଖୋଲିବ ।