/odishatv-khabar/media/post_attachments/uploadimage/library/16_9/16_9_0/Dry_Fish_1701531816.jpg)
Dry Fish
ବାଲିଯାତ୍ରା ମେଳା ପୂର୍ବ ଭାରତର ସର୍ବବୃହତ୍ ମହାକୁମ୍ଭ । ଏଠାରେ ଗୋଟିଏ ଜାଗାରେ ସବୁ ପ୍ରକାରର ସାମଗ୍ରୀ ମିଳେ । ତେଣୁ କିଣାବିକା ପାଇଁ ଜମିଥାଏ ଭିଡ଼ । ସବୁବର୍ଷ ଭଳି ଏବର୍ଷ ମଧ୍ୟ ବାଲିଯାତ୍ରାରେ ଅନେକ ଶୁଖୁଆ ଦୋକାନ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଶୁଖୁଆ ବ୍ୟବସାୟୀମାନେ ଆସି ପସରା ମେଲାଇଛନ୍ତି । ଆଉ ଗ୍ରାହକମାନେ ଏ ସୁଯୋଗର ହାତଛଡ଼ା କରୁନାହାନ୍ତି ।
ବାଲିଯାତ୍ରାରେ ଶୁଖୁଆ ପାଖରେ ଭିଡ଼ । ପ୍ରତିବର୍ଷ ଭଳି ଏବର୍ଷ ଦୂରଦୂରାନ୍ତରୁ ଶୁଖୁଆ ବ୍ୟବସାୟ କରିବା ପାଇଁ ଆସିଛନ୍ତି ବ୍ୟବସାୟୀ । ସାଙ୍ଗରେ ଆଣିଛନ୍ତି ଭଳିକି ଭଳି ଶୁଖୁଆ । ପାମ୍ପପ୍ଲେଟ, ଇଲିସି, ଖଅଙ୍ଗା, ଚିଙ୍ଗୁଡ଼ି ଏମିତି କେତେ କଣ । ଏସବୁ ଶୁଖୁଆର ଦର ୩୦୦ ରୁ ୬୦୦ ଟଙ୍କା ରହିଛି । ତେବେ ଖଅଙ୍ଗା ମାଛର ମଞ୍ଜି କିଲୋ ପିଛା ୧୨୦୦ରୁ ୧୫୦୦ ଟଙ୍କା ରହିଛି ।
କଟକ କ୍ୟାଣ୍ଟନମେଣ୍ଟ ରାସ୍ତା କଡରେ ବିକ୍ରି ହେଉଛି ଭଳିକି ଭଳି ଶୁୁଖୁଆ । ଯେଉଁଠି ଶୁଖୁଆ ପ୍ରେମୀଙ୍କ ବେଶ୍ ଭିଡ଼ ଜମୁଛି । ଗୋଟିଏ ସ୍ଥାନରେ ବିଭିନ୍ନ ଭେରାଇଟିର
ଶୁଖୁଆ ମିଳୁଥିବାରୁ ଗ୍ରାହକମାନେ ନିଜ ମନ ପସନ୍ଦର ଶୁଖୁଆ କିଣି ନେଉଛନ୍ତି । ଅନ୍ୟ ଦିନ ମାନଙ୍କ ଠାରୁ ବାଲିଯାତ୍ରାରେ ଶୁଖୁଆ ଦର ଟିକେ କମ୍ ରହିଥିବାରୁ ଗ୍ରାହକଙ୍କୁ ସୁହାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)