• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲି ଭସାଣୀ । ମାଆଙ୍କୁ ଦିଆଯିବ ମେଲାଣି । ପୁଣି ଗୋଟିଏ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଦୁର୍ଗତିନାଶିନୀ । ଏନେଇ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ । ଆସନ୍ତାକାଲି ଅପରାହ୍ନ ୩ ରୁ ଭସାଣୀ ଆରମ୍ଭ ହୋଇଯିବ କହିଛନ୍ତି ପୋଲିସ କମିଶନର । ତେବେ ଏନେଇ ଗାଇଡଲାଇନ୍ ଜାରି କରିଛି ପୋଲିସ । ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । ଆସନ୍ତାକାଲି ରାତି ଗୋଟାଏ ପର୍ଯ୍ୟନ୍ତ ତଥା ଭସାଣୀ ଶେଷ ହେବା ପର୍ଯ୍ୟନ୍ତ ଯାନବାହନ କଟକଣା ଜାରି ରହିବ ।

ସହିଦ ନଗର ପଖାରୁ ଭସାଣ ବେଳେ ବାଣୀବିହାରରୁ ରୂପାଲି ପର୍ଯ୍ୟନ୍ତ ଯାନବାହନ ମନା ରହିଛି । ସେ ସମୟରେ ସମସ୍ତ ଯାନ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବ । ଅନ୍ୟପଟେ ଜନପଥ ରାସ୍ତାରେ ଯାନବାହନକୁ ସମ୍ପୂର୍ଣ୍ଣ ଭାବେ ମନା କରିଛି କମିଶନରେଟ ପୋଲିସ । ସଚିବାଳୟ ରାସ୍ତା ଦେଇ ଯି ଯାନ ସବୁ ଚଳାଚଳ କରିବ ବୋଲି ସୂଚନା । ସେହିପରି ନୟାପଲ୍ଳୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ । ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ପର୍ଯ୍ୟନ୍ତ ଗଡ଼ିବନି ଗାଡ଼ି । ସେ ସମୟରେ ସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ ବୋଲି କହିଛି ପୋଲିସ । 

Durga Puja Bhasani GuidelinesDurga Puja Bhasani Guidelines
Durga Puja Bhasani GuidelinesDurga Puja Bhasani Guidelines


ସେପଟେ ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନଗୁଡ଼ିକ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍‌ରେ ଦେଇ ଯିବ । ତେବେ ନିୟମ ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ପଡ଼ିବ ବୋଲି ପୋଲିସ କମିଶନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହା ଯାଇଛି । ଆଜି ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ, ବିଜୟା ଦଶମୀ । ମେଲାଣି ନେବା ଆଗରୁ ମା’ଙ୍କ ଦିବ୍ୟ ରୂପ ଦେଖିବାକୁ ଭକ୍ତଙ୍କ ମନରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ରୀତିନୀତି ମୁତାବକ ବିଜୟା ଦଶମୀରେ ମା’ଙ୍କ ପଞ୍ଚ ଉପଚାର ପୂଜା ଓ ଏହାପରେ ଅପରାଜିତା ପୂଜା ହେବାର ପରମ୍ପରା ରହିଛି । ଅନ୍ୟପଟେ ପୂଜା ମଣ୍ଡପରେ ରାବଣ ପୋଡ଼ି ଆୟୋଜନ ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି । କମିଶନରେଟ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିଛି ।