/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698116115.jpg)
Today Vijayadashami Celebrations
ଶାରଦୀୟ ଦୁର୍ଗାପୂଜାର ଆଜି ଅନ୍ତିମ ପର୍ବ, ବିଜୟା ଦଶମୀ । ମେଲାଣି ନେବା ଆଗରୁ ଦଶମୀରେ ମା’ଙ୍କ ଦିବ୍ୟ ରୂପ ଦେଖିବାକୁ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ରୀତିନୀତି ମୁତାବକ ବିଜୟା ଦଶମୀରେ ମା’ଙ୍କ ପଞ୍ଚ ଉପଚାର ପୂଜା ଓ ଏହାପରେ ଅପରାଜିତା ପୂଜା ହେବାର ପରମ୍ପରା ରହିଛି ।
ଏଥିପାଇଁ ପୂଜା ମଣ୍ଡପ ଗୁଡ଼ିକରେ ସକାଳୁ ସକାଳୁ ଭକ୍ତଙ୍କ ଗହଳି ମଧ୍ୟ ଲାଗିଲାଣି । ଆଜିର ଦିନରେ ମା’ଙ୍କ ନିକଟରେ ଦହି ପଖାଳ ଭୋଗ ଲାଗିର ପରମ୍ପରା ମଧ୍ୟ ରହିଛି । ବଙ୍ଗୀୟ ପରମ୍ପରା ଅନୁସାରେ, ଆଜିର ଦିନରେ ମହିଳାମାନେ ମା’ଙ୍କୁ ସିନ୍ଦୂର ଲାଗି କରିବା ପରେ ସିନ୍ଦୂର ଖେଳରେ ମାତିଥାନ୍ତି ।
ଆଜି ବିଜୟା ଦଶମୀ । ମଣ୍ଡପରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା...#Dussehra#Vijayadashami#Odisha#OTVpic.twitter.com/x58RwzsgJq
— ଓଟିଭି (@otvkhabar) October 24, 2023
ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ସ୍ୱରୂପ ପାଳନ ହୋଇଥାଏ ଦଶହରା । ଏହି ଅବସରରେ ଆଜି ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ିର ଆୟୋଜନ ମଧ୍ୟ କରାଯାଇଛି । ଚଳିତ ବର୍ଷ ଭୁବନେଶ୍ୱରର ପଟିଆ, ନୟାପଲ୍ଲୀ, ଝାରପଡା, ବାଙ୍କୁଆଳ ଏବଂ ବଡ଼ଗଡ଼ ପୂଜା ମଣ୍ଡପରେ ରାବଣ ପୋଡ଼ି ଆୟୋଜନ କରାଯାଇଛି ।
ଏସବୁ ପୂଜା ମଣ୍ଡପରେ ରାବଣ ପୋଡ଼ି ଆୟୋଜନ ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି। କମିଶନରେଟ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିଛି । ରାବଣ ପୋଡ଼ି ସ୍ଥଳରେ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ ସହ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଆତସବାଜି ପ୍ରଦର୍ଶନ କରାଯାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)